ପ୍ରମୂଖ ଖବର
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

‘ସାହାଣୀ କପ’ ଏକ ସ୍ମୃତିଗତ ଏବଂ ଐତିହାସିକ ଅଭିଯାନ : ମୁଖ୍ୟମନ୍ତ୍ରୀ

Published By : Suraj Kumar | August 3, 2025 10:52 PM

ଭୁବନେଶ୍ୱର/ କେନ୍ଦୁଝର,  ୩ ।୮ :  କେନ୍ଦୁଝର ଜିଲ୍ଲା ଷ୍ଟାଡିୟମ ଠାରେ କଟକ ଓ ସମ୍ବଲପୁର ମଧ୍ୟରେ ହେଉଥିବା ୬୪ତମ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିଅନସିପ ସାହାଣୀ କପ ୨୦୨୫ ଉଦଯାପିତ ହୋଇଛି। ଏଥିର  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ "ସାହାଣୀ କପ" କୁ ଏକ ସ୍ମୃତିଗତ ଏବଂ ଐତିହାସିକ ଅଭିଯାନ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଏହି "ସାହାଣୀ କପ" ନାମଟି କେବଳ ଜୟ ବା ପରାଜୟ ସହିତ ନୁହେଁ, ବରଂ ଶ୍ରମ, ସଂଘର୍ଷ, ଏବଂ ଦଳୀୟ ଆତ୍ମାର ସମ୍ମିଳିତ ପରିଣାମ। କଟକ ଓ ସମ୍ବଲପୁର ଜିଲ୍ଲା ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ଫାଇନାଲ କେବଳ ଏହି ଫୁଟବଲ ଗ୍ରାଉଣ୍ଡରେ ସୀମିତ ହୋଇ ରହି ନାହିଁ। ଏହି ପ୍ରତିଯୋଗିତା କେବଳ ଆମର ଯୁବ ଖେଳାଳିମାନଙ୍କର ଅବିଶ୍ୱସନୀୟ ପ୍ରତିଭା ଏବଂ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁନାହିଁ ବରଂ ଆମ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରୁଛି।

ସାହାଣୀ କପର ଏହି ୬୪ ବର୍ଷର ଯାତ୍ରା ଆମ ରାଜ୍ୟର ଖେଳ ପ୍ରତି ଅଗାଧ ଭଲପାଇବା, ସଂଘଟିତ ଚେଷ୍ଟା ଓ ଯୁବ ଶକ୍ତିର ଜ୍ୱଳନ୍ତ ଉଦାହରଣ। ଏହି ପ୍ରତିଯୋଗିତା ଦ୍ୱାରା ବହୁତ ଅନୁଭବୀ ଓ ଉଦୀୟମାନ ଖେଳାଳି ରାଜ୍ୟ ଓ ଜାତୀୟ ସ୍ତରରେ ପରିଚିତି ହାସଲ କରିଛନ୍ତି। ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ନିମନ୍ତେ ୩୧୪ ଟି ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ୪ ହଜାର ୧୨୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି ଏବଂ ବ୍ଲକସ୍ତରୀୟ ଷ୍ଟାଡିୟମ ସମୂହର ଭିଭିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଛି। ଦୁଃସାହସିକ କ୍ରୀଡାକୁ ପ୍ରୋତ୍ସାହନ ଦେବାକୁ, ମନାଲିରେ ଆୟୋଜିତ ଶୀତକାଳୀନ ଦୁଃସାହସିକ କ୍ରୀଡା ଶିବିରରେ ୧୦୦ ରୁ ଅଧିକ ଯୁବ ପ୍ରତିଭାଙ୍କ ଅଂଶଗ୍ରହଣ ଆମ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ପୁଣି କହିଥିଲେ ଯେ, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ ସ୍ପୋର୍ଟସ ହବ୍ ଭାବେ ବିକଶିତ କରାଯିବା ସହ ସାରା ରାଜ୍ୟରେ ବିଶ୍ବସ୍ତରୀୟ ସୁବିଧା ଉପଲବ୍ଧ କରାଯାଉଛି। ତୃଣମୂଳ ସ୍ତରରୁ ପ୍ରତିଭାକୁ ଚିହ୍ନଟ ଓ ପ୍ରୋତ୍ସାହନ ଏବଂ ରାଜ୍ୟ ଫୁଟବଲ୍ ଦଳ ଗଠନ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଟ୍ରଫି ୧୫ ବର୍ଷରୁ କମ୍ ଫୁଟବଲ୍ ଚାମ୍ପିଅନସିପ୍ ଆରମ୍ଭ ହୋଇଛି। ରାଜ୍ୟ ସରକାର ରାଜ୍ୟରେ କ୍ରୀଡ଼ାର ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। କ୍ରୀଡ଼ାକୁ ଯୁବସମାଜର ଜୀବନଶୈଳୀର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିବା ପାଇଁ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି ।

ଫାଇନାଲ ମ୍ୟାଚରେ କଟକ ଟିମ ବିଜୟୀ ହୋଇଥିଲା। ମୁଖ୍ୟମନ୍ତ୍ରୀ ବିଜେତା ଓ ଉପବିଜେତାଙ୍କୁ ପୁରସ୍କୃତ କରିଥିଲେ। ଏହି ସହିତ ଶହୀଦ ରାଜକିଶୋର ମୁଣ୍ଡାଙ୍କ ପତ୍ନୀ ସୁନିତା ମୁଣ୍ଡାଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ, ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଡକ୍ଟର ଫକୀର ମୋହନ ନାଏକ,  ଝାରସୁଗୁଡା ବିଧାୟକ ତଥା ଓଡିଶା ଫୁଟବଲ ସଂଘର ସଭାପତି ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ,  ଵିଶାଲ ସିଂହ, ଓଡିଶା ଅଲମ୍ପିକ ଆସୋସିଏସନର ସାଧାରଣ ସମ୍ପାଦକ ଅଭିଜିତ ପାଲଏବଂ ସାହାଣୀ କପ୍ ର ସଂଯୋଜକ, ଜିଲ୍ଲା ଜିଲ୍ଲା ଆଥଲେଟିକ ସଂଘର କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.