ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଜାତି ପାଇଁ ଅଲୋଡ଼ା ହେଲା ଶବ, ମିଳିଲାନି ନିଜ ଗାଁରେ ଚାଖଣ୍ଡେ ଭୁଇଁ

Published By : Suraj Kumar | July 27, 2025 6:12 PM

କେନ୍ଦୁଝର ସଦର,୨୭/୭(ଆପ୍ର) : ଦୁଇ ଦିନ ତଳେ ବାମେବାରି ଥାନା ପଳଶା ପଞ୍ଚାୟତ ଉଚ୍ଚବାଲି ନିକଟରେ ଟ୍ରେନରେ କଟି ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତକ ଜଣକ ହେଲେ ବସନ୍ତପୁର ପଞ୍ଚାୟତ ଜଳିପଦା ଗାଁର ନବ ଦେହୁରୀ (କନ୍ଦା)।  ତାଙ୍କ ଭଉଣୀ ଘରୁ ଫେରୁଥିବା ବେଳେ କୌଣସି କାରଣ ବଶତଃ ଟ୍ରେନରେ କଟି ମୃତ୍ୟୁ ଘଟିଥିଲା।  ଜୁରୁଡି ଜିଆରପି ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇ ଥିଲେ।

ସମ୍ପର୍କୀୟ  ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ଶବ ଗୃହରେ ଭର୍ତ୍ତି କରିଥିଲେ। ରବିବାର ଶବ ବ୍ୟବଚ୍ଛେଦ କରାଯାଇଥିଲା। ମୃତଦେହକୁ ନିଜ ଗାଁକୁ ନେବାକୁ ସମ୍ପର୍କିତ ମାନେ ଅମଙ୍ଗ ହୋଇଥିଲେ । ଏନେଇ ବୁଝାବୁଝି କରିବାରୁ ଜଣା ପଡିଲା କି ମୃତକଙ୍କ ପରିବାରର ଜଣେ ଯୁବକ ଅନ୍ୟ ଜାତିର ଝିଅକୁ ବିବାହ କରି ଥିବାରୁ କିଛି ବର୍ଷ ହେଲା ଗ୍ରାମବାସୀ ତାଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ କରିଛନ୍ତି। ଆଉ ଏଭଳି ସ୍ଥିତିରେ ଏହି ମୃତକଙ୍କ ଶବକୁ ଗ୍ରାମବାସୀ ତାଙ୍କ ଶ୍ମଶାନରେ ସତ୍କାର ପାଇଁ ଅନୁମତି ଦେବେ ନାହିଁ ।

ଏନେଇ ମୃତକଙ୍କ ସମ୍ପର୍କୀୟଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇ ଲାଇଫ୍ ସେଭର୍ସ ଗ୍ରୁପ ଟ୍ରଷ୍ଟର ସଦସ୍ୟ ତୁରନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶବକୁ ଏକ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ସହରର ପୌରପାଳିକା ଶ୍ମଶାନକୁ ନେଇ ସସମ୍ମାନେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।ଏହି ସତ୍କାର କାର୍ଯ୍ୟରେ ଟ୍ରଷ୍ଟର ପ୍ରମୁଖ ସଦସ୍ୟ  ସଞ୍ଜୀବ କୁମାର ସାହୁ, ଯୁଧିଷ୍ଠିର ମହାନ୍ତ, ଯୋଗେଶ୍ଵର ମହାନ୍ତ, ପ୍ରିୟବ୍ରତ କମଳକୃଷ୍ଣ ନାୟକ, ବିଦ୍ୟାଧର ମହାନ୍ତ, ରଘୁନାଥ ମହାନ୍ତ, ଚନ୍ଦ୍ରସେନ ମହାନ୍ତ, ସାନ ଯୋଗେଶ୍ଵର ମହାନ୍ତ ଏବଂ ଅଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ସତ୍କାର କାର୍ଯ୍ୟକୁ ସମ୍ପନ୍ନ କରିଛନ୍ତି । ଏବେ ମଧ୍ୟ ଆମ ସମାଜରେ ଏଭଳି ଜାତିଆଣ ଭାବକୁ ନେଇ ସାମାଜିକ ବାସନ୍ଦ ଭଳି ଏକ ଘୃଣ୍ୟ ପ୍ରଥାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.