ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମେଡିକାଲ କଲେଜର ଏଣ୍ଟ୍ରି ଓ ଏକଜିଟ୍ ପଏଣ୍ଟ୍‌ରେ କଡାକଡ଼ି ହେବ ଯାଞ୍ଚ, ନାଇଟ୍ ସିଫ୍ଟ କରୁଥିଲେ ମହିଳା ଡାକ୍ତରଙ୍କୁ ସୁରକ୍ଷିତ ଭାବେ ଛଡାଯିବ

ଭୁବନେଶ୍ଵର, ୧୯/୦୯ : କୋଲକାତା ଆରଜି କର ହସ୍ପିଟାଲ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଓଡ଼ିଶାରେ ଏଭଳି ନିନ୍ଦନୀୟ ଘଟଣା ଯେପରି ନଘଟିବ ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ବୁଧବାର ହସ୍ପିଟାଲ ଓ ମେଡିକାଲ  କଲେଜ ପାଇଁ ସୁରକ୍ଷିତ କର୍ମସ୍ଥଳୀ  ପରିବେଶ ମାର୍ଗଦର୍ଶିକା ଜାରି କଲା  ସ୍ୱାସ୍ଥ୍ୟ ବିଭାଗ । ଏହି ନିୟମ ଲାଗୁ ହେବା ଦ୍ୱାରା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ/ଅଧ୍ୟାପିକାମାନେ ନିର୍ଭୟରେ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିପାରିବେ।  

ଏହି ନିୟମରେ ୮ଟି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ରହିଛି । ସେଥିମଧ୍ୟରେ ବାହ୍ୟ ଅନୁପ୍ରବେଶ ନିୟନ୍ତ୍ରଣ, ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ଡାକ୍ତର ଓ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ, ଘଟଣାସ୍ଥଳରେ ଜରୁରି କାର୍ଯ୍ୟାନୁଷ୍ଠାନ, ସୁସ୍ଥ ବାତାବରଣ, ଅଭିଯୋଗ ରିପୋର୍ଟ, ଅନୁଷ୍ଠାନର ମନିଟରିଂ କମିଟି ଆଦି ଅନ୍ତର୍ଭୁକ୍ତ । ବାହ୍ୟ ଅନୁପ୍ରବେଶ ନିୟନ୍ତ୍ରଣ ନିୟମ ଅନୁସାରେ, ସମସ୍ତ ହସ୍ପିଟାଲ ଓ ମେଡିକାଲ କଲେଜର ଉଚ୍ଚ ପାଚେରି ଓ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ରହିବ । ବାହାରୁ ଆସୁଥିବା ସାଧାରଣ ଜନତା ଓ ଅନ୍ୟ ଗାଡ଼ି ଫାଟକ ପାଖରେ ଯାଞ୍ଚ କରାଯିବ। ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀମାନେ ପରିଚୟପତ୍ର ଓ  ୟୁନିଫର୍ମ ପରିଧାନ କରିବା ବାଧ୍ୟତାମୂଳକ । ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଦେଖିବାକୁ ଆସୁଥିବା ରୋଗୀ ସମ୍ପର୍କୀୟଙ୍କ ପାସ୍‌ ବ୍ୟବସ୍ଥା ମଧ୍ୟ ବାଧ୍ୟତାମୂଳକ । ଜଣେ ରୋଗୀଙ୍କୁ ଭେଟିବା ପାଇଁ କେବଳ ଦୁଇଜଣଙ୍କୁ ଅନୁମତି ମିଳିବ । ୱାର୍ଡକୁ ପ୍ରବେଶ କରିବା ସମୟରେ ସୁରକ୍ଷା କର୍ମୀମାନେ ଆଟେଣ୍ଡାଣ୍ଟଙ୍କୁ ଯାଞ୍ଚ କରିବେ ।  

ସେହିପରି ଓପିଡି ସାମ୍ନାରେ ଉଭୟ ପୁରୁଷ ଓ ମହିଳା ସୁରକ୍ଷା କର୍ମୀ ନିୟୋଜିତ ରହିବା ବାଧ୍ୟତାମୂଳକ । ହସ୍ପିଟାଲର ସମ୍ବେଦନଶୀଳ ସ୍ଥାନ ଓ ଛାତ୍ରଛାତ୍ରୀଙ୍କ ହଷ୍ଟେଲରେ ସିସିଟିଭି  ଖଞ୍ଜାଯିବ। ଯାହାଦ୍ୱାରା ହସ୍ପିଟାଲରେ ଘଟୁଥିବା  ପ୍ରତିଟି ଘଟଣାର ମନିଟରିଂ କରାଯାଇ ପାରିବ । ପ୍ରତିଦିନ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହେବ । ଜରୁରିକାଳୀନ ଘଟଣା ପାଇଁ ପ୍ୟାନିକ୍‌ ବଟନ୍‌, ଫୋନ୍‌, ମୋବାଇଲ ଆପ୍‌ର ବ୍ୟବସ୍ଥା ହେବ। କୌଣସି ଡାକ୍ତର ଓ କର୍ମଚାରୀଙ୍କୁ ଯେପରି କେହି ଖରାପ ବ୍ୟବହାର ପ୍ରଦର୍ଶନ ନ କରିବେ ସେଥିପାଇଁ ସୁସ୍ଥ ବାତାବରଣ ତିଆରି କରାଯିବ। ହସ୍ପିଟାଲରେ ହିଂସା ସୃଷ୍ଟି କରୁଥିବା ଲୋକଙ୍କ  ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.