ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଲଘୁଚାପ ବର୍ଷାରେ ଭୁଶୁଡ଼ିଲା ଘରର କାନ୍ଥ ଓ ଛପର, ପର ଦୁଆରେ ମୁଣ୍ଡ ଗୁଞ୍ଜୁଛନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ

ଫିରିଙ୍ଗିଆ,୨୫l୭ : ରାଜ୍ୟରେ ଲଘୁଚାପ ପ୍ରଭାବରେ ତୁହାକୁତୁହା ବର୍ଷା ଲାଗି ରହିଛି। କନ୍ଧମାଳ ଜିଲ୍ଲାରେ ମଧ୍ୟ ପାଞ୍ଚଦିନ ହେବ ଅବିଶ୍ରାନ୍ତ ବର୍ଷା ଲାଗିରହିଛି। ସାଧାରଣ ଜନଜୀବନ ବ୍ୟାହାତ ହୋଇଛି। ଜିଲ୍ଲାର ଅନେକ ସ୍ଥାନରେ ନଦୀନାଳମାନଙ୍କରେ ବର୍ଷାପାଣି ପ୍ରବାହିତ ହେଉଥିବାରୁ ଅନେକ ଗାଁ ଏବେ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ବ୍ଲକରେ ମଧ୍ୟ ବର୍ଷା ଲାଗିରହିଥିବା ବେଳେ ଅନେକ କ୍ଷୟକ୍ଷତି ଘଟିଛି।

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଞ୍ଚାୟତ ଡେଡି ସରୁ ଗ୍ରାମର ମିଟୁ ବଗର୍ତ୍ତି ସ୍ତ୍ରୀ ଓ ୨ ଛୁଆଙ୍କୁ ନେଇ ଏକ ଝାଟିମାଟି କୁଡ଼ିଆରେ ଦିନ କାଟୁଥିଲେ ।ଜଙ୍ଗଲରୁ କାଠ ସଂଗ୍ରହ କରି ସେଥିରେ ଘର ତିଆରି କରି ନିଜ ପରିବାର ପାଇଁ ଆଶ୍ରୟସ୍ଥଳୀଟେ ଗଢିଥିଲେ। ଘରଟି ଉଭୟ ଛାଉଣୀ ଓ କାନ୍ଥ ଇଟାରେ ତିଆରି ହୋଇଥିଲା। ହେଲେ ଲଘୁଚାପ ବର୍ଷା ହେବାରୁ ବୁଧବାର ରାତି ପ୍ରାୟ ୧୧ଟାରେ ଘର କାନ୍ଥ ଭୁଶୁଡ଼ି ଛପର ଉଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାତିରେ ସମସ୍ତେ ଶୋଇଥିବା ବେଳେ ଘରଟି ଭୁଶୁଡ଼ି ପଡିଛି। ତେବେ ପାଞ୍ଚ ପ୍ରାଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ପରିବାରର ପାଞ୍ଚ ସଦସ୍ୟ ସମ୍ପୂର୍ଣ୍ଣ ବାସହରା ହୋଇ ପର ପିଣ୍ଡାରେ ରାତି କାଟୁଛନ୍ତି।ପ୍ରଶାସନ ଏହି ନିରାଶ୍ରୟ ପରିବାରର ଯଥାଶୀଘ୍ର ଥଇଥାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.