ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ରାଣାଙ୍କ ବେପରବାୟ ଥ୍ରୋ’ରେ ବିରକ୍ତ ହେଲେ ରୋହିତ, କହିଲେ ତୁମ ପାଖରେ ବୁଦ୍ଧି ଅଛି କି ନାହିଁ...

Published By : Prameya | February 10, 2025 9:20 AM

କଟକ ୧୦/୦୨: ରବିବାର ଭାରତ-ଇଂଲଣ୍ଡ ମଧ୍ୟର ଦ୍ୱିତୀୟ ଦିନିକିଆ ଚାଲିଥିଲା । ଗ୍ରାଉଣ୍ଡ ମଝି ଭୁଲ କରି ଦେଲେ ହର୍ଷିତ। ରାଗି ଯାଇଥିଲେ ରୋହିତ। ୩୧.୫ତମ ଓଭରରେ ଏଭଳି ଏକ ଘଟଣା  ଘଟିଥିଲା, ଯାହାକୁ ନେଇ ହର୍ଷିତ ରାଣା ପଡ଼ିଆ  ଭିତରେ ଅଧିନାୟକ ରୋହିତଙ୍କ ଠାରୁ ଗାଳି  ଶୁଣିଥିଲେ । 

୩୨ତମ ଓଭରରେ ହର୍ଷିତ ବେଶ୍‌  ଶୃଙ୍ଖଳିତ ବୋଲିଂ ଜାରି ରଖିଥିଲେ । ପ୍ରଥମ  ୪ଟି ବଲ୍‌ରେ କୌଣସି ରନ୍‌ ବାହାରି ନଥିଲା ।  ହେଲେ ପଞ୍ଚମ ବଲ୍‌ରେ ରାଣା ଏକ ବଡ଼ ତ୍ରୁଟି  କରିଥିଲେ । ବ୍ୟାଟିଂ କରୁଥିବା ହ୍ୟାରୀ ବ୍ରୁକ୍‌ ରାଣାଙ୍କ ଏହି ବଲ୍‌କୁ ଡିଫେନ୍ସ କରିଥିଲେ ।  ବଲଟି ସିଧା ତାଙ୍କ ହାତକୁ ଯାଇଥିଲା । ମାତ୍ର  ସେ ନିଜ ଭାବନାକୁ ନିୟନ୍ତ୍ରଣରେ ରଖିପାରି  ନଥିଲେ । ବଲ୍‌ଟି ଧରିବା ମାତ୍ରେ ସେ ସିଧା  ୱିକେଟ୍‌କୁ ଲକ୍ଷ୍ୟ କରି ଥ୍ରୋ କରିଥିଲେ । 

ବ୍ରୁକ୍‌  କ୍ରିଜ୍‌ ଛାଡ଼ି ନଥିଲେ । ବଲ ୱିକେଟ୍‌ରେ ବାଜି  ନଥିଲା । ୱିକେଟ୍‌ କିପର କେ ଏଲ ରାହୁଲ  ମଧ୍ୟ ଚେଷ୍ଟା କରି ବଲ୍‌ ଧରିପାରି ନଥିଲେ । ବଲ୍‌ ସିଧା ଫାଇନ ଲେଗ ବାଉଣ୍ଡାରୀ ଅତିକ୍ରମ  କରିଥିଲା ଓ ଓଭର ଥ୍ରୋ ଭାବେ ଇଂଲଣ୍ଡକୁ  ୪ରନ୍‌ ମିଳିଥିଲା । ରାଣାଙ୍କ ବେପରବାୟ ଥ୍ରୋ’ରେ ବିରକ୍ତ ହୋଇ ରୋହିତ କହିଥିଲେ,  ଦିମାଗ ହୈ ୟା ନେହିଁ ତେରେ ପାସ୍‌.. (ତୁମ ପାଖରେ ବୁଦ୍ଧି ଅଛି କି ନାହିଁ...) ।  

ସୂଚନାଯୋଗ୍ୟ, ରୋହିତ ସର୍ବଦା ବଡ଼ ଭାଇ  ଭଳି ସାଥୀ ଖେଳାଳିଙ୍କୁ ଗ୍ରାଉଣ୍ଡରେ ଗାଳି  କରନ୍ତି । ହେଲେ ମ୍ୟାଚ୍‌ ପରେ ସେ ପ୍ରଥମେ ଆଲିଙ୍ଗନ କରି ବୁଝାଇଥା’ନ୍ତି । ଏହି ଗୁଣ ପାଇଁ  ସବୁ ଜୁନିୟର ଖେଳାଳି ତାଙ୍କୁ ପସନ୍ଦ କରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.