ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ଭାରତକୁ କେହି ଦବାଇ ପାରିବେ ନାହିଁ, ଭିଟୋ କ୍ଷମତାକୁ ନେଇ ବୈଦେଶିକ ମନ୍ତ୍ରୀଙ୍କ ବାର୍ତ୍ତା

Published By : Ankita S | December 23, 2024 8:37 AM

ନୂଆଦିଲ୍ଲୀ,୨୩/୧୨: ଭାରତ ତାର ନିଷ୍ପତ୍ତିରେ କାହାକୁ ଭିଟୋର ଅନୁମତି ଦେବ ନାହିଁ । ଭାରତକୁ କେହି ଦବାଇ ପାରିବେ ନାହିଁ । ବିଶ୍ବର ମଙ୍ଗଳ ପାଇଁ ଜନତାଙ୍କ ହିତ ପାଇଁ ଯାହା ଠିକ୍ ତାହା ଭାରତ କରିବଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟଙ୍କ ଦ୍ବାରା ବିଭିନ୍ନ ମାମଲାରେ ଭିଟୋ ପ୍ରୟୋଗ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବିଶ୍ବକୁ ଏହି ବାର୍ତ୍ତା ଦେଇଛନ୍ତି ।

ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି ଭିଟୋ କ୍ଷମତାକୁ ନେଇ ବିଶ୍ବକୁ ବାର୍ତ୍ତା ଦେଇ ଜୟଶଙ୍କର କହିଛନ୍ତି, ଭାରତ କେବେ ବି ଅନ୍ୟମାନଙ୍କୁ ନିଜ ନିଷ୍ପତ ଉପରେ ଭିଟୋ ପ୍ରୟୋଗ କରିବାକୁ ଅନୁମତି ଦେବ ନାହିଁ । ବିଶ୍ବର ମଙ୍ଗଳ ପାଇଁ ଜନତାଙ୍କ ହିତ ପାଇଁ ଯାହା ଠିକ୍ ତାହା ଭାରତ କରିବ । ସ୍ବାଧୀନତାକୁ ନିରପେକ୍ଷତା ସହ ଯୋଡି କେବେ ବି ଦ୍ବନ୍ଦରେ ପକାଇବା ଉଚିତ୍ ନୁହେଁ । ଆମର ଜାତୀୟ ସ୍ବାର୍ଥ ପାଇଁ ଯାହା ଠିକ୍ ତାହା ଆମେ ନିର୍ଭୟରେ କାର୍ଯ୍ୟକାରୀ କରିବୁ ।

ଜାତିସଂଘ ନିରାପତ୍ତା ପରିଷଦର ପାଞ୍ଚ ସ୍ଥାୟୀ ସଦସ୍ୟ ଚୀନ, ଫ୍ରାନ୍ସ,, ଋଷ, ବ୍ରିଟେନ ଏବଂ ଆମେରିକା ବର୍ତ୍ତମାନ ପ୍ରକ୍ରିୟାଗତ ନିଷ୍ପତ୍ତି ବ୍ୟତୀତ ଅନ୍ୟ ପ୍ରସଙ୍ଗ ଉପରେ ଭିଟୋ କରିବାର କ୍ଷମତା ରଖିଛନ୍ତି । ୧୯୪୫ରେ ସ୍ଥାପିତ ୟୁଏନଏସସିରେ ସମୁଦାୟ ୧୫ଜଣ ସଦସ୍ୟ ଥିବା ବେଳେ ଅନ୍ୟ ୧୦ ଜଣ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଅସ୍ଥାୟୀ ସଦସ୍ୟଙ୍କ ପାଖରେ ଭିଟୋ କ୍ଷମତା ରହିଛି । ଭାରତ ଏକ ଅସାଧାରଣ ରାଷ୍ଟ୍ର କାରଣ ଏହାର ସଭ୍ୟତା ଅତି ପ୍ରାଚୀର ଓ ମହାନ । ଏଭିଳ ଦେଶ ବିଶ୍ବ ସ୍ତରରେ ନିଜର ସାଂସ୍କୃତିକ ଶକ୍ତିର ସମ୍ପୂର୍ଣ୍ଣ ଉପଯୋଗ କଲେ ହିଁ ପ୍ରଭାବ ପ୍ରୟୋଗ କରିବ । ଚାପଗ୍ରସ୍ତ ଜୀବନଶୈଳୀ କିମ୍ବା ବାରମ୍ବାର ଜଳବାୟୁ ଘଟଣା ସହ ଲଢୁଥିବହା ବିଶ୍ବରେ ଭାରତର ଐତିହ୍ୟରୁ ଅନେକ କିଛି ଶିଖିବାର ଅଛି ବୋଲି କହିଛନ୍ତି ଜୟଶଙ୍କର ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.