ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଇଂଲଣ୍ଡକୁ ୧୪୨ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ, ୩-୦ରେ ଭାରତର ସିରିଜ୍‌ କ୍ଲିନ୍‌ ସୁଇପ୍‌

Published By : Tapas Panda | February 12, 2025 8:42 PM

ଅହମ୍ମଦାବାଦ: ତୃତୀୟ ଦିନିକିଆରେ ଇଂଲଣ୍ଡକୁ ବଡ଼ ରନ୍‌ ବ୍ୟବଧାନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ପ୍ରଥମ ଦୁଇଟି ମୁକାବିଲାରେ ଭାରତର ବିଜୟ ହୋଇଥିବା ବେଳେ ତୃତୀୟ ମ୍ୟାଚ୍‌କୁ ୧୪୨ ରନ୍‌ରେ ଜିତି ନେଇଛି ରୋହିତ ବାହିନୀ । ବ୍ୟାଟରଙ୍କ ପରେ ବୋଲରଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୧୪୨ ରନରେ ହରାଇଛି । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୩-୦ରେ କ୍ଲିନ ସୁଇପ୍ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୩୫୬ ରନ କରିଥିଲା । 

ଦଳ ପକ୍ଷରୁ ଶୁଭମନ ଗିଲ୍ ୧୧୨ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଶ୍ରେୟସ ଆୟର ୭୮ ରନ ଓ ବିରାଟ କୋହଲି ୫୨ ରନ କରିଥିଲେ । ଜବାବରେ ଇଂଲଣ୍ଡ ଭାରତୀୟ ବୋଲରଙ୍କ ବୋଲିଂର ମୁକାବିଲା କରି ନପାରି ୩୪.୨ ଓଭରରେ ୨୧୪ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ଟମ୍ ବ୍ୟାଣ୍ଟନ ୩୮ ରନ ଓ ଗସ୍ ଅଟିଙ୍କସନ ୩୮ ରନ କରିଥିଲେ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତୀୟ ଦଳ ଦିନିକିଆ ସିରିଜ୍‌ରେ ବଡ଼ ବିଜୟ ହାସଲ କରିଛି।

ପ୍ରଥମେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଆରମ୍ଭ ଭଲ ନଥିଲା। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ୨ ବଲ୍‌ରେ ୧ ରନ୍ କରି ପାଭିଲିୟନ ଫେରିଥିଲେ। ତଥାପି, ଏହା ପରେ ଶୁଭମନ ଗିଲ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଏକ ଭଲ ଭାଗୀଦାରି ହୋଇଥିଲା। ଉଭୟ ଖେଳାଳି ଦ୍ୱିତୀୟ ୱିକେଟ ପାଇଁ ୧୦୭ ବଲରେ ୧୧୬ ରନ୍ ଯୋଡ଼ିଥିଲେ। ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ମଧ୍ୟରେ ୯୩ ବଲ୍‌ରେ ୧୦୪ ରନ୍‌ର ପାର୍ଟନରସିପ୍ ହୋଇଥିଲା। କେଏଲ ରାହୁଲ ୨୯ ବଲ୍‌ରେ ୪୦ ରନ୍ କରିଥିଲେ। ସେପଟେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲ୍‌ରେ ୧୭ ରନ୍ କରିଥିଲେ।

ଭାରତୀୟ ବ୍ୟାଟରଙ୍କ ପରେ ବୋଲର ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଅର୍ଶଦୀପ ସିଂହ, ହର୍ଷିତ ରାଣା, ଅକ୍ଷୟ ପଟେଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଓ୍ବାଶିଂଟନ୍‌ ସୁନ୍ଦର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.