ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଆସନ୍ତାକାଲିଠୁ ଆରମ୍ଭ ହେଉଛି ମିନି ଓ୍ବାର୍ଲ୍ଡ କପ୍, ଜାଣନ୍ତୁ ଚାମ୍ପିୟନ୍ସ ଟ୍ରଫିର ସମ୍ପୂର୍ଣ୍ଣ ସିଡ୍ୟୁଲ୍

Published By : Prameya | February 18, 2025 7:49 PM

ନୂଆଦିଲ୍ଲୀ, ୧୮/୨ :   ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଗୁରୁତ୍ବ ବିଶ୍ବକପରୁ କମ୍ ନୁହେଁ । ଏହି ଟୁର୍ଣ୍ଣାମେଣ୍ଟକୁ ମିନି ଓ୍ବାର୍ଲ୍ଡକପ୍ ନାମରେ ଜଣାଯାଏ । ଏହା କ୍ରିକେଟ ଜଗତର ସବୁଠାରୁ ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରୁ ଗୋଟିଏ ଅଟେ । ୨୦୨୫ଚାମ୍ପିୟନ୍ସ ଟ୍ରଫିର ଆରମ୍ଭ ୧୯ଫେବୃଆରୀରୁ ହେବ । ସେହିଭଳି ଏହାର ଫାଇନାଲ ମୁକାବିଲା ୯ମାର୍ଚ୍ଚରେ ଖେଳାଯିବ ।

୨୦୨୫ଚାମ୍ପିୟନ୍ସ ଟ୍ରଫିରେ ପ୍ରାୟ ୮ଟି ଟିମ୍ ଭାଗ ନେଉଛନ୍ତି । ଏଥିରେ ପାକିସ୍ତାନ, ଭାରତ, ବାଂଲାଦେଶ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ଇଂଲଣ୍ଡ, ଅଷ୍ଟେ୍ରଲିଆ ଏବଂ ଦକ୍ଷିଣ ଆଫ୍ରିକାର ଟିମ୍ ଅଛନ୍ତି । ଶ୍ରୀଲଙ୍କା ଏବଂ ଓ୍ବେଷ୍ଟଇଣ୍ଡିଜ ଏହି ଟୁର୍ଣ୍ଣାମେଣ୍ଟର ଭାଗିଦାରୀ ନାହାନ୍ତି । ୨୦୨୫ଚାମ୍ପିୟନ୍ସ ଟ୍ରଫିରେ ସମସ୍ତ ୮ଟିମ୍କୁ ଦୁଇ ଗ୍ରୁପରେ ବଣ୍ଟା ଯାଇଛି । ପାକିସ୍ତାନ, ଭାରତ, ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ଗୋଟିଏ ଗ୍ରୁପରେ ଅଛନ୍ତି । ସେହିଭଳି ଆଫଗାନିସ୍ତାନ, ଇଂଲଣ୍ଡ, ଅଷ୍ଟେ୍ରଲିଆ ଏବଂ ଦକ୍ଷିଣ ଆଫ୍ରିକା ଅନ୍ୟ ଗ୍ରୁପରେ ଅଛନ୍ତି ।

୨୦୨୫ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ୍ ଭାରତ ସମୟ ଅନୁସାରେ ଅପରାହ୍ନ ୨ଟା ୩୦ମିନିଟରେ ଆରମ୍ଭ ହେବ । ସେହିଭଳି ମ୍ୟାଚର ଟସ୍ ଅପରାହ୍ନ ଦୁଇଟା ସମୟରେ ହେବ। ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚକୁ ଆପଣ ଟିଭି‌ରେ ଷ୍ଟାର ସ୍ପୋର୍ଟ୍ସ ନେଟଓ୍ବାର୍କ ଚ୍ୟାନେଲରେ ଲାଇଭ୍ ଦେଖିପାରିବେ । ଏହା ବ୍ୟତୀତ ଏହି ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଜିଓ ହଟଷ୍ଟାରରେ ହେବ । 

୨୦୨୫ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ପାକିସ୍ତାନ ପାଖରେ ଅଛି । କିନ୍ତୁ ଭାରତ ସୁରକ୍ଷା କାରଣରୁ ନିଜ ଟିମ୍ ସେଠାକୁ ପଠାଇବାକୁ ମନା କରି ଦେଇଥିଲା । ଏଭଳି ସ୍ଥଳେ ଏ‌ବେ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ଼ ମଡେଲରେ ଖେଳାଯାଉଛି ।   ଭାରତୀୟ ଟିମ୍ ନିଜ ମ୍ୟାଚ୍ ଦୁବାଇରେ ଖେଳିବ । ଯଦି ଟିମ୍ ଇଣ୍ଡିଆ ଫାଇନାଲକୁ ଯାଉଛି ତେବେ ଫାଇନାଲ୍ ମ୍ୟାଚ୍ ବି ଦୁବାଇରେ ହେବ । 

୨୦୨୫ ଚାମ୍ପିୟନ୍ସ ଟ୍ରଫିର ଫୁଲ୍ ସିଡ୍ୟୁଲ୍

୧୯ଫେବୃଆରୀ- ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, ନେଶନାଲ ଷ୍ଟାଡିୟମ, କରାଚୀ

୨୦ଫେବୃଆରୀ- ବାଂଲାଦେଶ ବନାମ ଭାରତ, ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ଦୁବାଇ

୨୧ଫେବୃଆରୀ- ଆଫାଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା, ନେଶନାଲ ଷ୍ଟାଡିୟମ, କରାଚୀ 

୨୨ଫେବୃଆରୀ- ଅଷ୍ଟେ୍ରଲିଆ ବନାମ ଇଂଲଣ୍ଡ, ଗଦ୍ଦାଫି ଷ୍ଟାଡିୟମ, ଲାହୋର

୨୩ଫେବୃଆରୀ- ପାକିସ୍ତାନ ବନାମ ଭାରତ, ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ଦୁବାଇ

୨୪ଫେବୃଆରୀ- ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ରାଓ୍ବଲପିଣ୍ଡି

୨୫ଫେବୃଆରୀ- ଅଷ୍ଟେ୍ରଲିଆ ବନାମ ଦକ୍ଷିଣ ଆଫ୍ରିକା, ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ରାଓ୍ବଲପିଣ୍ଡି

୨୬ଫେବୃଆରୀ- ଆଫଗାନିସ୍ତାନ ବନାମ ଇଂଲଣ୍ଡ, ଗଦ୍ଦାଫି ଷ୍ଟାଡିୟମ, ଲାହୋର

୨୭ଫେବୃଆରୀ- ପାକିସ୍ତାନ ବନାମ ବାଂଲାଦେଶ, ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମ, ରାଓ୍ବଲପିଣ୍ଡି

୨୮ଫେବୃଆରୀ- ଆଫଗାନିସ୍ତାନ ବନାମ ଅଷ୍ଟେ୍ରଲିଆ, ଗଦ୍ଦାଫି ଷ୍ଟାଡିୟମ, ଲାହୋର

୧ମାର୍ଚ୍ଚ- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ, ନେଶନାଲ ଷ୍ଟାଡିୟମ, କରାଚୀ

୨ମାର୍ଚ୍ଚ- ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମ, ଦୁବାଇ

ସେମିଫାଇନାଲ ଏବଂ ଫାଇନାଲ୍ ମ୍ୟାଚ୍

 ୪ମାର୍ଚ୍ଚ- ସେମିଫାଇନାଲ ୧, ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ଦୁବାଇ

୫ମାର୍ଚ୍ଚ- ସେମିଫାଇନାଲ ୨, ଗଦ୍ଦାଫି ଷ୍ଟାଡିୟମ, ଲାହୋର

୯ମାର୍ଚ୍ଚ- ଫାଇନାଲ- ଗଦ୍ଦାଫି ଷ୍ଟାଡିୟମ, ଲାହୋର (ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଲେ ଭେନ୍ୟୁ ଦୁବାଇ ହେବ)  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.