ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଚାମ୍ପିଅନ୍ସ ଟ୍ରଫିରୁ ବାଦ ପଡ଼ିଲେ ସାଏମ ଆୟୁବ, ପାକିସ୍ତାନ କ୍ରିକେଟ୍‌ ବୋର୍ଡ ପକ୍ଷରୁ ଘୋଷଣା

Published By : Prameya | February 8, 2025 3:07 PM

କରାଚୀ,୦୮/୦୨: ଆଗାମୀ ଆଇସିସି ଚାମ୍ପିଅନ୍ସ ଟ୍ରଫିରୁ ପାକିସ୍ତାନର ଯୁବ ବ୍ୟାଟିଂ ବିସ୍ମୟ ସାଏମ ଆୟୁବ ବାଦ ପଡ଼ିଛନ୍ତି । ତାଙ୍କୁ ଫିଟ୍‌ ହେବା ପାଇଁ ଅତି କମ୍‌ରେ ଆଉ ୫ରୁ ୬ ସପ୍ତାହ  ସମୟ ଲାଗିବ । ପାକିସ୍ତାନର ଏହି ଯୁବ ବାମ ହାତି ବ୍ୟାଟର ୯ଟି ଦିନିକିଆ ଖେଳି ୬୪.୩୭ ହାରରେ ୫୧୫ ରନ୍‌ ସଂଗ୍ରହ  କରିଥିଲେ । ସ୍ୱଳ୍ପ ସମୟ ମଧ୍ୟରେ ସେ ୩ଟି ଶତକୀୟ ପାଳି ଖେଳି  ସାରିଥିଲେ । 

ଚାମ୍ପିଅନ୍ସ ଟ୍ରଫିରେ ସେ ଦର୍ଶକଙ୍କ ପସନ୍ଦ ପାଲଟିବେ  ବୋଲି ଆକଳନ କରାଯାଉଥିଲା । ମାତ୍ର ଗତ ଜାନୁଆରୀ ମାସରେ ସେ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଦ୍ୱିତୀୟ ଟେଷ୍ଟ ଖେଳୁଥିବା ସମୟରେ ଆହତ ହୋଇଥିଲେ । ଫିଲ୍ଡିଂ କରୁଥିବା ସମୟରେ  ତାଙ୍କ ଡାହଣ ପାଦରେ ଗଭୀର ଆଘାତ ଲାଗିଥିଲା । ସେ ସମ୍ପ୍ରତି  ଲଣ୍ଡନରେ ଚିକିତ୍ସିତ ଅଛନ୍ତି । ଫିଟ୍‌ ହେବା ପାଇଁ ତାଙ୍କୁ ଆଉ ୫ ସପ୍ତାହ ସମୟ ଲାଗିବ ବୋଲି ପାକିସ୍ତାନ କ୍ରିକେଟ୍‌ ବୋର୍ଡ  ଘୋଷଣା କରିଛି । ମାର୍ଚ୍ଚ ୯ ତାରିଖରେ ଚାମ୍ପିଅନ୍ସ ଟ୍ରଫି ଶେଷ  ହେବ । ଏହି ସମୟ ବେଳକୁ ସେ ଫିଟ୍‌ ହୋଇ ନଥିବେ । ତେବେ ପାକିସ୍ତାନର ଆଗାମୀ ନ୍ୟୁଜିଲାଣ୍ଡ(୫ ଟି-ଟ୍ୱେଣ୍ଟି, ଦିନିକିଆ)  ଗସ୍ତ ବେଳକୁ ସେ ଦଳକୁ ଫେରିବାର ସମ୍ଭାବନା ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.