ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଧରଣୀଧର ମହାବିଦ୍ୟାଳୟ ଅସ୍ତିତ୍ବ ଲଢ଼େଇ; ସୁରକ୍ଷା ମଞ୍ଚ ଆହ୍ବାନରେ ଗଣଧାରଣା

Published By : Manash Sahoo | July 29, 2025 4:57 PM

କେନ୍ଦୁଝର,୨୯/୦୭: ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଧରଣୀଧର ମହାବିଦ୍ୟାଳୟର ଅସ୍ତିତ୍ବକୁ ବଞ୍ଚାଇ ରଖିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ଧରଣୀଧର କଲେଜ ସୁରକ୍ଷା ମଞ୍ଚ ଆହ୍ବାନରେ ଏହି ଧାରଣ ଦିଆଯାଇଛି । ବିଶ୍ବ ବିଦ୍ୟାଳୟକୁ ସୁଲେଇଖମାକୁ ସ୍ଥାନାନ୍ତର ଏବଂ ଓଏସଡି କୁଳପତି ପ୍ରଫେସର ପ୍ରତାପ ମହାନ୍ତିଙ୍କ କାର୍ଯ୍ୟକାଳକୁ ବୃଦ୍ଧି ନକରିବାକୁ ଦାବି ହୋଇଛି । 

ସୂଚନା ଅନୁଯାୟୀ, କେନ୍ଦୁଝର ଧରଣୀଧର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୬ ତାରିଖରେ ଶେଷ ହେଉଛି । ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିବାକୁ ଏବେ ଚର୍ଚ୍ଚା ହେଉଛି । ହେଲେ ଏହାକୁ ବିରୋଧ କରିଛି ଧରଣୀଧର ସୁରକ୍ଷା ମଞ୍ଚ । କାରଣ କୁଳପତି ଦୁର୍ନୀତିରେ ଲିପ୍ତ ଅଭିଯୋଗ ହୋଇଛି  । ଅନ୍ତଃରାଜ୍ୟ ବିଶ୍ବ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରିଥିଲେ । କେନ୍ଦୁଝରର ଅତିଥି ଅଧ୍ୟାପକମାନଙ୍କୁ ବହିଷ୍କାର କରି କଟକର ଏକ ନିଦ୍ଧିଷ୍ଟ କୋଚିଂ ସେଣ୍ଟରର ଅଧ୍ୟାପକମାନଙ୍କୁ ନିଯୁକ୍ତି ଦେଇଛନ୍ତି  । ଏଥିରେ ବିପୁଳ ଅର୍ଥ କାରବାର ହୋଇଥିବା ଅଭିଯୋଗ ରହିଛି ।

ବେଆଇନ ଜଣେ କନିଷ୍ଠ ଅନଭିଜ୍ଞ ଅଧ୍ୟାପକଙ୍କୁ ରେଜିଷ୍ଟାର ଭାବେ ନିଯୁକ୍ତି ଦେଇଛନ୍ତି । ସିଣ୍ଡିକେଟରେ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାବିତ୍ ମାନଙ୍କୁ ଅଣଦେଖା କରି ଜିଲ୍ଲା ଓ ରାଜ୍ୟ ବାହାରର ଶିଳ୍ପପତି ମାନଙ୍କୁ ମନୋନୀତ କରିଛନ୍ତି । ବିଶ୍ୱବିଦ୍ୟାଳୟ ପିଜି କାଉନସିଲର ଚେୟାରମ୍ୟାନ ଭାବେ ବାରିପଦା ଶ୍ରୀରାମଚନ୍ଦ୍ର ବିଶ୍ଵବିଦ୍ୟାଳୟର ଅବସ୍ଥାପିତ ଜନୈକ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା, ଧରଣୀଧର କଲେଜ ବ୍ୟାଙ୍କ୍ ଆକାଉଣ୍ଟ୍ ର ସମସ୍ତ ଡିପୋଜିଟ୍ ଟଙ୍କାକୁ ଉଠାଇ ୟୁନିଭରସିଟି ଆକାଉଣ୍ଟରେ ଜମା ରଖିଥିବା ନେଇ ଅଭିଯୋଗ ହୋଇଛି । କଲେଜର ଓଡିଆ, ସଂସ୍କୃତ, ପଦାର୍ଥ ବିଜ୍ଞାନ, ଭୂତ୍ୱତ ବିଭାଗର ମୁଷ୍ଟିମେୟ ଅଧ୍ୟାପକମାନଙ୍କୁ ନେଇ ଏକ ମାଫିଆ ଗୋଷ୍ଠୀ ଗଠନ କରି ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଥିବା ନେଇ କୁଳପତିଙ୍କ ନାଁରେ ଅଭିଯୋଗ ହୋଇଛି । ଯାହାକୁ ନେଇ ଧରଣୀଧର କଲେଜ ସୁରକ୍ଷା ମଞ୍ଚ ଆଜି ପ୍ରତିବାଦ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.