ପାଟଣାଗଡ଼ ୦୮/୭: ପାଟଣାଗଡ ବ୍ଲକ ବନେଇମୁଣ୍ଡା ପଞ୍ଚାୟତ ଖୁସାବାହାଲି ଗାଁର ଅସହାୟ ବୃଦ୍ଧା ସୁରଭି ବିଶ୍ଵାଳ (୬୫)ଙ୍କ ବିଷୟରେ ଗତ ୬ ତାରିଖ ଦିନ ଅଗ୍ରଣୀ ଖବରକାଗଜ ପ୍ରମେୟରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରସାରଣ ପରେ ବ୍ଳକ ପ୍ରଶାସନ ତରଫରୁ ବ୍ଳକ ଯୋଗଣ ଅଧିକାରୀ ରାଜାରାମ ହୋତା ସୁରଭିଙ୍କ ଘରକୁ ଯାଇ ତାଙ୍କୁ ଏକ ରାସନକାର୍ଡ ପ୍ରଦାନ କରିଛନ୍ତି। ଏହି କାର୍ଡ ମାଧ୍ୟମର ସେ ପ୍ରତିମାସ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୫ କିଲୋ ଚାଉଳ ପାଇବେ ବୋଲି ଶ୍ରୀ ହୋତାଙ୍କ ଠାରୁ ଜଣାପଡିଛି। ଅପରପକ୍ଷରେ, ତାଙ୍କ ଆଧାର କାର୍ଡ ଠିକ ଠାକ୍ ନଥିବାରୁ ତାଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରାଯାଇ ପାରିନାହିଁ । ତାଙ୍କ ଆଧାର କାର୍ଡ ଠିକ୍ କରାଯିବାର ପ୍ରକିୟା ଜାରି ରହିଛି, ଆଧାର କାର୍ଡ ଠିକ୍ ହେଲେ ତାଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରାଯିବା ସହ ଏକ ଆବାସ ଗୃହ ଯୋଗାଇ ଦିଆଯିବ। ତେବେ ଆଜି ତାଙ୍କୁ ୨ଗୋଟି ପଲିଥିନ ପ୍ରଦାନ କରାଯାଇଥିବା ନେଇ ବିଡ଼ିଓ ସୁମନ ମିଞ୍ଜ ସୁଚନା ଦେଇଛନ୍ତି । ପ୍ରକାଶ ଯେ, ସ୍ବାମୀଙ୍କ ମୃତ୍ୟୁ ପରେ ସୁରଭିଙ୍କ କେହି ସମ୍ପର୍କୀୟ ନଥିବାରୁ ଗାଁରେ ଭିକ୍ଷାବୃତ୍ତି କରି ନିଜର ପେଟ ପୋଷୁଥିବା ସହ ସେ ନିଜ ଉଦ୍ୟମରେ ଏକ ଝାଟିମାଟି କୁଡିଆ କରି ଜରିପାଲ ତଳେ ଗାଁରେ ରହି ଆସୁଥିଲେ। ବ୍ଳକ ପ୍ରସାଶନ ତରଫରୁ ତାଙ୍କୁ କେବଳ ଭତ୍ତା ଟଙ୍କା ମିଳୁଥିଲା।

କେଜ୍ରିଓ୍ବାଲଙ୍କୁ ବିଜେପିର ଜବାବ, ଦୁର୍ନୀତି ପାଇଁ ମି...