ପ୍ରମୂଖ ଖବର
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ସ୍ୱାସ୍ଥ୍ୟ ପାଇଁ ହିତକର ଗ୍ରୀନ ମଟର, ମିଳିଥାଏ ଏହି ସବୁ ଫାଇଦା

ଶୀତ ଦିନିଆ ପରିବା ଗ୍ରୀନ ମଟର ।  ଏହା ଖାଇବାକୁ ଯେମିତି ସ୍ବାଦିଷ୍ଟ, ସ୍ବାସ୍ଥ୍ୟ ପାଇଁ ବି ସେମିତି ହିତକର ।  ଏହା ଏକ ଉଚ୍ଚ ପ୍ରୋଟିନ ଯୁକ୍ତ ପରିବା ଯାହାକି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ପ୍ରାୟ ୧୦୦ ଗ୍ରାମ ଗ୍ରୀନ ମଟରରେ  ୫ ଗ୍ରାମ ପ୍ରୋଟିନ ମିଳିଥାଏ ।  ତେବେ ପ୍ରୋଟିନ ବ୍ୟତୀତ ଗ୍ରୀନ ମଟରରେ ଫାଇବର, ଭିଟାମିନ ଏ, ଭିଟାମିନ ସି, ଫୋଲେଟ, ଆଇରନ, ଜିଙ୍କ, ଭିଟାମିନ ବି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଭିଟାମିନ ଓ ମିନେରାଲ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଓଜନ କମାଇବାକୁ ଚାହୁଁଥିବା ଲୋକେ ନିଜ ଡାଏଟରେ ଗ୍ରୀନ ମଟର ସାମିଲ କରିପାରିବେ । ଏଥିରେ କ୍ୟାଲୋରୀ କମ୍ । କିନ୍ତୁ ଫାଇବର, ପ୍ରୋଟିନରେ ଭରପୁର ହୋଇଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ହେଲା ଭଳି ଅନୁଭବ କରାଏ । ଅର୍ଥାତ୍ ଭୋକ କମ୍ ହୁଏ । ଯାହା ପରୋକ୍ଷରେ ଓଜନ ନିୟନ୍ତ୍ରଣରେ ସହାୟକ ହୁଏ । 

ସେହିପରି ଗ୍ରୀନ ମଟର ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ । ଏଥିରେ ହୃଦୟ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ମିନେରାଲ ଯଥା-ମ୍ୟାଗ୍ନେସିୟମ, ପୋଟାସିୟମ ଓ କ୍ୟାଲସିୟମ ରହିଛି । ଏସବୁ ବ୍ଲଡପ୍ରେସର ନିୟନ୍ତ୍ରଣ କରି ଏବଂ କୋଲେଷ୍ଟ୍ରଲ ସ୍ତର କମାଇ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ସେହିପରି ଏଥିରେ ଭିଟାମିନ-ସି, ଇ, ଜିଙ୍କ, କାଟେଚିନ୍, ଏପିକାଟେଚିନ ଥିବାବେଳେ ଶରୀରର ଇମ୍ୟୁନିଟି ସିଷ୍ଟମ ମଜଭୁତ କରିବାରେ ସହାୟକ ହୁଏ । ମଧୁମେହ ବା ଡାଇବେଟିସ ରୋଗୀ ଗ୍ରୀନ ମଟର ଖାଇବା ଭଲ । ଏହା ବ୍ଲଡସୁଗାର ପରିଚାଳନାରେ ପ୍ରଭାବଶାଳୀ । ଏହାର ଗ୍ଲାଇସେମିକ ଇଣ୍ଡେକ୍ସ  କମ୍ ଥିବାରୁ ହଠାତ୍ ବ୍ଲଡସୁଗାର ସ୍ତର ବୃଦ୍ଧି ପାଏନି ।  ଏଥିସହ ହାଇ ଫାଇବର ମଧ୍ୟ କାର୍ବସ୍ ଅବଶୋଷଣକୁ ମନ୍ଥର କରି ବ୍ଲଡସୁଗାର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ। ଏହି ଶୀତ ଦିନିଆ ପରିବାରେ ଥିବା ଡାଏଟାରୀ ଫାଇବର ପାଚନ ସମ୍ବନ୍ଧୀୟ ସମସ୍ୟା ଯେମିତିକି କୋଷ୍ଠକାଠିନ୍ୟ, ପେଟ ଫୁଲିବା ଓ ଅନ୍ୟାନ୍ୟ ସମସ୍ୟାକୁ ରୋକିଥାଏ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.