ନୂଆଦିଲ୍ଲୀ,୩୦/୧୨: ମେଲବର୍ଣ୍ଣରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୧୮୪ ରନ୍ରେ ପରାଜୟ ହୋଇଛି ଏହି ପରାଜୟ ପରେ ଟିମ୍ ଇଣ୍ଡିଆ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ୨୦୨୫ ର ରାସ୍ତା ଅଧିକ କଷ୍ଟସାଧ୍ୟ ହୋଇଛି। ତେବେ ଆସନ୍ତୁ ଜାଣିବା ମେଲବର୍ଣ୍ଣ ଟେଷ୍ଟ ହାରିବା ପରେ ଟିମ୍ ଇଣ୍ଡିଆ କିପରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିପାରିବ।
ସୂଚନାଥାଉକି, ଦକ୍ଷିଣ ଆଫ୍ରିକା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିସାରିଛି। ବର୍ତ୍ତମାନ ଟିମ୍ ଇଣ୍ଡିଆ ଦ୍ୱିତୀୟ ଫାଇନାଲିଷ୍ଟ ହେବାକୁ ଦୌଡ଼ରେ ଅଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ତୃତୀୟ ସ୍ଥାନରେ ରହିଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି।
ମେଲବର୍ଣ୍ଣ ଟେଷ୍ଟରେ ପରାଜୟ ପରେ, ବର୍ତ୍ତମାନ ବିଶ୍ବ ଟେଷ୍ଟ ଚାମ୍ପିୟନସିନ୍ ଫାଇନାଲରେ ପହଞ୍ଚାଇବା ପାଇଁ ଟିମ୍ ଇଣ୍ଡିଆକୁ ପ୍ରଥମେ ସିଡନୀରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଜିତିବାକୁ ହେବ। ଟିମ୍ ଇଣ୍ଡିଆ ସିଡନୀରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ୨୦୨୩-୨୫ ଚକ୍ରର ଶେଷ ମ୍ୟାଚ୍ ଖେଳିବ, ଯେଉଁଥିରେ ଜିତିବା ବାଧ୍ୟତାମୂଳକ ଭାରତୀୟ ଦଳ ପାଇଁ ବାଧ୍ୟତାମୂଳକ ଅଟେ। ଯଦି ଟିମ୍ ଇଣ୍ଡିଆ ସିଡନୀ ଟେଷ୍ଟରେ ହାରିଯାଏ କିମ୍ବା ମ୍ୟାଚ୍ ଡ୍ରରେ ରୁହେ, ତେବେ ଡବ୍ଳୁଟିସି ଫାଇନାଲରେ ପ୍ରବେଶ କରିବାର ଆଶା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯିବ।
ଯଦି ଟିମ୍ ଇଣ୍ଡିଆ ସିଡନୀ ଟେଷ୍ଟରେ ଜିତେ ତେବେ ଏହା ପଏଣ୍ଟ ଟେବୁଲରେ ତୃତୀୟରୁ ଦ୍ୱିତୀୟ ସ୍ଥାନକୁ ଯିବ। ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କା ବିପକ୍ଷରେ ୧-୦ କିମ୍ବା ୨-୦ ରେ ଜିତିନଥିଲେ ହିଁ ଏହା ଘଟିବ। ଭାରତ ବିପକ୍ଷରେ ସିଡନୀ ଟେଷ୍ଟରେ ହାରିଯିବା ପରେ ଯଦି ଅଷ୍ଟ୍ରେଲିଆ ପରବର୍ତ୍ତୀ ସିରିଜରେ ଶ୍ରୀଲଙ୍କା ବିପକ୍ଷରେ ୨-୦ ରେ ଜିତେ, ତେବେ ଟିମ୍ ଇଣ୍ଡିଆ ଫାଇନାଲ ପାଇଁ ଦୌଡ଼ରୁ ବାଦ ପଡ଼ିବ।
ସୂଚନାଥାଉକି, ଦକ୍ଷିଣ ଆଫ୍ରିକା ପ୍ରଥମ ଥର ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ରେ ସ୍ଥାନ ନିଶ୍ଚିତ କରିଛି। ଏହାର ପୂର୍ବ ସଂସ୍କରଣର ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ସେପଟେ ଡବ୍ଳୁଟିସିର ପ୍ରଥମ ସଂସ୍କରଣର ଫାଇନାଲ ଭାରତ ଓ ନ୍ୟୁ୍ଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା।