ନୂଆଦିଲ୍ଲୀ,୨୩/୧୨: ଝିଅର ଶାଶୂଘରେ ବେଶୀ ଦିନ ରହିପାରିବେ ନାହିଁ ବାପଘର ଲୋକ । ଝିଅର ବାପଘର ଲୋକ କିମ୍ବା ସାଙ୍ଗସାଥୀ ଅଧିକ ଦିନ ଧରି ତାଙ୍କ ଶାଶୁଘରେ ରହିବାକୁ କ୍ରୃରତା ଭାବେ ଧରାଯାଏ । କୋଲକାତା ହାଇକୋର୍ଟ କିଛି ଏମିତି ରାୟ ଶୁଣାଇ ଏକ ଛାଡପତ୍ର ମାମଲାକୁ ମଞ୍ଜୁରୀ ଦେଇଛନ୍ତି ।
ଛାଡପତ୍ର ମାମଲାରେ କୋର୍ଟ ନିଷ୍ପତ୍ତି ଶୁଣାଇ କହିଛନ୍ତି, ସ୍ବାମୀଙ୍କ ବିନା ଅନୁମତିରେ ସ୍ତ୍ରୀଙ୍କ ସାଙ୍ଗସାଥୀ ହୁଅନ୍ତୁ କିମ୍ବା ସମ୍ପର୍କୀୟ ଅଧିକ ଦିନ ତାଙ୍କ ଘରେ ରହିବା କ୍ରୃରତା । ଅନେକ ସମୟରେ ଦେଖିବାକୁ ମିଳେ ପତ୍ନୀ ଘରେ ନଥିବା ସମୟରେ ସମ୍ପର୍କୀୟଙ୍କ ଉପସ୍ଥିତି ଫଳରେ ସ୍ବାମୀଙ୍କ ଜୀବନରେ ପ୍ରଭାବ ପଡିଥାଏ । ଜଣେ ବ୍ୟକ୍ତି ୨୦୦୮ରେ ବିବାହର ୩ ବର୍ଷ ପରେ ଛାଡପତ୍ର ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି କୋଲକାତା ହାଇକୋର୍ଟ ଏହା ରାୟ ଦେବା ସହିତ ଛାଡପତ୍ର ମଞ୍ଜୁର କରିଛନ୍ତି ।
ଛାଡପତ୍ର ଆବେଦନ କରିଥିବା ଦମ୍ପତ୍ତିଙ୍କର ପଶ୍ଚିମବଙ୍ଗର ନାବାଦ୍ବୀରରେ ବିବାହ ହୋଇଥିଲା । ୨୦୦୬ରେ ଦୁଇଜଣ କୋଲାଘାଟ ଆସିଥିଲେ । ସ୍ବାମୀଙ୍କ କହିବା ଅନୁସାରେ ସେଠାରେ ରହିବା ତାଙ୍କୁ ସୁବିଧା ଥିଲା । ୨୦୦୮ରେ ପତ୍ନୀ ତାଙ୍କ ସ୍ବାମୀଙ୍କ ଘରୁ ଚାଲିଯାଇଥିଲେ । ମାତ୍ର ତାଙ୍କ ପରିବାର ଓ ଜଣେ ବନ୍ଧୁ ସେଠାରେ ରହିଥିଲେ । ୨୦୧୬ରେ ପତ୍ନୀ ଉତ୍ତରପାରା ଯାଇଥିଲେ ।