ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍ ସୁପର ୮ : ବାଂଲାଦେଶକୁ ଭେଟିବ ଭାରତ, ରୋହିତ, କୋହଲିଙ୍କ ପାଇଁ ସ୍ପିନ୍‌ ପରୀକ୍ଷା

ନର୍ଥ ସାଉଣ୍ଡ,୨୨/୦୬: ସୁପର-୮  ରାଉଣ୍ଡ୍‌(ଗ୍ରୁପ୍‌-୧)ରେ ଶନିବାର ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ସ୍ଥାନୀୟ ସମୟ ଅନୁଯାୟୀ ଦିନ ବେଳା ମ୍ୟାଚ୍‌ ରହିଥିବାରୁ ବ୍ୟାଟିଂ ବିଭାଗ ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବା ଏକ ପ୍ରକାର  ନିଶ୍ଚିତ । ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ  ହରାଇବା ପରେ ଭାରତ ବିଜୟ ଧାରା  ଜାରି ରଖି ସେମି ଫାଇନାଲ୍‌ ପାଇଁ ପଥ  ପରିସ୍କାର କରିବାକୁ ଲକ୍ଷ୍ୟ ରଖିଛି । ମାତ୍ର  ବାଂଲାଦେଶ ପାଇଁ ଏହି ମ୍ୟାଚ୍‌  ‘କର ବା ମର’ ପରିସ୍ଥିତି  ସୃଷ୍ଟି କରିଛି । ଦଳ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ  ପରାଜିତ ହୋଇସାରିଛି । 

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ  ଭାରତ-ବାଂଲାଦେଶ ମୁକାବିଲା ସର୍ବଦା ରୋମାଞ୍ଚକର ରହିଛି । ଉଭୟ ଦଳ  ୪ଥର ସାମ୍ନା ସାମ୍ନି ହୋଇଛନ୍ତି  ଓ ଭାରତ ସମସ୍ତ ମ୍ୟାଚ୍‌  ଜିତିଛି । ୨୦୧୬ ବିଶ୍ୱକପ୍‌ର  ମୁକାବିଲାକୁ ଉଭୟ ଦଳର  ଦର୍ଶକ କେବେ ବି ଭୁଲି  ପାରିବେ ନାହିଁ । ମହେନ୍ଦ୍ର ସିଂହ ଧୋନିଙ୍କ ଚତୁର ରଣନୀତି  ବଳରେ ଭାରତ ଉକ୍ତ ମ୍ୟାଚ୍‌କୁ  ମାତ୍ର ୧ ରନ୍‌ରେ ଜିତିଥିଲା । 

ବାଂଲାଦେଶ ଶେଷ ଥର  ପାଇଁ ୨୦୧୯ରେ ଭାରତକୁ  ହରାଇଥିଲା । ଏଥର ଭାରତକୁ  ହରାଇବା ପାଇଁ ହେଲେ ବ୍ୟାଟିଂ ବ୍ୟତୀତ ସ୍ପିନ ବୋଲିଂ  ବିଭାଗକୁ ଦମ୍‌ ଦେଖାଇବାକୁ  ପଡ଼ିବ । ୱେଷ୍ଟ ଇଣ୍ଡିଜ୍‌ର  ଅଧିକାଂଶ ପିଚ୍‌ ସ୍ପିନରଙ୍କୁ  ସହାୟତା କରୁଛି । ଯୁବ ଲେଗ୍‌  ସ୍ପିନର ରିଶଦ ହୋସେନ  ସମ୍ପ୍ରତି ଚମତ୍କାର ପ୍ରଦର୍ଶନ କରୁଛନ୍ତି । ମାତ୍ର  ଭାରତୀୟ ବ୍ୟାଟିଂ ବିଭାଗକୁ ଅଟକାଇବା ପାଇଁ  ସେ ଯଥେଷ୍ଟ ନୁହନ୍ତି । ଅନ୍ୟ ସ୍ପିନରମାନଙ୍କୁ  ଉପଯୁକ୍ତ ସହାୟତା କରିବାକୁ ହେବ ।  

ଭାରତ ମଧ୍ୟ ବାମ ହାତି ପେସ୍‌ ବୋଲର  ମୁସ୍ତାଫିଜୁର ରେହମାନଙ୍କ ପ୍ରତି ସତର୍କ ରହିବା  ଜରୁରି । ରୋହିତ ଶର୍ମା, ବିରାଟ କୋହଲିଙ୍କ  ଫର୍ମ ଚିନ୍ତାର କାରଣ ହୋଇଛି । ଅନ୍ୟ  ବ୍ୟାଟରମାନେ ଦାୟିତ୍ୱ ସମ୍ପାଦନ କରୁଥିବାରୁ  ଭାରତ ଏପର୍ଯ୍ୟନ୍ତ ଅପରାଜେୟ ରହିଛି ।  କୋହଲିଙ୍କ ବ୍ୟାଟ୍‌ରୁ ଏକ ମ୍ୟାଚ ବିଜୟୀ  ଇନିଂସ ଦେଖିବାକୁ ଦର୍ଶକ ଉତ୍ସୁକତାର ସହ  ଅପେକ୍ଷା କରିଛନ୍ତି । ଶନିବାର ତାଙ୍କ ବ୍ୟାଟ୍‌  କଥା କହିବ ବୋଲି ଆଶା । ଖାଲି ସେତିକି  ନୁହେଁ, ମୁସ୍ତାଫିଜୁର ଓ କୋହଲିଙ୍କ ମଧ୍ୟରେ  ଏକ ଜବରଦସ୍ତ ଲଢ଼େଇ ହୋଇପାରେ । 

ନର୍ଥ ସାଉଣ୍ଡ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ  ପାଇଁ ଅନୁକୂଳ । ଦିନ ବେଳା ମ୍ୟାଚ୍‌  ରହିଥିବାରୁ ଟସ୍‌ ବିଜୟୀ ଦଳ ବ୍ୟାଟିଂ  ନିଷ୍ପତ୍ତି ନେବା ଆଶା କରାଯାଉଛି । ଶନିବାର ଏଠାରେ ବର୍ଷା ହୋଇଛି । ତେଣୁ ପିଚ୍‌  ପେସ୍‌ ବୋଲରଙ୍କୁ ସହାୟତା କରିପାରେ ।

ଭାରତ: ରୋହିତ ଶର୍ମା(ଅଧିନାୟକ),  ବିରାଟ କୋହଲି, ରିଷଭ ପନ୍ତ, ସୂର୍ଯ୍ୟକୁମାର  ଯାଦବ, ଶିବମ ଦୁବେ/ସଞ୍ଜୁ ସାମସନ,  ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର  ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ  ବୁମରା, ଅର୍ଶଦୀପ ସିଂହ ।  

ବାଂଲାଦେଶ: ତନଜିଦ ହାସାନ, ଲିଟନ ଦାସ,  ନଜମୁଲ ହୋସେନ ଶାନ୍ତୋ(ଅଧିନାୟକ),  ସାକିବ ଅଲ୍‌ ହାସନ, ତୋହ୍ୱିଦ ହୃଦୟ,  ମହମୁଦୁଲ୍ଲା, ମେହଦି ହାସାନ, ରିଶଦ  ହୋସେନ, ଟସ୍କିନ ଅହମ୍ମଦ, ତନଜିମ  ଅହମ୍ମଦ, ମୁସ୍ତାଫିଜୁର ରେହମାନ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.