ନୂଆଦିଲ୍ଲୀ,୨୯/୧୨: ଗୋଟିଏ ୱିକେଟ ପାଇଁ ସଂଘର୍ଷ କରୁଥିଲା ଭାରତ । କେମିତି ୱିକେଟ ପଡିଲେ ଭାରତ ଟିକେ ମଜବୁତ ସ୍ଥିତିରେ ପହଞ୍ଚିବ ସେ ରଣନୀତି କରୁଥିଲା । ହେଲେ ନାଥନ ବେଲାଣ୍ଡ ଭାରତୀୟ ବୋଲରଙ୍କୁ ତରସାଇ ଥିଲେ । ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ ଚତୁର୍ଥ ଦିନ ଖେଳ ଷ୍ଟମ୍ପ ଘୋଷଣା ହୋଇଛି । ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠିବା କଙ୍ଗାରୁ ଦଳ ପାଇଁ ମୁସ୍କିଲ ହୋଇ ପଡିଥିଲା । ଷ୍ଟମ୍ପ ଘୋଷଣା ସୁଦ୍ଧା ଘରୋଇ ଅଷ୍ଟ୍ରେଲିଆ ୨୨୮ରନ କରି ୯ ୱିକେଟ ହରାଇଛି । ୩୩୩ ରନ ଆଗରେ ଅଛି ଅଷ୍ଟ୍ରେଲିଆ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ ଓ ମହମ୍ମଦ ସିରାଜ ୩ଟି ୱିକେଟ ନେଇଛନ୍ତି । ଆଉ ଗୋଟିଏ ଦିନ ଖେଳରେ ନିଷ୍ପତ୍ତି ବାହାରିବ । କିଏ ଜିତିବ ଏହି ଟେଷ୍ଟ ତାକୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍କଣ୍ଠା ଭରି ରହିଛି ।
ମେଲବର୍ଣ୍ଣ ଟେଷ୍ଟ ପ୍ରଥମ ଇନିଂସର ଅଷ୍ଟ୍ରେଲିଆ ୪୭୪ ରନ କରିଥିଲା । ଭାରତ ପ୍ରଥମ ଇନିଂସରେ ୩୫୮ ରନ କରିଥିଲା । ଶତକ ହାସଲ କରିଥିଲେ ନୀତିଶ ରେଡ୍ଡୀ । ସେ ୧୧୪ରନର ପାଳି ଖେଳିଥିଲେ । ଆଜି ଚତୁର୍ଥ ଦିନରେ ଷ୍ଟମ୍ପ ଘୋଷଣା ହୋଇଛି । ଘରୋଇ ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୨୨୮ ରନ କରିଛି । ଅଷ୍ଟ୍ରେଲିଆ ୩୩୩ରନ ଆଗରେ ରହିଛି । ଚତୁର୍ଥ ଦିନ ଖେଳରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା । ଆଉ ଗୋଟିଏ ୱିକେଟ ମିଳି ଯାଇଥିଲେ ଭାରତ ମଜବୁତ ସ୍ଥିତିରେ ଆସିଥାନ୍ତା ମାତ୍ର ସଫଳତା ମିଳି ନଥିଲା । ମେଲବର୍ଣ୍ଣ ଟେଷ୍ଟର ଆଉ ଗୋଟିଏ ଦିନ ବାକି ରହିଛି । ଆସନ୍ତାକାଲି ଟେଷ୍ଟର ନିଷ୍ପତି ହୋଇଯିବ ।
That's Stumps on Day 4
— BCCI (@BCCI) December 29, 2024
Australia reach 228/9 and lead by 333 runs
Updates ▶️ https://t.co/njfhCncRdL#TeamIndia | #AUSvIND pic.twitter.com/Gw8NbCljL7
ସାମ କନଷ୍ଟାସ ୮, ଉସମାନ ଖ୍ବାଜା ୨୧, ଷ୍ଟିଭ ସ୍ମିଥ ୧୩, ଟ୍ରେଭିସ ହେଡ ୧, ମିଚେଲ ମାର୍ଶ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଆଲେକ୍ସ କ୍ୟାରୀ ୨, ମାର୍ନସ ଲାବୁସେନ ୭୦ ରନ କରି ପାଭିଲିୟନ ଫେରିଥିଲେ । ସେହିପରି ମିଚେଲ ଷ୍ଟାକ ୫ରନ କରି ରନଆଉଟ ହୋଇଥିଲେ । ୬୪ତନ ଓଭରରେ ପାଟ କମିନ୍ସ ୪୧ରନ ଜାଡେଜାଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୨୨୮ ରନ କରିଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ଟି ଓ ବୁମରା ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।