ନୂଆଦିଲ୍ଲୀ,୦୪/୦୯: ଦିଲ୍ଲୀଠାରୁ ବି ଅଧା ଅଞ୍ଚଳରେ ଅବସ୍ଥିତ ସିଙ୍ଗାପୁରର ଶିଳ୍ପ, ପର୍ଯ୍ୟଟନ, ବିମାନବନ୍ଦର, ବିଦ୍ୟାଳୟ ଏବଂ ବିଶ୍ୱ ସ୍ତରୀୟ କାର୍ଯ୍ୟାଳୟ। କେବଳ ୭୩୪ ବର୍ଗ କିଲୋମିଟର ବ୍ୟାପିଛି ଏବଂ ଏହାର ଜନସଂଖ୍ୟା ୫୬ ଲକ୍ଷ, ସିଙ୍ଗାପୁରର ୯୦ ପ୍ରତିଶତରୁ ଅଧିକ ଲୋକଙ୍କର ନିଜସ୍ୱ ଘର ଅଛି। କିନ୍ତୁ ଜାଣିଛନ୍ତି କି, ଏକଦା ଏହି ଦେଶ ମଧ୍ୟ ଭାରତ ଭଳି ବ୍ରିଟିଶମାନଙ୍କ ଦ୍ୱାରା ଶାସିତ ହେଉଥିଲା, ତଥାପି ଏହି ଦେଶ ଏତେ ଦ୍ରୁତ ଗତିରେ ଆଗକୁ ବଢ଼ିଗଲା ଯେ, ଏବେ ଏହା ପଛରେ ଅନେକ ଶ୍ରେଷ୍ଠ ଦେଶ ମଧ୍ୟ ରହିଛନ୍ତି।
୧୯୪୦ ମସିହାରେ, ପୃଥିବୀର ଅଧା ଦ୍ୱିତୀୟ ବିଶ୍ୱଯୁଦ୍ଧ ଜାଲରେ ଫସି ରହିଥିଲା ଏବଂ ବ୍ରିଟିଶମାନଙ୍କ ଦ୍ବାରା ଦଖଲ କରାଯାଇଥିଲା। ସମୁଦ୍ର କୂଳରେ ଥିବାରୁ ସିଙ୍ଗାପୁର ବ୍ରିଟିଶମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ସେମାନେ ଏଠାକାର ବନ୍ଦରରୁ ଅନେକ ଦେଶ ଉପରେ ନିୟନ୍ତ୍ରଣ ବଜାୟ ରଖିଥିଲେ, କିନ୍ତୁ ୧୯୪୨ ମସିହାରେ ଜାପାନ ବ୍ରିଟିଶମାନଙ୍କୁ ଏଠାରୁ ବାହାର କରି ସିଙ୍ଗାପୁରକୁ କାବୁ କରିଥିଲା। ଜାପାନ ସିଙ୍ଗାପୁରର ଲୋକଙ୍କ ଉପରେ ଅନେକ ଅତ୍ୟାଚାର କରିଥିଲା ଏବଂ ଏଠାରେ ଥିବା କୋଠାଗୁଡ଼ିକୁ ଭାଙ୍ଗିରୁଜିରେ ଦେଇଥିଲା।
ଆତ୍ମସମର୍ପଣ କରିଥିଲା ଜାପାନ:
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ହିରୋସିମା ଏବଂ ନାଗାସାକି ଉପରେ ପରମାଣୁ ବୋମା ପକାଇଲା, ଏହା ପରେ ଜାପାନ ଆତ୍ମସମର୍ପଣ କଲା ଏବଂ ସିଙ୍ଗାପୁରର ନିୟନ୍ତ୍ରଣ ବ୍ରିଟିଶମାନଙ୍କ ନିକଟକୁ ଫେରି ଆସିଲା, କିନ୍ତୁ ବିଶ୍ୱଯୁଦ୍ଧ ହେତୁ ବ୍ରିଟେନର ଅବସ୍ଥା ବିଗିଡି ଯାଇଥିଲା। ତେଣୁ ୯ ଅଗଷ୍ଟ ୧୯୫୯ ରେ ସଙ୍ଗାପୁରକୁ ସ୍ବାଧିନ କରିଦେଇଥିଲେ। ସିଙ୍ଗାପୁର ସ୍ବାଧୀନ ହେଲା ସତ କିନ୍ତୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା, ଯେଉଁଥିରୁ ସବୁଠାରୁ ବଡ଼ ସମସ୍ୟା ହେଲା ଏହାର ଜନସଂଖ୍ୟା ବୃଦ୍ଧି ଏବଂ ଲୋକଙ୍କ ପାଇଁ ରହିବା ଅଭାବ। ଲୋକମାନେ କୌଣସି ମୌଳିକ ସୁବିଧା ବିନା ଛୋଟ ଅଞ୍ଚଳରେ ରହିବାକୁ ବାଧ୍ୟ ହେଉଥିଲେ। ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ସିଙ୍ଗାପୁରରେ ବିକାଶର କାହାଣୀ।
୧୯୬୦ ରେ, ସିଙ୍ଗାପୁର ନିଜର ସରକାର ଗଠନ କଲା ଏବଂ ଲି କୁଆନ୍ ୟୁଙ୍କୁ ଏଠାକାର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଥିଲା। ସେଠାରେ ଥିବା ଲୋକଙ୍କ ସମସ୍ୟା ଦେଖି ଲି ସରକାର ପ୍ରଥମେ ଦେଶବାସୀଙ୍କ ପାଇଁ ଗୃହ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଏଥିପାଇଁ ଗୃହ ଏବଂ ବିକାଶ ବୋର୍ଡ ଗଠନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଦେଶରେ ବଢ଼ୁଥିବା ଗରିବ ଜନସଂଖ୍ୟା ପାଇଁ ଘର ନିର୍ମାଣ କରିବା। ବ୍ରିଟିଶ ଯୁଗରେ, ସିଙ୍ଗାପୁରରେ ଚୀନ୍ ଏବଂ ମାଲେସିଆର ବହୁ ସଂଖ୍ୟକ ଲୋକ ଥିଲେ, ଯେଉଁମାନେ ବ୍ରିଟିଶଙ୍କ ପ୍ରତ୍ୟାବର୍ତ୍ତନ ପରେ ବସ୍ତିରେ ରହିବାକୁ ଲାଗିଲେ ଏବଂ ସେମାନଙ୍କ ସଂଖ୍ୟା ବଢ଼ିଥିଲା।
ଏହି ଠାରୁ ଆରମ୍ଭ ହୋଇଥିଲା ସିଙ୍ଗାପୁରର ବିକାଶ:
ଚୀନ୍ ଏବଂ ମାଲେସିଆର ଲୋକଙ୍କ ମଧ୍ୟରେ ଝଗଡା ବୃଢ଼ିବାରେ ଲାଗିଥିଲା। ସିଙ୍ଗାପୁର ସରକାର ମଧ୍ୟ ସେମାନଙ୍କୁ ବୁଝାଇବାରେ ବିଫଳ ହେଲେ ଯେ, ବସ୍ତି ଛାଡି ନିର୍ମାଣ ହେଉଥିବା ଘରକୁ ସ୍ଥାନାନ୍ତର ହୁଅନ୍ତୂ। ଏହା ପରେ, ୨୫ ମେ ୧୯୬୧ ରେ, ଏକ ବଡ଼ ବସ୍ତିରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ପ୍ରାୟ ୧୬ ହଜାର ଲୋକ ଭୂମିହୀନ ହୋଇଥିଲେ। ଏହି ୧୬ ହଜାର ଲୋକ ରାସ୍ତାକ ଓହ୍ଲାଇଆସିଥିଲେ। ସେମାନଙ୍କର ଦାୟିତ୍ୱ ସଂପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀ ଲି କ୍ୱାନ୍ ୟେ ଏବଂ ହାଉସିଂ ବୋର୍ଡର ଥିଲା। ଦୁହେଁ ବହୁତ ତତ୍ପରତା ସହିତ କାମ କଲେ ଏବଂ ଏକ ବର୍ଷ ମଧ୍ୟରେ ଏହି ଲୋକଙ୍କୁ ନୂତନ ଘରକୁ ସ୍ଥାନାନ୍ତର କଲେ। ଏହା ସହିତ ୫ ବର୍ଷ ମଧ୍ୟରେ ସେହି ସ୍ଥାନରେ ନୂତନ ଗୃହ ନିର୍ମାଣ ପ୍ରକଳ୍ପ କରାଯାଇଥିଲା। ଏହାରି ଭିତରେ ସିଙ୍ଗାପୁର ସରକାର ଏବଂ ଏହାର ହାଉସିଂ ବୋର୍ଡ ଉପରେ ଲୋକଙ୍କ ବିଶ୍ୱାସ ବଢ଼ିବାରେ ଲାଗିଲା।
ସରକାର ଏହା ମଧ୍ୟ ବୁଝି ସାରିଥିଲେ ଯେ ସେମାନଙ୍କ ପାଖରେ କମ୍ ସ୍ଥାନ ଏବଂ ଅଧିକ ଜନସଂଖ୍ୟା ଅଛି, ଏହା ପରେ ହାଉସିଂ ବୋର୍ଡକୁ ଏହାର ସମାଧାନ ପାଇଁ କୁହାଯାଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ସରକାର ୧୯୬୬ ମସିହାରେ ଏକ ବିଲ୍ ଆଣିଥିଲେ, ଯାହା ଅନୁଯାୟୀ ଲୋକଙ୍କଠାରୁ ଜମି ନେବା ପରେ କୋଠା ନିର୍ମାଣ କରାଯାଇଥିଲା। ତେବେ ଯେଉଁମାନଙ୍କଠାରୁ ଜମି ନିଆଯାଇଥିଲା, ସେମାନଙ୍କୁ ବଜାର ମୁଲ୍ୟରେ ଟଙ୍କା ଦିଆଯାଇଥିଲା। ଏହା ପରେ ସେଠାରେ ଉଚ୍ଚ ମହଲା କୋଠା ନିର୍ମାଣ ଆରମ୍ଭ ହେଲା।
ପ୍ରଥମରୁ ସେଠାରେ ଏକ କୋଠରୀ ବିଶିଷ୍ଟ ଫ୍ଲାଟର କୋଠା ଆରମ୍ଭ ହୋଇଥିଲା, ଯାହାଫଳରେ ଲୋକମାନେ ଏଠାରେ କିଛି ସମୟ ପାଇଁ ରହି ଯାଇପାରିବେ। ଏହା ସହିତ ହାଉସିଂ ବୋର୍ଡ ଏହାର କାର୍ଯ୍ୟ କରୁଥିଲା, ତଥାପି ଜମି କମ୍ ଥିଲା ଏବଂ ଏହାକୁ ଧ୍ୟାନରେ ରଖି ସମୁଦ୍ରରେ ଏକ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ସିଙ୍ଗାପୁରର ସମୁଦାୟ କ୍ଷେତ୍ରର ଏକ ପଞ୍ଚମାଂସ ସମୁଦ୍ରରେ ନିର୍ମିତ। ୧୯୬୦ ମସିହାରେ ସରକାରଙ୍କର ମାତ୍ର ୪୪ ପ୍ରତିଶତ ଜମି ଥିଲା, କିନ୍ତୁ ୨୦୦୯ ରେ ଦେଶ ପାଖରେ ୯୦ ପ୍ରତିଶତ ଜମି ଥିଲା।
ବସ୍ତିରୁ କେମିତି ହେଲା ସିଙ୍ଗାପୁର?
୧୯୬୬ ମସିହାରେ ସରକାର ଏକ ଯୋଜନା ଆରମ୍ଭ କରିଥିଲେ, ଯାହାର ନାମ ହୋମ ଓନରସିପ୍ ଥିଲା। ସିଙ୍ଗାପୁରରେ ଘର ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱପ୍ନ ଥିଲା। ଏଥିସହିତ, ୨୦୨୨ ସୁଦ୍ଧା ସିଙ୍ଗାପୁର ୨୪ ଟି ନୂଆ ସହର ନିର୍ମାଣ କରିଛି, ଯେଉଁଥିରେ ୧୦ ଲକ୍ଷରୁ ଅଧିକ ଫ୍ଲାଟ ରହିଛି। ଏହି ସମସ୍ତ ସହରଗୁଡିକ ଏପରି ଚମତ୍କାର ଢ଼ଙ୍ଗରେ ପରିକଳ୍ପନା କରାଯାଇଥିଲା ଯେ, ବିଦ୍ୟାଳୟ, ଷ୍ଟୋର୍, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାଗୁଡ଼ିକର ଯତ୍ନ ନିଆଯାଉଥିଲା। ଏହା ସହିତ ସମସ୍ତ ସହର ମେଟ୍ରୋ ଦ୍ୱାରା ସଂଯୁକ୍ତ ହୋଇଥିଲା।
ଏଥିପାଇଁ ସରକାର ପାଣ୍ଠି ଆବଶ୍ୟକ କରୁଥିଲେ, ଏଥିପାଇଁ ଏକ ଉତ୍ତମ କର ବ୍ୟବସ୍ଥା ରହିଛି। ସିଙ୍ଗାପୁରରେ, ୫୫ ବର୍ଷରୁ କମ୍ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ବେତନର ୨୦% ସାମାଜିକ ସଞ୍ଚୟ ପାଣ୍ଠିରେ ଜମା କରିବାକୁ ପଡ଼ିଥିଲା। ଏହା ସହିତ, ଯେଉଁ କମ୍ପାନୀଗୁଡିକ ସେମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ମଧ୍ୟ ଏହି ପାଣ୍ଠିରେ ୧୭ ପ୍ରତିଶତ ଜମା କରିବାକୁ ପଡ଼ିଥିଲା। ସେହି ବ୍ୟକ୍ତି କେବଳ କିଛି କାରଣରୁ ଏହି ରାଶି ପ୍ରତ୍ୟାହାର କରିପାରିବେ, ଯେଉଁଥିରେ ଘର କିଣିବା ମଧ୍ୟ ଗୋଟିଏ ବିକଳ୍ପ ଥିବ। ଏହି ପାଣ୍ଠି ବ୍ୟବହାର କରି ପ୍ରତ୍ୟେକ ସିଙ୍ଗାପୁରବାସୀ ସହଜରେ ଘର କିଣି ପାରିଥିଲେ।
You can also read: