ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ, ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତି

Published By : prameya | February 6, 2025 1:39 PM

ନୂଆଦିଲ୍ଲୀ,୦୬/୦୨:  ନାଗପୁରରେ ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ।  ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତି ।  ତେବେ ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବ । ଦିନିକିଆରେ ଭାଗ ନେବେନି ଷ୍ଟାର ବ୍ୟାଟର ବିରାଟ କୋହଲି । ଭାରତୀୟ ଦଳରେ ଦୁଇ ଯୁବ ତାରକା ଡେବ୍ୟୁ କରୁଛନ୍ତି । ହର୍ଷିତା ରାଣା, ଜଶସ୍ବୀ ଜୈସଓ୍ବାଲଙ୍କୁ ମିଳିଛି ଓ୍ବାନଡେ ଇଣ୍ଟରନ୍ୟାସନାଲ୍ କ୍ୟାପ୍  ।  

ତେବେ ଭାରତ ଏହା ପୂର୍ବରୁ ଟି-୨୦ ସିରିଜରେ ଇଂଲଣ୍ଡକୁ ୪-୧ ରେ ହରାଇଥିଲା । ଏବେ ଭାରତର ନଜର ଦିନିକିଆ ସିରିଜର ଜିତିବା ଉପରେ । କ୍ୟାପଟେନ ରୋହିତ୍ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଗତ କିଛି ସମୟ ଧରି ରନ୍ ବନେଇବାକୁ ଚେଷ୍ଟା କରୁଥିବା ବେଳେ ବର୍ତ୍ତମାନ ତାଙ୍କର ଖେଳ ଉପରେ ସମସ୍ତଙ୍କର ନଜର ।   ଟି-୨୦ ସିରିଜ ଜିତିବା ପରେ ଦିନିକିଆ ଶୃଙ୍ଖଳା କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ଇଂଲଣ୍ଡ ମଧ୍ୟ ଟି-୨୦ର ବଦଲା ଦିନିକିଆରେ ନେବା ପ୍ରସ୍ତୁତ ହୋଇଛି । ଫେବ୍ରୁଆରୀ ୧୯ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେଉଥିବାରୁ ଏହି ସିରିଜ୍ ଉଭୟ ଦଳ ପାଇଁ ଏକ ଓ୍ବାର୍ମ-ଅପ୍ ବୋଲି କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି ।   ଇଂଲଣ୍ଡ ବିରୋଧରେ ଟି-୨୦ ସିରିଜରେ ସାନଦାର୍ ପ୍ରଦର୍ଶନ କରିବା ଯୋଗୁଁ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ଟିମରେ ସାମଲ କରାଯାଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.