ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଶୀତଦିନେ ଲଗାନ୍ତୁ ଏହି ତେଲ, ଆଉ ଦେଖାଦେବନି ହାତ-ଗୋଡ଼ ଫାଟିବା ଭଳି ସମସ୍ୟା...

Published By : Swapna Ray | November 25, 2024 4:11 PM

ଭୁବନେଶ୍ୱର, ୨୫।୧୧: ନାରୀ ହେଉ ବା ପୁରୁଷ, ସୁନ୍ଦର ମୁଲାୟମ ସ୍କିନ୍ କିଏ ବା ନ ଚାହେଁ । ଏହା ଆକର୍ଷଣୀୟ ବ୍ୟକ୍ତିତ୍ୱର ମାପକାଠି । ଅନ୍ୟାନ୍ୟ ଋତୁ ଅପେକ୍ଷା ଶୀତଦିନେ ବାୟୁମଣ୍ଡଳ ଅଧିକ ଶୁଷ୍କ ଥାଏ । ଏହାର କୁପ୍ରଭାବ ସିଧା ଆମ ସ୍କିନ୍ ଉପରେ ପଡ଼ିଥାଏ । ଅନେକ ଶୁଷ୍କ ତ୍ୱଚାରୁ ରକ୍ଷା ପାଇବାକୁ ବଡିଲୋସନ୍‌ର ବ୍ୟବହାର କରିଥାନ୍ତି । ହେଲେ ଏହାର ପ୍ରଭାବ ଅଧିକ ସମୟ ରହିନଥାଏ । ତେବେ ଶୀତ ଦିନେ କେମିତି ନେବେ ତ୍ୱଚାର ଯତ୍ନ ? ଆସନ୍ତୁ ଜାଣିବା । 

-ଶୀତଦିନେ ବିଶେଷକରି ନଡ଼ିଆ ତେଲ ଲଗାନ୍ତୁ । ଏହା ଚର୍ମର ଗଭୀରତାକୁ ଯାଇ ଏହାକୁ ଆଦ୍ର ଓ ନରମ ରଖିବାରେ ସହାୟକ ହୁଏ । ଏହାର ଆଣ୍ଟି ଫଙ୍ଗାଲ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଯୋଗୁଁ ଯେ କୌଣସି ପ୍ରକାର ସଂକ୍ରମଣରୁ ସୁରକ୍ଷିତ ରଖେ । 

-ଭିଟାମିନ୍-ଇରେ ଭରପୂର ଥିବା ବାଦାମ ତେଲ ବି ଚର୍ମକୁ ନରମ କରିବା ସହ ଜଳାପୋଡ଼ା ଆଦି ହ୍ରାସ କରିପାରେ । ଗାଧୋଇବା ପରେ ଏହାକୁ ନିୟମିତ ଲଗାଇଲେ ତ୍ୱଚା ନରମ ରହିଥାଏ । 

-ଅଲିଭ୍ ତେଲର ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଚର୍ମର ଗଭୀରତାକୁ ଯାଇ ଏହାକୁ ନରମ ରଖିଥାଏ । 

-ରାଶି ତେଲ ଶୀତଦିନେ ଶରୀର ପାଇଁ ଅଧିକ ଉପକାରୀ ହୋଇଥାଏ । ଏହା ଚର୍ମକୁ ଉଷୁମ ରଖିବା ସହ ଶୁଷ୍କ ହେବାକୁ ଦିଏନାହିଁ । ଏହାର ଆଣ୍ଟି-ଅକ୍ସିଡାଣ୍ଟ ତତ୍ତ୍ୱ ଚର୍ମକୁ ସୁସ୍ଥ ରଖେ ।

-ଜଡ଼ା ତେଲ ମଧ୍ୟ ଚର୍ମର ଆର୍ଦ୍ରତା ରକ୍ଷା କରିବା ସହ ଏହାକୁ ଶୁଷ୍କ ହେବାକୁ ଦେଇନଥାଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.