ନୂଆଦିଲ୍ଲୀ,୧୪/୦୨: ଆଉ କିଛି ଦିନ ପରେ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଆଉ ମଝିରେ ମାତ୍ର ୪ ଦିନ । ୧୯ ତାରିଖରୁ ଆରମ୍ଭ ହେବ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ଲଢେଇ କରିବେ ୮ଟି ଦଳ । ଏହାରି ଭିତରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ବମ୍ପର ପ୍ରାଇଜ ମନି ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ୨୦୧୭ ତୁଳନାରେ ୫୩% ବଢିଛି ପୁରସ୍କାର ରାଶି । ମାଲାମାଲ ହେବେ ବିଜେତା । ଆସନ୍ତୁ ଜାଣିବା । ବିଜେତାଙ୍କୁ ମିଳିବ କେତେ ? ଉପବିଜେତାଙ୍କୁ ପୁରସ୍କାର ରାଶି ପାଇବେ କେତେ ଟଙ୍କା ?
ବମ୍ପର ପ୍ରାଇଜ ମନି- ଚାମ୍ପିଅନ୍ସ ଟ୍ରଫି ନେଇ ଆଇସିସି ପୁରସ୍କାର ରାଶି ଘୋଷଣା କରିଛି । ବିଜେତା ଦଳକୁ ପାଖାପାଖି ୧୯.୪୬ କୋଟି ଟଙ୍କା (୨.୨୪ ମିନିୟନ ଡଲାର) ପୁରସ୍କାର ରାଶି ମିଳିବ । ସେହିପରି ଉପବିଜେତା ଦଳକୁ ପାଖାପାଖି ୯.୭୩ କୋଟି ଟଙ୍କା (୧.୧୨ ମିଲିୟନ ଡଲାର) ପ୍ରାଇଜ ମନି ମିଳିବ । ସେମିଫାଇନାଲରେ ପରାସ୍ତ ହୋଇଥିବା ଦଳ ଅର୍ଥାତ ତୃତୀୟ ଦଳକୁ ପାଖାପାଖି ୪ କୋଟିରୁ ଅଧିକ ଟଙ୍କା ମିଳିବ ।
ଚାମ୍ପିଅନ୍ସ ଟ୍ରଫିର ପ୍ରତି ମ୍ୟାଚ ଗୁରୁତ୍ବପୂର୍ଣ୍ଣ । ଗ୍ରୁପ ପର୍ଯ୍ୟାୟରେ ବିଜୟୀ ଟିମକୁ ପାଖାପାଖି ୨୯.୫୩ ଲକ୍ଷ ଟଙ୍କା ମିଳିବ । ଲିଗ୍ ପର୍ଯ୍ୟାୟରେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିବା ଦଳକୁ ୩.୦୪ କୋଟି ଟଙ୍କା ପୁରସ୍କାର ରାଶି ଆକାରରେ ମିଳିବ । ସପ୍ତମ ଓ ଅଷ୍ଟମ ସ୍ଥାନରେ ରହୁଥିବା ଦଳକୁ ପାଖାପାଖି ୧.୨୨ କୋଟି ଟଙ୍କା ମିଳିବ । ଆଇସିସି ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ୬୦କୋଟି ଟଙ୍କା ପୁରସ୍କାର ରାଶି ଆକାରରେ ପ୍ରଦାନ କରିବ (୬.୯ ମିଲିଅନ ଡଲାର) । ୨୦୧୭ର ତୁଳନାରେ ଚଳିତବର୍ଷ ପୁରସ୍କାର ରାଶିରେ ୫୩ ପ୍ରତିଶତ ବୃଦ୍ଧି କରାଯାଇଛି ।
ଏହା ବି ପଢନ୍ତୁ...ଆସନ୍ତା ୧୯ରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି: ରୋହିତ ସେନାଙ୍କ ପାଖରେ ଆଉ ଏକ ଟ୍ରଫି ସୁଯୋଗ
କହି ରଖୁଛୁ କି, ଆସନ୍ତା ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ମୋଟ୍ ୧୫ଟି ମ୍ୟାଚ ଖେଳାଯିବ । ପାକିସ୍ତାନ ଆୟୋଜକ ଦେଶ ହୋଇଛି । ପାକିସ୍ତାନର ୩ଟି ସହର ରାୱଲପିଣ୍ଡ, କରାଚି ଓ ଲାହୋର ତିନୋଟି ସହରରେ ମ୍ୟାଚ ଅନୁଷ୍ଠିତ ହେବ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଫେବୃଆରୀ ୨୦ତାରିଖରେ ଭାରତ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।