ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ସ୍ପେଡେକ୍ସ ମିଶନକୁ ନେଇ ବଡ ଅପଡେଟ୍, ମହାକାଶରେ ମଞ୍ଜିକୁ ଗଜା କରିବ ଇସ୍ରୋ

Published By : Ankita S | December 23, 2024 10:59 AM

ନୂଆଦିଲ୍ଲୀ,୨୩/୧୨: ମହାକାଶରେ ଗଜା ହେବ ମଞ୍ଜି । ମହାକାଶରେ ମଞ୍ଜିକୁ ଗଜା କରିବ ଇସ୍ରୋ । ଖାଲି ସେତିକି ନୁହେଁ ଅନ୍ତରୀକ୍ଷକୁ ପଠାଇବ ଅନ୍ତନଳୀର ଜୀବାଣୁ । କେବଳ ଇନସ୍ପେସ ଡକିଂ ବା ଦୁଇଟି ସ୍ପେସକ୍ରାପ୍ଟକୁ ମହାକାଶରେ ଯୋଡିବା ନୁହେଁ ସ୍ପେଡେକ୍ସ ମିଶନକୁ ନେଇ ଅନେକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିବାକୁ ଯାଉଛି ଇସ୍ରୋ । ଉତକ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନକୁ ନେଇ ଏହି ବଡ ସୂଚନା ଆସିଛି ।

କ୍ରପ୍ ପେଲୋଡରେ ୮ଟି ଝୁଡଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ । ସେହିପରି RVସାଟ -1 ପେଲୋଡରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ ।ବହୁ ପରୀକ୍ଷଣ ପରେ ଭାରତୀୟ ମହାକାଶ ଗବେଷଣାରେ ପ୍ରଥମ ଥର ଏପରି ହେବାକୁ ଯାଉଛି । ଏହି ମିଶନରେ ବ୍ୟବହୃତ ରକେଟରେ PSLV-60 ରକେଟରେ ଚତୁର୍ଥ ଷ୍ଟେଜରେ ମୋଟ ୨୪ଟି ପେଲୋଡ ବା ଯନ୍ତ୍ର ପଠାଯିବ । ଏହାକୁ PS4 ଅର୍ବିଟାଲ ଏକ୍ସପେରିମେଣ୍ଟ ମଡ୍ୟୁଲ ବା ପିଏମ-୪ ବୋଲି କୁହାଯାଉଛି । ୨୪ଟି ପେଲୋଡରୁ ୧୪ଟି ଇସ୍ରୋ ତିଆରି କରିଥିବା ବେଳେ ୧୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଷ୍ଟାର୍ଟଅପ ତିଆରି କରିଛନ୍ତି । ସେଥିରୁ ୨ଟି ରୋଚକ ପେଲୋଡ ହେଉଛି କ୍ରପ ଓ   RV ସାଟ -1 । ଯେଉଁଥିରେ ମଞ୍ଜି ଓ ଅନ୍ତନଳୀ ପଠାଇବ ଇସ୍ରୋ । 

କ୍ରପ ପେଲୋଡରେ ୮ଟି ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ । ୫ରୁ ୭ ଦିନ ଭିତରେ ଏହାକୁ ଗଜା କରି ସେଥିରୁ ୨ଟି ଲେଖାଏଁ ପତ୍ର ବାହାରିବା ଯାଏ ଅନୁଧ୍ୟାନ କରାଯିବ। ମଞ୍ଜିରୁ କିପରି ଗଛ ବାହାରୁଛି ତାର ଫଟୋ ଉଠାଯିବ । ଅମ୍ଲଜାନ, ଅଙ୍ଗାରକାମ୍ଲ, ଆଦ୍ରତା ଆଦି ମପାଯିବ । ସେହିପରି RV ସାଟ -1 ପେଲୋଡରେ ମହାକାଶକୁ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ ପଠାଯିବ । ମହାକାଶରେ ସେଗୁଡିକ କିପରି ବଂଶବୃଦ୍ଧି କରୁଛନ୍ତି ତାର ଅନୁଧ୍ୟାନ କରାଯିବ । ଆଗାମୀ ଦିନରେ ଏହି ସବୁ ମାନବ ମିଶନରେ ଏହିସବୁ ତଥ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.