ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଡାଳଚିନି ପାଉଡରରେ ମିଶୁଛି ଲୁହାଗୁଣ୍ଡ ! ଜାଣନ୍ତୁ

Published By : Anindita | October 10, 2024 1:17 PM

ନୂଆଦିଲ୍ଲୀ,୧୦/୧୦:  ଆମ ଦେଶରେ ପ୍ରତ୍ୟେକ ଲୋକଙ୍କ ରୋଷେଇ ଘରେ ଡାଲଚିନି ଅନେକ ଖାଦ୍ୟରେ ବ୍ୟବହାର କରାଯାଏ। ରୋଷେଇ ଘରେ ଡାଲଚିନି ସ୍ଥାନ ଆଉ କେହି ନେଇପାରିବେ ନାହିଁ। ହଟ୍ ଚକୋଲେଟ୍, କଫି ଏବଂ ଅଟୋମିଲ୍ ଏବଂ ବେକିଂରେ ହୁଏ ଏହାର ବ୍ୟବହାର। ସୁପ୍ ଏବଂ ଆମିଷ ଖାଦ୍ୟରେ ଏହା ସ୍ୱାଦକୁ ଦ୍ୱିଗୁଣିତ କରେ। ଏହା ସହିତ ଏଥିରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର କରିବାର କ୍ଷମତା ଅଛି। ହେଲେ ଆପଣ ଜାଣନ୍ତି କି ପ୍ରତ୍ୟେକ ରୋଷେଇ ଘରେ  ମସଲା ଭାବେ ବ୍ୟବହାର ହେଉଥିବା ଏହି ମସଲା କେତେ ସୁରକ୍ଷିତ ? 

ତେବେ ଡାଳଚିନିକୁ ନେଇ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ। ଡାଳଚିନି ପାଉଡରରେ ମିଶୁଛି ଲୁହାଗୁଣ୍ଡ। ଆମେରିକାର ୧୨ଟି ବ୍ରାଣ୍ଡ୍‌ର ଡାଳଚିନି ପାଉଡର୍‌ ଏବଂ ମସଲା ପାଉଡରରେ ଲୁହା ଗୁଣ୍ଡ ମିଳିଛି। ଖାଦ୍ୟ ସୁରକ୍ଷା ବୈଜ୍ଞାନିକଡାଳଚିନିରୁ ଲୁହାଗୁଣ୍ଡ ଚିହ୍ନଟ କରିଛନ୍ତି।  ସୂଚନାନୁଯାୟୀ, ଖାଦ୍ୟ ସୁରକ୍ଷା ବୈଜ୍ଞାନିକମାନେ ବଜାରରେ ବିକ୍ରି ହେଉଥିବା ୩୬ ପ୍ରକାରର ଡାଳଚିନି ପାଉଡର ଏବଂ ଡାଳଚିନି ଯୁକ୍ତ ମସଲା, ଗରମ ମସଲା, ଏବଂ ଅନ୍ୟ ୫ ପ୍ରକାର ମସଲାର ପରୀକ୍ଷଣ କରିଥିଲେ। ଏହି ସବୁ ମସଲା ଗୁଡ଼ିକ କନେକ୍ଟିକଟ, ନ୍ୟୁ ଜର୍ସି, ନ୍ୟୁୟର୍କ, ଏବଂ ଅନଲାଇନ୍‌ରେ ୧୭ଟି ଦୋକାନରୁ କିଣା ଯାଇଥିଲା। ଏହି ୩୬ ପ୍ରକାର ପାଉଡରରୁ ୧୨ଟିରୁ ଲୁହା ଗୁଣ୍ଡ ମିଳିଥିବା ସୂଚନା ମିଳିଛି। ଏହି ମସଲା ମିଶ୍ରଣରେ ଲୁହାଗୁଣ୍ଡ ଭାଗ ୧ ପିପିଏମ୍‌ରୁ ଅଧିକ ରହିଛି। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.