ପୁନେ,୦୭/୦୨: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଗୁରୁବାରଠୁ ଦିନିକିଆ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆକୁ ୪ ୱିକେଟରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ଏହି ମ୍ୟାଚରେ ଶୁଭମନ୍ ଗିଲ ଏକ ଦମଦାର ପାଳି ଖେଳିଥିଲେ । ସେ ୮୭ରନର ଭଲ ପାଳି ଖେଳି ଭାରତ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହା ସହିତ ଏକ ମାମଲାରେ ଭାରତର ନମ୍ବର ୱାନ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ଭାଙ୍ଗିଲେ କୋହଲି-ଆୟରଙ୍କ ରେକର୍ଡ- ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଉପ-ଅଧିନାୟକ ଶୁଭମନ୍ ଗିଲ ୨୪୯ ଟାର୍ଗେଟର ପିଛା କରି ୮୭ରନର ସାନଦାର ପାଳି ଖେଳିଥିଲେ । ଏହି ପାଳି ସହ ସେ କେବଳ ଭାରତକୁ ବିଜୟ ଦେଇନାହାନ୍ତି ନିଜ ନାଁରେ ଏକ ରେକର୍ଡ କରିଛନ୍ତି । ଶୁଭମନ୍ ଗିଲ ଦିନିକିଆରେ ଭାରତ ପାଇଁ ସବୁଠୁ କମ୍ ମ୍ୟାଚ ଖେଳି ୨୦ ଥର ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି । ଏହି ମାମଲାରେ ସେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କୁ ପଛରେ ପକାଇ ଦେଇଛନ୍ତି ।
ଏହା ବି ପଢନ୍ତୁ...ବୋଲିଂ ପରେ ବ୍ୟାଟିଂରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ, ପ୍ରଥମ ଦିନିକିଆରେ ଇଂଲଣ୍ଡ ପରାସ୍ତ
ଶୁଭମନ୍ ଦିନିକିଆ କ୍ରିକେଟରେ ୨୦ ଥର ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି । ୨୦ ଥର ୫୦ ସ୍କୋର ପାର୍ କରିଥିବା ଖେଳାଳି ହେବାକୁ ତାଙ୍କୁ ୪୮ଟି ପାଳି ଖେଳିବାକୁ ପଡିଥିଲା । ପୂର୍ବରୁ ଏହି ରେକର୍ଡ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ନାମରେ ଥିଲା । ଶ୍ରେୟସ ୨୦ ଥର ଅର୍ଦ୍ଧଶତକ କରିବାକୁ ୫୦ ପାଳି ଖେଳି ଖେଳିଥିଲେ । ଏହା ସହିତ ବିରାଟ କୋହଲି ଏହି ରେକର୍ଡ ପାଇଁ ୫୬ ପାଳି ଖେଳିଥିଲେ ।
କହି ରଖୁଛୁ କି, ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ପ୍ରଥମ ଦିନିକିଆକୁ ୪ ୱିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ । ଉଭୟ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲା ଭାରତୀୟ କ୍ରିକେଟ ଦଳ । ବର୍ତ୍ତମାନ ସିରିଜ୍ ୧-୦ ସ୍ଥିତିରେ ରହିଛି । ଆସନ୍ତା ୯ ତାରିଖରେ ଦ୍ବିତୀୟ ଦିନିକିଆ ଖେଳାଯିବ ।