ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ବନ୍ଧୁକ ସଫା କରୁଥିଲେ ଫୁଟିଲା ଗୁଳି, ହୋମଗାର୍ଡ ଆହତ

Published By : Prameya | December 29, 2024 9:55 AM

ଗଜପତି, ୨୯।୧: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିଠାରେ ଅଭାବନୀୟ ଘଟଣା । ଉପରିସ୍ଥ ଅଧିକାରୀଙ୍କ ବନ୍ଧୁକରୁ ଗୁଳି ବାଜି ଜଣେ ହୋମଗାର୍ଡ ଆହତ ହୋଇଥିବା ଜଣାପଡ଼ିଛି । ପୁଲିସ୍ ଘଟଣାକୁ ଲୁଚାଇ ରଖିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ସଂଖ୍ୟାରେ କନେଷ୍ଟବଳ, ହୋମଗାର୍ଡ ଓ ଅଧିକାରୀଙ୍କ ଚଳଚଞ୍ଚଳ ଗତିବିଧି କୌଣସି ଏକ ବଡ଼ ଘଟଣା ଘଟିଥିବା ଅନୁମାନ କରାଯାଉଛି ।  

ସୂଚନା ଅନୁଯାୟୀ, ଜିଲ୍ଲାର ଜଣେ ପିଏସଓ ତାଙ୍କ ନିଜ ବନ୍ଧୁକ ସଫା କରୁଥିବା ବେଳେ ବନ୍ଧୁକଟିରୁ ଭୁଲବଶତଃ ଗୁଳି ଫୁଟି ଯାଇଥିଲା । ସେ ସମୟରେ ସେଠାରେ କର୍ଯ୍ୟରତ ଜୈନିକ ହୋମଗାର୍ଡଙ୍କ ଆଣ୍ଠୁରେ ଗୁଳି ବାଜି ଆରପାର୍ଶ୍ୱକୁ ଚାଲିଯାଇଛି । ଫଳରେ ହୋମଗାର୍ଡଙ୍କୁ ମୁଖ୍ୟ ଚିକିତ୍ସାଳୟର ୬୩ ନଂ ଶଯ୍ୟାରେ ଭର୍ତ୍ତି କରାଯାଇଛି । ଅଧା ରାତି ପର୍ଯ୍ୟନ୍ତ ପୁଲିସ ଡାକ୍ତରଖାନାରେ ରହିଥିବା ବେଳେ ଚିକିତ୍ସିତ ହେଉଥିବା କର୍ମଚାରୀଙ୍କ ପରିଚୟ ମିଳିପାରିନାହିଁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.