ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ବୁମ୍ରା-ପାଣ୍ଡ୍ୟାଙ୍କ ଘାତକ ବୋଲିଂରେ ଘାଇଲା ପାକିସ୍ତାନ; ରୋମାଞ୍ଚକର ମୁକାବିଲାକୁ ୬ ରନ୍‌ରେ ଜିତିଲା ଭାରତ

ନ୍ୟୁୟର୍କ,୦୯/୦୬: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି ୨୦ ବିଶ୍ୱକପ ୨୦୨୪ ର ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ନ୍ୟୁୟର୍କ ଷ୍ଟାଡିୟମରେ ଖେଳାଯାଇଛି। ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ କ୍ରିକେଟ୍ ଜଗତର ଦୁଇ ପ୍ରମୁଖ ପ୍ରତିନ୍ଦ୍ବନ୍ଦିଙ୍କ ମଧ୍ୟରେ ମହାଲଢ଼େଇ ଚାଲିଛି। ତେବେ ଏହି ରୋମାଞ୍ଚକର ମୁକାବିଲାକୁ ୬ ରନ୍‌ରେ ଜିତି ନେଇଛି ଭାରତ। 

ପାକିସ୍ତାନ ବ୍ୟାଟିଂ-ଭାରତ ବୋଲିଂ: 

ପାକିସ୍ତାନ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ତେବେ ପାକ୍‌ ବୋଲଙ୍କର ଶାଣିତ ପ୍ରଦର୍ଶନ ଆଗରେ ଭାରତୀୟ ଦଳ ୧୯ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୧୯ ରନ କରିଥିବା ବେଳେ ପାକିସ୍ତାନକୁ ୧୨୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ପରେ ମଇଦାନକୁ ଓହ୍ଲାଇଥିବା ପାକିସ୍ତାନୀ ବ୍ୟାଟରଙ୍କ ପ୍ରଦର୍ଶନ କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଫିକା ପଡ଼ିଯାଇଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ସର୍ବାଧିକ ୩୧ ରନ୍‌ କରିଥିବା ବେଳେ ବାବର ଆଜମ, ଉସ୍ମାନ୍‌ ଖାନ୍‌ ଓ ଫକର ଜମନ ୧୩ ରନ୍‌ ଲେଖାଏଁ ସ୍କୋର କରିଥିଲେ। ଇମଦ ଓ୍ବାସିମ ୧୫ ଓ ନସିମ୍‌ ଶାହା ୧୦ ରନ୍‌ କରିଥିଲେ। 

ଏପଟେ ଭାରତୀୟ ବୋଲରଙ୍କ ମଧ୍ୟରେ ଜସପ୍ରିତ ବୁମ୍ରା ୪ ଓଭର ବୋଲିଂ କରି ମାତ୍ର ୧୪ ରନ୍‌ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭର ବୋଲିଂ କରି ୨୪ ରନ୍‌ ଦେଇ ୨ଟି ଓ୍ବିକେଟ ନେଇଥିଲେ। ସେହିପରି ଅର୍ଶଦୀପ ସିଂ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। 

ଭାରତର ବ୍ୟାଟିଂ-ପାକିସ୍ତାନ ବୋଲିଂ: 

ପ୍ରଥମ ଇନିଂସରେ ପ୍ରଥମେ ମଇଦାନକୁ ଓହ୍ଲାଇଥିଲେ ରୋହିତ ଶର୍ମା ଓ ବିରାଟ କୋହଲି। ତେବେ ମାତ୍ର ୧.୩ ଓଭରରେ ନସିମ୍‌ ଶାହାଙ୍କ ବଲ୍‌ରେ ଉସ୍‌ମାନ୍‌ ଖାନ୍‌ଙ୍କ କ୍ୟାଚ୍‌ ଆଉଟ୍‌ର ଶିକାର ହୋଇଥିଲେ ବିରାଟ କୋହଲି। ପରେ ୨.୪ ଓଭର ବେଳକୁ ରୋହିତ ଶର୍ମାଙ୍କ ଓ୍ବିକେଟ ଦଳକୁ ଚିନ୍ତାରେ ପକାଇଥିଲା। ପରେ ଅକ୍ଷର ପଟେଲ ଓ ଋଷଭ ପନ୍ତ ଖେଳ ସମ୍ଭାଳିଥିଲେ ହେଁ ୭.୪ ଓଭର ବେଳକୁ ଅକ୍ଷର ପଟେଲଙ୍କୁ ପାଭିଲିୟନ ପଠାଇଥିଲେ ନସିମ୍‌ ଶାହା। ଏହା ପରେ ଲଗାତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ଟିମ୍‌ ଇଣ୍ଡିଆ। 

ଲଗାତାର ଭାବେ ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଶିବମ ଦୁବେ ଓ ରବିନ୍ଦ୍ର ଜାଡ଼େଜାଙ୍କ ଭଳି ଖେଳାଳି ପାଭିଲିୟନ ଫେରିଥିଲେ। ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧୀକ ୪୨ ରନ୍‌ କରିଥିବା ବେଳେ ଅକ୍ଷର ପଟେଲ ୨୦ ଏବଂ ରୋହିତ ଶର୍ମା ୧୩ ରନ୍‌ କରିଛନ୍ତି। ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବି ଛୁଇଁପାରି ନାହାନ୍ତି। ଦଳ ୧୯ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୧୯ ରନ୍‌ କରିଛି ଏବଂ ପାକିସ୍ତାନକୁ ୧୨୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ସେପଟେ ପାକିସ୍ତାନ ପକ୍ଷରୁ ନସିମ୍‌ ଶାହା ଓ ହରିଶ ରାଉଫ୍‌ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଅମିର ଦୁଇଟି ଓ ହସିନ୍‌ ଆଫ୍ରିଦୀ ଗୋଟିଏ ଓ୍ବିକେଟ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.