ନୂଆଦିଲ୍ଲୀ – ସ୍ମଗଲରର ୨୫୦୦ କିଲୋମିଟର ଯାଏ ପିଛା କଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍। ଏନଆଇଏ ପକ୍ଷରୁ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ସ୍ମଗଲରକୁ ଧରିବାରେ ହେଲା ସଫଳ। ଅଭିଯୁକ୍ତ ଭାରତୀୟ ଯୁବବର୍ଗଙ୍କୁ ଅବୈଧ ଉପାୟରେ ବିଦେଶରେ ପହଞ୍ଚାଇ ତାଙ୍କୁ ଫେକ୍ କଲ୍ ସେଣ୍ଟରରେ ସାଇବର ଠକେଇ କରିବାକୁ ବାଧ୍ୟ କରୁଥିଲା। ହାଇଦ୍ରାବାଦରୁ କରାଯାଇ ଥିବା ଏହି ଗିରଫଦାରୀକୁ ସାଇବର ଠକେଇ ବିରୋଧରେ ବଡ଼ ସଫଳତା ବୋଲି କୁହାଯାଉଛି।
ପୁଲିସ ଉପାୟୁକ୍ତ (ସ୍ପେଶାଲ ସେଲ୍) ମନୋଜ ସି.କହିଛନ୍ତି ଯେ ୨,୫୦୦ କିଲୋମିଟର ଦୂରତା ଯାଏ ପିଛା କରିବା ପରେ ହାଇଦ୍ରାବାଦରୁ କାମରାନ ହାଇଦର ଓରଫ ଜୈଦୀ ନାମକ ଏହି ସ୍ମଗଲରକୁ ଗିରଫ କରାଯାଇଛି। ଏନଆଇଏ ପକ୍ଷରୁ ଜୈଦୀ ବିଷୟରେ ସୂଚନାକାରୀକୁ ଓ ଗିରଫଦାରୀ ନେଇ ଦୁଇ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷିତ ହୋଇଛି।
ଦିଲ୍ଲୀ ପୋଲିସ୍ର ଅଧିକାରୀଙ୍କ କହିବାନୁସାରେ , ୨୭ ମେ’ ରେ ନରେଶ ଲଖାୱତ ନାମକ ଜଣେ ବ୍ୟକ୍ତିଙ୍କର ଅଭିଯୋଗ ଆଧାରରେ ନ୍ୟୁ ଫ୍ରେଣ୍ଡସ୍ କଲୋନୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଥିଲା। ଅଭିଯୋଗକାରୀ କହିଥିଲେ କି, ସେ ଚାକିରିର ତଲାସ କରୁଥିଲେ। ଏହି ସମୟରେ ତାଙ୍କୁ ଅଲୀ ଇଣ୍ଟରନ୍ୟାସନାଲ ସର୍ଭିସ୍ ବିଷୟରେ ଜଣାପଡ଼ିଲା। ଅଲୀ ଇଣ୍ଟରନ୍ୟାସନାଲ ସର୍ଭିସ୍ କଥିତ ଭାବେ ନୂଆ ଦିଲ୍ଲୀ ସ୍ଥିତ ଏକ କନସଲଣ୍ଟାସି ଫାର୍ମ ଥିବା କୁହାଯାଇଛି।
ପୋଲିସ ଉପାୟୁକ୍ତ (ସ୍ପେଶାଲ ସେଲ୍) ମନୋଜ ସି. କହିଛନ୍ତି କମ୍ପାନୀ ତାଙ୍କୁ ଥାଇଲ୍ୟାଣ୍ଡ ଓ ଲାଓସରେ ଚାକିରି ପାଇଁ ସୁପାରିଶ କରିଥିଲା। ଶେଷରେ ନରେଶ ଲଖାୱତକୁ ଥାଇଲ୍ୟାଣ୍ଡ ପଠାଇ ଦିଆଗଲା। ନରେଶ ଲଖାୱତ ଯେବେ ସେଠାରେ ପହଞ୍ଚିଲେ ତ ତାଙ୍କର ପାସପୋର୍ଟ ଛଡ଼େଇ ନିଆଗଲା । ତାଙ୍କୁ ଏକ ଚାଇନା କମ୍ପାନୀ ପାଇଁ କରିବା ପାଇଁ କୁହାଗଲା। ଏହି ଚାଇନା କମ୍ପାନୀ ଭାରତୀୟ ଲୋକଙ୍କ ଠାରୁ ଅନଲାଇନ୍ ଠକେଇ କରୁଥିଲା।
ମାମଲାର ଯାଞ୍ଚ ଏନଆଇଏକୁ ପ୍ରଦାନ କରାଗଲା। ଏନଆଇଏର ଯାଞ୍ଚରେ ମଞ୍ଜୁର ଆଲମ , ସାହିଲ , ଆଶିଷ, ପବନ ଯାଦବ ଓ ହାଇଦର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଥିବା ଜଣାପଡ଼ିଲା। ଏହି ୫ଜଣ ଭାରତୀୟ ଯୁବକଙ୍କୁ ଲାଓସର ଗୋଲଡେନ୍ ଟ୍ରାଇଙ୍ଗଲ ଅଞ୍ଚଳରେ ତସ୍କର କରିବାରେ ସାମିଲ ଥିଲେ। ଏହି ଭାରତୀୟ ଯୁବକମାନେ ୟୁରୋପୀୟ ଓ ଆମେରିକୀୟ ନାଗରିକଙ୍କୁ ଟାର୍ଗେଟ୍ କରି ସାଇବର ଠକେଇ ପାଇଁ ବାଧ୍ୟ କରୁଥିଲେ।