ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ସୋଆ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ, ମହିଳା ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢ଼ିବ- ସୋଆ ଉପସଭାପତି

Published By : Harapriya Sethi | March 9, 2025 10:05 AM

ଭୁବନେଶ୍ୱର, ୦୯/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ କାର୍ଯ୍ୟରତ ମହିଳାମାନଙ୍କ ପକ୍ଷରୁ ଶୁକ୍ରବାର ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ସୋଆର ମହିଳା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । 

ଏହି ଅବସରରେ ଶ୍ରୀମତି ଦାସ ନିଜର ଅଭିଭାଷଣରେ କହିଛନ୍ତି ଯେ ନାରୀ ସମ୍ମାନର ଅଧିକାରିଣୀ । ଆଜି ପୁରୁଷ ସହ ସମସ୍କନ୍ଧ ହୋଇ ଶିଖର ଉତ୍ତୁଙ୍ଗ ଛୁଇଁବା ସହ ଯୁଦ୍ଧ ବିମାନର ସଫଳ ଚାଳିକା ହୋଇପାରିଛି ନାରୀ । ଉଦ୍ୟୋଗ ଜଗତରେ ସଫଳତା ହାସଲ କରିବା ସହ କଳା, ଭାସ୍କର୍ଯ୍ୟ ଓ ଗବେଷଣା କ୍ଷେତ୍ରରେ ସେ ବେଶ ନିପୁଣା । ଘର ସମ୍ଭାଳିବାରେ ମଧ୍ୟ ନାରୀ ବେଶ ପାରଙ୍ଗମ ବୋଲି କହିଛନ୍ତି ଶ୍ରୀମତି ଦାସ ମହିଳା ସଶକ୍ତ ହେଲେ ହିଁ ସମାଜ ଆଗକୁ ବଢ଼ିବ । ନାରୀ ସଶକ୍ତୀକରଣ କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ତା’ର ପ୍ରୟାସ ନିରବଚ୍ଛିନ୍ନ ଭାବେ ଜାରି ରଖିଛି ବୋଲି ଶ୍ରୀମତି ଦାସ କହିଛନ୍ତି । କେବଳ ଶିକ୍ଷା କିମ୍ବା ସ୍ୱାସ୍ଥ୍ୟ କ୍ଷେତ୍ରରେ ନୁହେଁ ବରଂ ବିଭିନ୍ନ ବିଭାଗରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଏହି ଦୃଷ୍ଟିରୁ ସେମାନେ ବିଶ୍ୱବିଦ୍ୟାଳୟ ଓ ସାରା ରାଜ୍ୟରେ ଉଦାହରଣ ପାଲଟିଛନ୍ତି ବୋଲି ଆନନ୍ଦ ବ୍ୟକ୍ତ କରିଛନ୍ତି ସୋଆର ଉପସଭାପତି ଶ୍ରୀମତି ଦାସ । 

ଏହି କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି, ସୋଆର କଂଟ୍ରୋଲର ଅଫ୍ ଏକ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ନାରୀ ସଶକ୍ତୀକରଣ ଏବଂ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ । ନିଜ ଅନୁଭୂତି ବଖାଣି ଏହି ପ୍ରମୁଖ ମହିଳାମାନେ ଝିଅମାନଙ୍କ ସମେତ ପୁଅମାନଙ୍କୁ ମଧ୍ୟ ଉପଯୁକ୍ତ ସଂସ୍କାର ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । 

ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ରୁଚି ଭୂୟାଁ, ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଏସ୍‌ଏନ୍‌ସି -୧ର ଡିନ୍ ପ୍ରଫେସର ସସ୍ମିତା ଦାସଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟ, ପ୍ରଫେସର, ଫ୍ୟାକଲ୍‌ଟି. କାର୍ଯ୍ୟରତ ମହିଳା କର୍ମଚାରୀ ଏବଂ ସୁମା ରିୟଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍‌ର ମହିଳା ସାମ୍ବାଦିକାମାନେ ଯୋଗ ଦେଇଥିଲେ । 

ସୂଚନା ଯୋଗ୍ୟ ଯେ, ସୋଆର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୪ ପ୍ରତିଶତ ଛାତ୍ରୀ ହୋଇଥିବା ବେଳେ ବିଭିନ୍ନ ଅନୁଷ୍ଠାନର ମହିଳା ଫ୍ୟାକଲ୍ଟି ଓ କର୍ମଚାରୀଙ୍କ ସଂଖ୍ୟା ୪୨ ପ୍ରତିଶତ ମହିଳା । ସେହିପରି ୪୬ ଜଣ ମହିଳା ସୋଆର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟରତ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ଆଡିସ୍‌ନାଲ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିିଆର୍ , ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.