ପ୍ରମୂଖ ଖବର
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ଟପ୍ କମାଣ୍ଡର ନିହତ

ନୂଆଦିଲ୍ଲୀ,୨୧/୦୯:  ମଧ୍ୟପ୍ରାଚ୍ୟରେ ଥମିବାରେ ନାଁ ନେଉନି ଯୁଦ୍ଧ । ଇସ୍ରାଏଲର ଆକ୍ରମଣରେ ହେଜବୁଲ୍ଲାର ଟପ୍ କମାଣ୍ଡର ନିହତ। ଲେବାନନ ରାଜଧାନୀରେ ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲାର ଜଣେ ଟପ୍ କମାଣ୍ଡର ଇବ୍ରାହିମ ଅକିଲ୍ ନିହତ ହୋଇଛି। ଏହା ଉଭୟ ଇସ୍ରାଏଲ ଓ ଲେବାନନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଏନେଇ ଲେବାନନ କହିଛି ଯେ,ଏହି ଆକ୍ରମଣରେ ଆହୁରି ୮ ଜଣଙ୍କ ମୃତ୍ୟୁ ହେବା ସହିତ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେପଟେ ଇସ୍ରାଏଲ ତରଫରୁ କୁହାଯାଇଛି, ଏହା ଟ୍ରାର୍ଗେଟେଡ୍ ଷ୍ଟ୍ରାଇକ୍ ଥିଲା। ଗତ ବର୍ଷ ଅକ୍ଟୋବରରେ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରଠୁ ଲେବାନନ ଉପରେ ଏହା ହେଉଛି ଇସ୍ରାଏଲର ତୃତୀୟ ଆକ୍ରମଣ। ଯାହାକି ରାଜଧାନୀ ବିରୁଟର ଦକ୍ଷିଣାଞ୍ଚଳରେ ହୋଇଛି। ଇସ୍ରାଏଲ ଏବେ ଗାଜା ଅପେକ୍ଷା ଲେବାନନକୁ ଅଧିକ ଟାର୍ଗେଟ କରୁଛି। ଏହା ଆଗରୁ ମଧ୍ୟ ହେଜବୁଲ୍ଲାର ଜଣେ ଟପ୍ କମାଣ୍ଡରକୁ ହତ୍ୟା କରିଥିଲା। କିଛି ଦିନ ମଧ୍ୟରେ ପେଜର୍ ଓ ୱାକି ଟକି ବ୍ଳାଷ୍ଟ କରାଇ ଅନେକ ହେଜବୁଲ୍ଲା ଆତଙ୍କବାଦୀଙ୍କୁ ମାରିଛି ଇସ୍ରାଏଲ। ଏହାର ପ୍ରତିଶୋଧ ନିଆଯିବ ବୋଲି କହିଛି ହେଜବୁଲ୍ଲା। ଶୁକ୍ରବାର ହେଜବୁଲ୍ଲା ଇସ୍ରାଏଲ ଉପରେ ଅନେକ ରକେଟ ମାଡ଼ କରିଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.