ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସଂସଦ ପରେ ଏବେ ଗୃହମନ୍ତ୍ରଣାଳୟ ସୁରକ୍ଷା ଭଙ୍ଗ କରିବାକୁ ଉଦ୍ୟମ, ନକଲି ପରିଚୟ ପତ୍ର ସହ ଯୁବକ ଗିରଫ

ନୂଆଦିଲ୍ଲୀ,୭।୨: ସଂସଦ ପରେ ଏବେ ଗୃହ ମନ୍ତ୍ରଣାଳୟର ସୁରକ୍ଷା ଭଙ୍ଗ କରିବାକୁ ଉଦ୍ୟମ କରାଯାଇଛି। ତେବେ ଦିଲ୍ଲୀ ପୋଲିସ ଏହାକୁ ବିଫଳ କରିଛି। ନକଲି ପରିଚୟ ପତ୍ର ଦେଖାଇ ନର୍ଥ ବ୍ଲକ ସ୍ଥିତ  ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ଅଫିସରେ ପହଁଞ୍ଚି ପଶିବାର ଚେଷ୍ଟା କରି ଯୁବକଙ୍କୁ ଗିରଫ କରିଛି।

ଦିଲ୍ଲୀର କର୍ତ୍ତବ୍ୟପଥ ଥାନା ପୋଲିସ ନକଲି ପରିଚୟ ପତ୍ରରେ ନର୍ଥ ବ୍ଲକ ସ୍ଥିତ ଗୃହ ମନ୍ତ୍ରଣାଳୟର ଅଫିସରେ ପଶିବାର ଚେଷ୍ଟା କରି ଯୁବକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ଆଦିତ୍ୟ ପ୍ରତାପ ସିଂହ। ଆଦିତ୍ୟ କେଉଁ ଉଦେଶ୍ୟରେ ନକଲି ଆଇଡି ନେଇ ପଶିଛି, ଏହାର ଯାଞ୍ଚ କରୁଛି ପୋଲିସ। କିନ୍ତୁ ନିକଟରେ ଏହାର କୌଣସି ଟେରର ଆଙ୍ଗଲ ବିଷୟରେ ଜଣାପଡି ନାହିଁ। ମିଳିଥିବା ସୂଚନା ଅନୁସାରେ, ଆଦିତ୍ୟ କେଉଁ ଉଦେଶ୍ୟରେ ଭିତରେ ପଶିଥିଲା ତାକୁ ନେଇ ତଦନ୍ତ ଚାଲିଛି। 

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ୧୩ ଡିସେମ୍ବରରେ ଦୁଇଜଣ ଯୁବକ ସଂସଦର ସୁରକ୍ଷା ଭେଦ କରି ଦର୍ଶକ ଗ୍ୟାଲେରୀରେ ପହଁଞ୍ଚିଥିଲେ। ଗୃହ କାର୍ଯ୍ୟ ଚାଲିଥିବା ବେଳେ ଯୁବକମାନେ ସାଂସଦମାନେ ବସିଥିବା ସ୍ଥାନକୁ ଡିଆଁ ମାରି ହଳଦିଆ ରଙ୍ଗର ଗ୍ୟାସ୍‌ ସ୍ପେ୍ର କରିଥିଲେ। ତେବେ ସଂସଦରେ ଥିବା ସାଂସଦମାନେ ଦୁଇ ଯୁବକଙ୍କୁ କାବୁ କରି ସୁରକ୍ଷାକର୍ମୀଙ୍କୁ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.