ପ୍ରମୂଖ ଖବର
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାର ବସିବ ବିଜେଡି ରାଜ୍ୟ ପରିଷଦ ବୈଠକ: ନବମ ଥର ନବୀନ ହେବେ ସଭାପତି, ନୂଆ ରୂପ ନେବ ଦଳୀୟ ସଙ୍ଗଠନ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ହାଇଟେକ ବିଜ୍ଞାନ ମହାବିଦ୍ୟାଳୟର ଗ୍ରୀଷ୍ମ ଉତ୍ସବ-୨୦୨୫ ଉଦ୍ଘାଟିତ

Published By : Prameya | April 17, 2025 3:05 PM

ଭୁବନେଶ୍ଵର, ୧୭/୪ : ଭୁବନେଶ୍ବର ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କର ଗ୍ରୀଷ୍ମକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରୀଷ୍ମ ଉତ୍ସବ-୨୦୨୫ ମହା ସମାରୋହରେ ଉଦ୍ଘାଟିତ ହୋଇଛି। ହାଇଟେକ ଗ୍ରୁପର ନିର୍ଦେଶିକା ଅଙ୍କିତା ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟାର୍ଥୀମାନଙ୍କର ପାଠ ପଢା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଭୂମିକା ସମ୍ପର୍କରେ ସୂଚନା ଦେଇଛନ୍ତି। ଶତାଧିକ ପିଲାଙ୍କୁ ନେଇ ଏହି ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 

ଏହି ଅବସରରେ ଡ. ଚିତ୍ତରଞ୍ଜନ ସାହୁ କହିଛନ୍ତି ଯେ, ପାଠପଢାର ପରିଧି ଭିତରେ ଅନେକ ସମୟରେ ବିଦ୍ୟାର୍ଥୀମାନେ ବ୍ୟଥାତୁର ହୋଇଉଠନ୍ତି। ସେମାନଙ୍କ ପାଠପଢାକୁ ଅତି ସହଜ ସରଳ କରିବା ପାଇଁ ସେମାନଙ୍କ ମନ ଭିତରେ ଆନନ୍ଦ ଓ ସ୍ମୃତି ଆଣିବା ପାଇଁ ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ ତରଫରୁ ବିଦ୍ୟାର୍ଥୀମାନଙ୍କ ଭିତରେ ଲୁକାୟିତ ହୋଇ ରହିଥ‌ିବା କ୍ରୀଡା, ସଂଗୀତ, ନୃତ୍ୟ ଏବଂ ଅନ୍ୟାନ୍ୟ କଳା ବୈଭବକୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରୟାସ। 

ହାଇଟେକ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ତଥା ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡ. ଚିତ୍ତରଞ୍ଜନ ସାହାଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି। ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଶୁଭଦର୍ଶିନୀ ସାହୁ, ବିଶ୍ବଜିତ ବେହେରା, ଆଲୋକ ରଞ୍ଜନ ସେନାପତି କାର୍ଯ୍ୟକ୍ରମ ପରିଚାଳନାରେ ସାହାଯ୍ୟ କରିଛନ୍ତି। ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ବିଦ୍ୟାର୍ଥୀମାନଙ୍କୁ ଶାନ୍ତି ଶୃଙ୍ଖଳା ସହ ଜୀବନ ବିତାଇବା ପାଇଁ କର୍ମ ପ୍ରେରଣା ଯୋଗାଉଥିବା ବେଳେ ବରିଷ୍ଠ ଇଂରାଜୀ ବିଭାଗ ଅଧ୍ୟାପକ ଡ. ସରତ କୁମାର ନାୟକ ଏବଂ ପଦାର୍ଥ ବିଭାଗର ଅଧ୍ୟାପକ ଡ. ମୁରଲୀଧର ସ୍ବାଇଁ ବିଦ୍ୟାର୍ଥୀମାନଙ୍କ ଜୀବନକୁ ସରସ ସୁନ୍ଦର କରିବାକୁ ହେଲେ ସରଳ ଏବଂ ନିରାଡ଼ମ୍ବର ଜୀବନ ବିତାଇବା ପାଇଁ ଆହ୍ୱାନ ଦେଇଥିଲେ। ସେହିପରି ଶରିରତତ୍ବ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଅକ୍ଷୟ କୁମାର ମିଶ୍ର ବିଦ୍ୟାର୍ଥୀମାନଙ୍କୁ ଆଧ୍ୟାତ୍ମିକ ଏବଂ ସାଧାରଣ ଜୀବନ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.