କୋଣାର୍କ,୦୬/୧୨: କୁହୁଡ଼ି ସ୍ପର୍ଶରେ ଲୁଚିଗଲା କୋଣାର୍କର ବ୍ଲାକ ପାଗୋଡ଼ା । ଶୁକ୍ରବାର ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଘନ କୁହୁଡିର ଚାଦରରେ ଘୋଡେଇ ହୋଇ ପଡିଛି । ଖାଲି ସୂର୍ଯ୍ୟ ମନ୍ଦିର ନୁହେଁ, ରାସ୍ତା ଘାଟ ସହ କୋଣାର୍କ ବଜାର, ଗୋପ ଓ କାକଟପୁର ବଜାର ମଧ୍ୟ କୁହୁଡିରେ ଅସ୍ତବ୍ୟସ୍ତ ହୋଇପଡିଛି । ସତେ ଯେପରି କୁହୁଡି ଚାଦର ଭିତରେ ସୂର୍ଯ୍ୟ ମନ୍ଦିର ହଜିଯାଇଛି ।
ଅଳ୍ପ ଅଳ୍ପ ଶୀତୁଆ ସ୍ପର୍ଶ ସହ କୁହୁଡି ମଧ୍ୟରେ ସୂର୍ଯ୍ୟ ମନ୍ଦିର ଲୁଚି ରହିଛି। ଯାହା ଫଳରେ ସୂର୍ଯ୍ୟମନ୍ଦିର ବୁଲିଆସିଥିବା ପର୍ଯ୍ୟଟକମାନେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ କଳା ସସ୍କୃତି ଦେଖିବାରୁ ବଞ୍ଚିତ ହୋଇଛନ୍ତି ।ପୁରୀ କୋଣାର୍କ ରାସ୍ତା ଓ ଭୂବନେଶ୍ୱର ରାସ୍ତାରେ ଗାଡି ଚାଳନା କରିବାରେ ମଧ୍ୟ ଅସୁବିଧା ଦେଖିବାକୁ ମିଳିଛି ।