ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମାତାଲ୍‌ ବିଦେଶିନୀଙ୍କ ଉତ୍ପାତ: ପୁଲିସକୁ କାମୁଡ଼ିଲେ, ମନଇଚ୍ଛା ଗାଳିକଲେ, ହସ୍ପିଟାଲରେ ମୃତଦେହକୁ କୁଣ୍ଢେଇ ଚୁମା ଦେଲେ..

Published By : Prameya | October 9, 2024 8:29 AM

ଭୁବନେଶ୍ୱର,୦୯/୧୦: ମଦ, ଗଞ୍ଜେଇ  ନିଶାରେ ଏତେମାତ୍ରାରେ ଚୁର୍‌ ଥିଲେ ଯେ  ହିତାହିତ ଜ୍ଞାନ ହରାଇଥିଲେ । ପୁଲିସକୁ  ମନଇଚ୍ଛା ଗାଳି କଲେ । ଯିଏ ବିରୋଧ କଲା, ତା’ ଗୋଡ଼କୁ ଦଳି ଦେଲେ, ବେକକୁ କାମୁଡି ପକାଇଲେ । ହସ୍ପିଟାଲରେ ଚିକିତ୍ସା ବେଳେ ଉତ୍ପାତ  ସୀମା ଟପିଲା । ହସ୍ପିଟାଲ ବାରେଣ୍ଡାରେ ଏକ ମୃତଦେହକୁ କୁଣ୍ଢେଇ ଚୁମା ଦେବାରେ ଲାଗିଲେ । 

ମଙ୍ଗଳବାର ବିଳମ୍ବିତ ରାତିରେ ରାଜଧାନୀରେ  ଜଣେ ମାତାଲ୍‌ ବିଦେଶିନୀଙ୍କ ଏଭଳି ଉତ୍ପାତ  ସାମ୍ନାକୁ ଆସିଛି । ଯୁବତୀଙ୍କ ଘର ନେପାଳ ଭାଗମତି ପ୍ରଦେଶରେ । ରାତି ୧ଟାରୁ ଭୋର ୫ଟା ଯାଏଁ ଯୁବତୀ ଜଣଙ୍କ କଳାରାହଙ୍ଗରୁ  କ୍ୟାପିଟାଲ ହସ୍ପିଟାଲ ଯାଏଁ ହଙ୍ଗାମା କରିଥିଲେ । ତାଙ୍କୁ ସମ୍ଭାଳିବାରେ ହର୍‌ ଟିମ୍‌କୁ ନାକେଦମ୍‌  ହେବାକୁ ପଡ଼ିଥିଲା । ରାତି ୧ଟାରେ କଳାରାହଙ୍ଗ ଛକରେ ୨୭ବର୍ଷୀୟ ଉକ୍ତ ଯୁବତୀଙ୍କ ହଙ୍ଗାମା ଆରମ୍ଭ ହୋଇଥିଲା । ସେ ଅଳିଆ ଗଦାରେ  ଶୋଇରହିଲେ । ସେଠାରୁ ଯାଇ ଫୁଟ୍‌ଫାଥରେ  ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ଗୋଇଠା ମାରିଲେ । ଖବରପାଇ ଇନଫୋସିଟି ଥାନାର ଏକ ପିସିଆର  ଭ୍ୟାନ୍‌ ସେଠାରେ ପହଞ୍ଚିଲା । ପିସିଆରରେ ଥିବା  ଜଣେ ପୁରୁଷ ହୋମଗାର୍ଡଙ୍କ ବେକକୁ କାମୁଡି  ପକାଇଲେ ଯୁବତୀ । ଜଣେ ମହିଳା କନଷ୍ଟେବଳଙ୍କ  ଗୋଡ଼କୁ ବି ଦଳିଦେଲେ । ଏପରିକି ପଥର  ଫିଙ୍ଗି ପିସିଆର ଭ୍ୟାନ୍‌ କାଚ ଭାଙ୍ଗିଦେଲେ । 

ସବ୍‌ଇନ୍ସପେକ୍ଟର ରୋଜାଲିନ୍‌ ସାମନ୍ତରାୟଙ୍କ  ସମେତ ୪ଜଣିଆ ହର ଟିମ୍‌ ସେଠାରେ ପହଞ୍ଚି  କଷ୍ଟେମଷ୍ଟେ ଯୁବତୀଙ୍କୁ ଭ୍ୟାନରେ ବସାଇଲେ। ସିଧା କ୍ୟାପିଟାଲ ହସ୍ପିଟାଲ ଅଭିମୁଖେ  ବାହାରିଲେ । ବାଟସାରା ତାଙ୍କ ପାଟିରୁ ଅନର୍ଗଳ ଗାଳି ବର୍ଷୁଥାଏ । ପୁଲିସ କାନରେ ହାତ ବୁଜିଥାଏ। ତାଙ୍କୁ ଜାବୁଡି ଧରିଥିବା ୨ ମହିଳା କନ୍‌ଷ୍ଟେବଳଙ୍କ ଗୋଡ଼କୁ ସେ ଦଳିମକଚି ପକାଇଲେ । 

ହସ୍ପିଟାଲରେ ପହଞ୍ଚିବା ପରେ ଯୁବତୀଙ୍କ  ଉତ୍ପାତ ଦୁଇଗୁଣା ବଢ଼ିଥିଲା । ଡାକ୍ତରଙ୍କ ଟେବୁଲରେ ଅସଞ୍ଜତ ଅବସ୍ଥାରେ ବସି ରହିବାରୁ  ହର ଟିମ୍‌ ତାଙ୍କୁ କାଜୁଆଲିଟି ବାହାରକୁ ଟାଣି  ଆଣିଲା । ବାରେଣ୍ଡାରେ ଏକ ଷ୍ଟ୍ରେଚରରେ ରଖାଯାଇଥିବା ମୃତଦେହ ପାଖକୁ ଧାଇଁଗଲେ  ଯୁବତୀ। ସେତେବେଳେ ମୃତକଙ୍କ ସମ୍ପର୍କୀୟଙ୍କ  ଭିତରେ କାନ୍ଦବୋବାଳି ପଡିଥାଏ । ସମ୍ପର୍କୀୟଙ୍କୁ ଠେଲାପେଲା କରି ମୃତଦେହ ମୁହଁରୁ କପଡ଼ା  କାଢ଼ି ନେଲେ । ମୃତଦେହକୁ କୁଣ୍ଢେଇ ଧରି ଚୁମା ପରେ ଚୁମା ଦେଇ ଚାଲିଲେ । ଯୁବତୀଙ୍କ ଏଭଳି  ଅସ୍ୱାଭାବିକ କାରନାମା ଦେଖି ମୃତକଙ୍କ ସମ୍ପର୍କୀୟ  ଓ ହର ଟିମ୍‌ ହତଚକିତ ହୋଇପଡିଥିଲେ । ଜଣେ ମହିଳା ଡାକ୍ତର କଷ୍ଟେମଷ୍ଟେ ଔଷଧ ଖୁଆଇବା ପରେ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲେ ଯୁବତୀ । ଭୋର ୫ଟା ବେଳେ ହର  ଟିମ୍‌ ତାଙ୍କୁ ପଟିଆସ୍ଥିତ ଏକ ଆପାର୍ଟମେଣ୍ଟରେ  ଛାଡି଼ଥିଲା । 

ପୁଲିସ ତଦନ୍ତରୁ ଜଣାପଡି଼ଛି, ଯୁବତୀ ଜଣଙ୍କ ପ୍ରଚୁର ମଦ ପିଇବା ସହ ଗଞ୍ଜେଇ ସିଗାରେଟ୍‌ ଟାଣିଥିଲେ । ସିରିଞ୍ଜ୍‌ ଯୋଗେ ଡ୍ରଗ୍ସ  ନେଇଥିଲେ। ତାଙ୍କର ଏଭଳି ଉତ୍ପାତ ପ୍ରଥମ  ଘଟଣା ନୁହେଁ । ପୂର୍ବରୁ ଚନ୍ଦ୍ରଶେଖରପୁର ଓ  ଖଣ୍ଡଗିରି ଥାନାରେ ଉତ୍ପାତ କରିଥିଲେ । ଗତ  ଅଗଷ୍ଟରେ ଆଇଗିଣିଆ ଛକରେ ହୋହଲ୍ଲା  କରୁଥିବାବେଳେ ତାଙ୍କୁ କାବୁ କରିବାରେ ଖଣ୍ଡଗିରି  ଥାନା ପୁଲିସ ନାକେଦମ୍‌ ହୋଇଥିଲା । ଗତ  ମାସରେ ସେ ଚନ୍ଦ୍ରଶେଖରପୁର ଥାନା ନିକଟରେ  ଥିବା ଏକ ପବ୍‌ ସାମ୍ନାରେ ଉତ୍ପାତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.