ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କାହିଁକି ପାଳନ କରାଯାଉଛି ମାନବାଧିକାର ଦିବସ? କେବେ ହୋଇଥିଲା ଶୁଭାରମ୍ଭ

ନୂଆଦିଲ୍ଲୀ,୧୦/୧୨: ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଅନ୍ତରାଷ୍ଟ୍ରୀୟ ମାନବାଧୀକାର ଦିବସ ସାରା ବିଶ୍ବ ପାଳନ କରୁଛି। ଉଲ୍ଲେଖଯୋଗ୍ୟ ଯେ, ୧୯୪୮ ରେ ଏହି ଦିନ ମିଳିତ ଜାତିସଂଘ ସାଧାରଣ ସଭା ଦ୍ବାରା ମାନବିକ ଅଧିକାର ଗ୍ରହଣ କରାଯାଇଥିଲା, କିନ୍ତୁ ଆନୁଷ୍ଠାନିକ ଭାବରେ ୧୯୫୦ ମସିହାରେ ମିଳିତ ଜାତିସଂଘ ୧୦ ଡିସେମ୍ବରରେ ମାନବ ଅଧିକାର ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ମାନବ ଅଧିକାର ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ବିଶ୍ବର ସମସ୍ତ ଲୋକ ନିଜକୁ ନିରାପଦ ଅନୁଭବ କରିପାରିବେ ଏବଂ ଭେଦଭାବ ବିନା ମୁକ୍ତ ଜୀବନ ବିତାଇ ପାରିବେ। ମାନବିକ ଅଧିକାରରେ ସ୍ୱାସ୍ଥ୍ୟ, ଅର୍ଥନୈତିକ, ସାମାଜିକ ଏବଂ ଶିକ୍ଷାର ଅଧିକାର ମଧ୍ୟ ଅନ୍ତର୍ଭୁକ୍ତ। 

ପଢ଼ନ୍ତୁ: ଖୁଲାସା ହେଲା ହମାସ୍‌ର କଳା ସତ; ଲୋକଙ୍କୁ ମାରି ଲୁଟି ନେଊଛି ସାହାଯ୍ୟରେ ସାମଗ୍ରୀ

୨୦୨୩ ମସିହାରେ ମାନବ ଅଧିକାର ଦିବସର ବିଷୟବସ୍ତୁ ହେଉଛି ସମସ୍ତଙ୍କ ପାଇଁ ସ୍ୱାଧୀନତା, ସମାନତା ଏବଂ ନ୍ୟାୟ। ପ୍ରତିବର୍ଷ ୧୦ ଡିସେମ୍ବରରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳନ କରାଯାଏ। ଏହି ଦିନ ପାଳନ କରିବା ମାଧ୍ୟମରେ ଲୋକଙ୍କୁ ସେମାନଙ୍କର ଅଧିକାର ଅବଗତ କରାଯିବା ଆରମ୍ଭ ହୋଇଥିଲା। 

ଭାରତରେ ମାନବ ଅଧିକାର ଆଇନ ୨୮ ସେପ୍ଟେମ୍ବର ୧୯୯୩ ରେ କାର୍ଯ୍ୟକାରୀ ହୋଇଥିଲା ଏବଂ ୧୨ ଅକ୍ଟୋବର ୧୯୯୩ ରେ 'ଜାତୀୟ ମାନବ ଅଧିକାର ଆୟୋଗ' ଗଠନ କରାଯାଇଥିଲା। ଭାରତୀୟ ସମ୍ବିଧାନର ଧାରା ୩ ରେ ମାନବିକ ଅଧିକାରକୁ ମୌଳିକ ଅଧିକାର ଭାବରେ ଉଲ୍ଲେଖ କରାଯାଇଛି। ଯେଉଁମାନେ ଏହି ଅଧିକାରକୁ ଉଲ୍ଲଂଘନ କରୁଛନ୍ତି ବା କ୍ଷୁର୍ଣ୍ଣ କରୁଛନ୍ତି ସେମାନଙ୍କୁ ଦଣ୍ଡ ଦେବା ପାଇଁ ଆଇନରେ ମଧ୍ୟ ଏକ ବ୍ୟବସ୍ଥା ରହିଛି। ସୂଚନାଯୋଗ୍ୟ ଯେ ଆମ ସମ୍ପ୍ରଦାୟରେ ମାନବିକ ଅଧିକାରର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ମହାମାରୀ ପରେ ପୁନଃ ନିର୍ମାଣ ପାଇଁ ମାନବିକ ଅଧିକାର ଦିବସ ସମଗ୍ର ବିଶ୍ୱରେ ଏକତା ପାଇଁ ଏକ ଉତ୍ତମ ସୁଯୋଗ ଅଟେ ।

You can also read:  ଦୀର୍ଘ ବର୍ଷର ସନ୍ଧାନ, ପୁନଃ ଜନ୍ମର ସଙ୍କେତ... ଜାଣନ୍ତୁ କିଭଳି ହୋଇଥାଏ ଦଲାଇ ଲାମାଙ୍କ ଚୟନ ?


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.