ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆଡିଲେଡରେ କାହିଁକି ହାରିଲା ଭାରତ, ଜାଣନ୍ତୁ ପରାଜୟ ପଛର ୫ କାରଣ

Published By : Ankita S | December 8, 2024 1:57 PM

ନୂଆଦିଲ୍ଲୀ,୦୮/୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ପରାସ୍ତ ହୋଇଛି ଭାରତ । ୧୦ୱିକେଟରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ପର୍ଥରେ ୨୯୫ରନର ବିରାଟ ବିଜୟ ହାସଲ ପରେ ଆଡିଲେଡରେ କାହିଁକି ହାରିଲା ଭାରତ । ପିଙ୍କ ବଲରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିଲେ ଫ୍ୟାନ୍ସ । ମାତ୍ର ରୋହିତବାହିନୀ ଆଡିଲେଡରେ ବିଜୟ କାହାଣୀ ଲେଖିପାରିଲେ ନାହିଁ । କେଉଁଠି ରହିଲା ଭୁଲ କାହିଁକି ଫେଲ ମାରିଲା ରୋହିତବାହିନୀ । ଆଡିଲେଡରେ ଭାରତର ପରାଜୟ ପଛର ୫ କାରଣ ଜାଣନ୍ତୁ ଏହି ରିପୋର୍ଟରେ ।

୧. ଦ୍ବିତୀୟ ଟେଷ୍ଟରେ ଖେଳିଲେ ମାତ୍ର ୮୧ ଓଭର-ଆଡିଲେଡ ଟେଷ୍ଟରେ ଭାରତୀୟ ଦଳ ଦୁଇଟି ଇନିଂସରେ ମାତ୍ର ୮୧ ଓଭର ଖେଳିଛି । ପ୍ରଥମ ଇନିଂସରେ ୧୮୦ ଓ ଦ୍ବିତୀୟ ଇନିଂସରେ ୧୭୫ରନ କରିଛି । ଯଦି ପ୍ରଥମ ପାଳିରେ ୩୦୦ରନ କରିଥାନ୍ତା ତେବେ ଫାଇଦା ମିଳିଥାନ୍ତା । ମାତ୍ର ଦୁଇଟି ଯାକ ପାଳିରେ ମୋଟ ୩୫୫ରନ କରିଥିଲା ଭାରତ ।

୨. ବିଫଳ ହେଲେ ହିଟମ୍ୟାନ- ପର୍ଥ ଟେଷ୍ଟ ଖେଳି ନଥିଲେ ଅଧିନାୟକ ରୋହିତ ଶର୍ମା । ମାତ୍ର ଆଡିଲେଡ ଟେଷ୍ଟ ଖେଳିଥିଲେ । ହିଟମ୍ୟାନଙ୍କ ବ୍ୟାଟରୁ ବଡ ଇନିଂସ ଆଶା କରାଯାଉଥିଲା । ମାତ୍ର ସେ ବିଫଳ ହୋଇଥିଲେ । ଦୁଇଟି ଇନିଂସରେ ସେ ମାତ୍ର ୯ରନ କରିଥିଲେ ।

୩. ଅଶ୍ବିନୀଙ୍କୁ ସଠିକ ସୁଯୋଗ ନମିଳିବା- ଦ୍ବିତୀୟ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ଅଭିଜ୍ଞ ଅଶ୍ବିନୀଙ୍କୁ ସୁଯୋଗ ମିଳିଥିଲା । ତାଙ୍କ ପ୍ରଦର୍ଶନ ଭଲ ନଥିଲା । ଏହାସହିତ ମ୍ୟାଚରେ ସଠିକ ସମୟରେ ଅଶ୍ବିନୀଙ୍କ ବ୍ୟବହାର ମଧ୍ୟ ହୋଇନଥିଲା । ପ୍ରଥମ ଇନିଂସରେ ସେ ବହୁ ବିଳମ୍ବରେ ବୋଲିଂ କରିଥିଲେ । ୧୮ ଓଭର ବୋଲି କରି ୫୩ରନ ଦେଇ ମାତ୍ର ଗୋଟିଏ ୱିକେଟ ନେଇଛନ୍ତି ।

୪. ପର୍ଥର ଶତକବୀରଙ୍କ ବିଫଳତା- ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଇଥିଲା । ଭାରତ ବିରାଟ ବିଜୟ ହାସଲ କରିଥିଲା । ଏଥିରେ ବିରାଟ କୋହଲି ଓ ୟଶସ୍ବୀ ଜୈସ୍ବାଲ ଶତକ ହାସଲ କରିଥିଲେ । ମାତ୍ର ଆଡିଲେଡରେ ଏହି ଷ୍ଟାର ବ୍ୟାଟର ବିଫଳ ହୋଇଥିଲେ । ଉଭୟ ଯଥାକ୍ରମେ ୧୮ ଓ ୨୪ ରନ କରିଥିଲେ ।

୫. ସର୍ଟ ପିଚ ବଲର ପ୍ରୟୋଗ ନହେବା- ଅଷ୍ଟ୍ରେଲିଆର ୩ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ, ପାଟ କମିନ୍ସ, ଓ ଷ୍ଟାକ ବୋଲାଣ୍ଡ ଏହି ମ୍ୟାଚରେ ସର୍ଟ ପିଚ ବଲରେ ଉପଯୋଗ କରିଥିଲେ । ଫଳରେ ସେମାନ ସଫଳ ହୋଇଥିଲେ । ମାତ୍ର ଭାରତୀୟ ବୋଲର ଫିକା ପଡିଥିଲେ । ଟ୍ରାଭିସ ହେଡଙ୍କୁ ସର୍ଟ ପିଚ ବଲ ବଳରେ ପରୀକ୍ଷା କରାଯାଇପାରିଥାନ୍ତା ମାତ୍ର ହେଡଙ୍କୁ ଭାରତୀୟ ଦଳ ଜୀବନଦାନ ଦେଇଥିଲା । ଯାହାର ଫାଇଦା ଉଠାଇ ସେ ୧୪୦ରନର ପାଳି ଖେଳିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.