ନୂଆଦିଲ୍ଲୀ,୨୭/୧୧: ସଫା ଦାନ୍ତ ପର୍ସନାଲିଟି ଉପରେ ପ୍ରଭାବ ପକାଇଥାଏ । ଯଦି କାହା ଦାନ୍ତ ଦଳଦିଆ କିମ୍ବା କଳା ଦେଖାଯାଏ ତାହା ସୁନ୍ଦର ମୁହଁକୁ ଅସୁନ୍ଦର କରିଦିଏ। ଏହି ସମସ୍ୟାକୁ ନେଇ ପର୍ସନାଲିଟି ଉପରେ ପ୍ରଶ୍ନ ଉଠିଥାଏ । ହଳଦିଆ କଷୁଟିଆ ଦାନ୍ତକୁ ନେଇ ଚିନ୍ତିତ ଅଛନ୍ତି କି ? ଦୂର ହେବ ଚିନ୍ତା ଆପଣାନ୍ତୁ ଏହି ଟିପ୍ସ । କିଛି ପ୍ରାକୃତିକ ଉପଚାର ଆପଣାନ୍ତୁ ସମସ୍ୟାରୁ ମୁକ୍ତି ପାଆନ୍ତୁ । ଘରେ ବସି ହିଁ କରିପାରିବେ ସମାଧାନ । କେବଳ ଦୁଇଟି ଜିନିଷ କରନ୍ତୁ ।
ହଳଦିଆ ଦାନ୍ତକୁ କିପରି କରିବେ ସଫା- ଘରେ ହିଁ ବିନା ଖର୍ଚ୍ଚରେ ହଳଦିଆ କଷୁଟିଆ ଦାନ୍ତକୁ ସଫା କରନ୍ତୁ । କଦଳୀ ଚୋପା ସାହାଯ୍ୟରେ ଏହି ସମସ୍ୟାର ସମାଧାନ ହୋଇପାରିବ । ପାଚିଲା କଦଳୀ ଖାଇବା ପରେ ସମସ୍ତେ ଚୋପାକୁ ଅଦରକାରୀ ଭାବି ଫୋପାଡି ଦିଅନ୍ତି । ହେଲେ ଚୋପାକୁ ନଫୋପାଡି ଦାନ୍ତ ସଫାରେ ବ୍ୟବହାର କରନ୍ତୁ । ପାଚିଲା କଦଳୀ ଚୋପାରେ ମାଗ୍ନେସିୟମ ଏବଂ ପୋଟାସିୟମ ଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ ।
ହଳଦିଆ ଦାନ୍ତକୁ ସଫା ସୁନ୍ଦର କରିବାକୁ ପାଚିଲା କଦଳୀ ଚୋପା ବ୍ୟବହାର କରନ୍ତୁ । କଦଳୀ ଚୋପାର ଧଳା ଅଂଶକୁ ଗୋଟିଏ ପାତ୍ରରେ ଏକାଠି କରନ୍ତୁ । ଏହାପରେ ସେଥିରେ କିଛି ବେକିଂ ସୋଡା ମିଶାନ୍ତୁ । ଦୁଇଟି ଜିନିଷକୁ ମିକ୍ସ କରି ଏକ ପେଷ୍ଟ ତିଆରି କରନ୍ତୁ । ପ୍ରତିଦିନ ବ୍ରସ୍ କରିବା ସମୟରେ ପେଷ୍ଟର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ଏକଦମ୍ ଚମକିବ ।