ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଉପରମୁଣ୍ଡରେ ଲଗାଣ ବର୍ଷା ପରେ ସୁଧୁରୁଛି ହୀରାକୁଦ ସ୍ଥିତି, ୬୦୩.୧୭ ଫୁଟ୍‌ରେ ଛୁଇଁଲା ଜଳସ୍ତର

ସମ୍ବଲପୁର,୨୫/୦୭: ଚଳିତ ମୌସୁମୀ ଅବଧିରେ ପ୍ରଥମ କରି ହୀରାକୁଦର ଉପରମୁଣ୍ଡରେ ଭଲ ବର୍ଷା ହୋଇଛି । ଫଳରେ ଜଳଭଣ୍ଡାରକୁ ବୁଧବାର ରାତି ୯ଟା ସୁଦ୍ଧା ୧.୬୦ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବେଶ କରୁଛି । ଏଥିପାଇଁ ଜଳସ୍ତର ବି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । 

ଗତବର୍ଷ ଜୁଲାଇ ୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ସେହିଦିନ ଜଳସ୍ତର ୬୧୪.୮୯ ଫୁଟ୍‌ ରହିଥିଲା । ହେଲେ ଏବର୍ଷ ଗତକାଲି ଜଳସ୍ତର କଷ୍ଟେ ମଷ୍ଟେ ୬୦୧ ଫୁଟ୍‌ ଛୁଇଁଥିଲା । ଉପରମୁଣ୍ଡରେ  ବର୍ତ୍ତମାନ ସୁଦ୍ଧା ଭଲ ବର୍ଷା ହୋଇ ନ ଥିବାରୁ ହୀରାକୁଦରେ ବିକଳ ସ୍ଥିତି ଜାରି  ରହିଥିଲା । କିନ୍ତୁ ଚଳିତ ଲଘୁଚାପରେ ଉପରମୁଣ୍ଡରେ ଭଲ ବର୍ଷିଛି । ସୋମବାର  ରାତିରୁ ଛତିଶଗଡ଼ର ମହାନଦୀ ବେସିନ୍‌ରେ ବର୍ଷା ଲାଗି ରହିଛି । 

ଗତ ୨୪  ଘଣ୍ଟାରେ ୪୪.୮୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏଥିପାଇଁ ହୀରାକୁଦ ଜଳଭଣ୍ଡାରକୁ ଇନଫ୍ଲୋ ବା ଜଳପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି ।  ମଙ୍ଗଳବାର ରାତି ୯ଟା ସୁଦ୍ଧା ପ୍ରାୟ ୪୫ ହଜାର କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା  ବେଳେ ବୁଧବାର ରାତି ୯ଟା ସୁଦ୍ଧା ଏହା ୧ ଲକ୍ଷ ୬୦ ହଜାର ୭୫୩ କ୍ୟୁସେକ୍‌କୁ  ବୃଦ୍ଧି ପାଇଛି । ଫଳରେ ଜଳସ୍ତର ବୃଦ୍ଧି ପାଇ ୬୦୩.୧୭ ଫୁଟ୍‌ରେ ପହଞ୍ଚିଛି । 

ସେପଟେ ହୀରାକୁଦରେ ସ୍ଥିତି ସୁଧୁରିବା ପରେ ପାୱାର୍‌ ଚ୍ୟାନେଲକୁ  ୩୩୬୧୦ କ୍ୟୁସେକ୍‌ ପାଣି ଛଡ଼ାଯାଇ ଉଭୟ ବୁର୍ଲା ଏବଂ ଚିପିଲିମା ପାୱାର୍‌  ହାଉସ୍‌ରୁ ପୂର୍ଣ୍ଣ ମାତ୍ରାରେ ବିଦ୍ୟୁତ୍‌ ଉତ୍ପାଦନ ହେଉଛି । ଉଭୟ ପାୱାର୍‌ ହାଉସ୍‌ରୁ  ମୋଟ୍‌ ୧୨୯.୬୬୬ ମେଗାୱାଟ୍‌ ଉତ୍ପାଦନ ହେଉଛି ।

  • PrameyaOdia
  • prameya
  • hirakud update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.