ପ୍ରମୂଖ ଖବର
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଇସ୍ରାଏଲ ଆକ୍ରମଣରେ ନିହତ ଇବ୍ରାହିମ୍‌ ଅକିଲ ଉପରେ ଲାଗିଥିଲା ୫୮ କୋଟିର ପୁରସ୍କାର ରାଶି

ନୂଆଦିଲ୍ଲୀ: ଶୁକ୍ରବାର ହିଜବୁଲ୍ଲା ଉତ୍ତର ଇସ୍ରାଏଲରେ ଏକ ବଡ଼ ଆକ୍ରମଣ କରିଛି । ହିଜବୁଲ୍ଲା ୧୪୦ରୁ ଅଧିକ ରକେଟ୍‌ ମାଡ଼ କରିଛି । ଏହା ପରେ ଇସ୍ରାଏଲ ସେନାର ପ୍ରତିଆକ୍ରମଣରେ ହିଜବୁଲ୍ଲାର ଶୀର୍ଷ କମାଣ୍ଡର ଇବ୍ରାହିମ ଅକିଲ ନିହତ ହୋଇଛି । ଲେବାନନର ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ, ଇସ୍ରାଏଲର ଏହି ଆକ୍ରମଣରେ ପ୍ରାୟ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ଇବ୍ରାହିମ୍‌ ଅକିଲର ମୃତ୍ୟୁକୁ ନେଇ କାହିଁକି ଦୁଃଖିତ ହିଜବୁଲ୍ଲା ? କାହିଁକି ଇବ୍ରାହିମକୁ ହତ୍ୟା କରି ଖୁସି ଇସ୍ରାଏଲ ? 

ଇବ୍ରାହିମ ଅକିଲ ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା । ୧୯୮୩ରେ ଏକ ଭୟଙ୍କର ବିସ୍ଫୋରଣ ମାମଲାର ଦୋଷୀ ଇବ୍ରାହିମ ମୁଣ୍ଡ ଉପରେ ଥିଲା ୫୮ କୋଟି ଟଙ୍କାର ପୁରସ୍କାର ରାଶି । ଏହି ବିସ୍ଫୋରଣରେ ଆମେରିକା ଦୂତାବାସ ଏବଂ ଆମେରିକା ମେରାଇନ୍‌ ବାରାକରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବେରୁଟରେ ହିଜବୁଲ୍ଲାର ଏକ ବୈଠକ ଚାଲିଥିବା ବେଳେ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ଇବ୍ରାହିମ ଅକିଲର ମୃତ୍ୟୁ ହୋଇଛି । 

ଇବ୍ରାହିମକୁ ତହସୀନ ଏବଂ ଅବ୍ଦେଲକାଦର ନାଁରେ ମଧ୍ୟ ଜଣାଯାଉଥିଲା । ହିଜବୁଲ୍ଲାର ଟପ୍‌ ମିଲିଟାରି ବଡି ଜିହାଦ କାଉନସିଲ୍‌ର ଦ୍ବିତୀୟ ବଡ଼ ସଦସ୍ୟ ଥିଲା ଇବ୍ରାହିମ । ଗତ ଜୁଲାଇ ମାସରେ ହିଜବୁଲ୍ଲାର ଅନ୍ୟତମ ଶୀର୍ଷ ନେତା ଫୁଆଦ ଶୁକରକୁ ମଧ୍ୟ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ କରି ମାରିଥିଲା । ଶୁକର ଭଳି ଇବ୍ରାହିମ ମଧ୍ୟ ଜଣେ କୁଖ୍ୟାତ ଆତଙ୍କବାଦୀ । ତାକୁ ୧୯୮୦ ଦଶକରେ ଇସ୍ରାଏଲ ସେନା ଓ ଲେବାନନ ସହ ଲଢ଼ିବାକୁ ଇରାନ୍‌ ପ୍ରସ୍ତୁତ କରିଥିଲା । ଆମେରିକା  ୨୦୧୯ରେ ଇବ୍ରାହିମ୍‌କୁ ଗ୍ଲୋବାଲ ଟେରୋରିଷ୍ଟ ତାଲିକାରେ ସାମିଲ କରିଥିଲା । 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.