ଗଣ୍ଠି ସହ ଜଡିତ ସମସ୍ୟା ଆମର ଦୈନନ୍ଦିନ କାର୍ଯ୍ୟ ତଥା ସାଧାରଣ ଜୀବନକୁ କରିଥାଏ ଖୁବ୍ ପ୍ରଭାବିତ । ଆଜିକାଲି ଖରାପ ଖାଦ୍ୟାଭ୍ୟାସ, ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ପ୍ରତି ଅବହେଳା କାରଣରୁ କମ୍ ବୟସରୁ ଲୋକମାନେ ଗଣ୍ଠି ଯନ୍ତ୍ରଣା ସମସ୍ୟାରେ ପୀଡିତ ହେଉଛନ୍ତି । ତେବେ ବାରମ୍ବାର ଭୁଲ ମୁଦ୍ରାରେ ବସାଉଠା କରିବା । ଭାରି ଜିନିଷ ଉଠାଇବା।ମୋଟାପଣ କିମ୍ବା ଆବଶ୍ୟକତାଠୁ ଅଧିକ ବ୍ୟାୟାମ କରିବା ଇତ୍ୟାଦି । ଏସବୁ ଆମର ଗଣ୍ଠି ଉପରେ ଅତିରିକ୍ତ ଚାପ ପକାଇଥାଏ । ଏହାଛଡା ବୟସ ବଢିବା ସହ ଗଣ୍ଠି ସମସ୍ୟା ଚିକିତ୍ସାରେ ଅବହେଳା ଓ ଶରୀରରେ ପୋଷକ ତତ୍ତ୍ବର ଅଭାବ ଗଣ୍ଠି ସ୍ବାସ୍ଥ୍ୟ ପ୍ରଭାବିତ କରିଥାଏ । ତେଣୁ ଗଣ୍ଠି ଫୁଲିବା, ଯନ୍ତ୍ରଣା ଓ ଅନ୍ୟାନ୍ୟ ଲକ୍ଷଣ ଦେଖାଗଲେ ଆଦୌ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।
ତେଣୁ ଖାଦ୍ୟ ଓ ଜୀବନଶୈଳୀ ସହ ଜଡିତ କିଛି ଭଲ ଅଭ୍ୟାସ ଆପଣାଇ ବହୁ ପରିମାଣରେ ଗଣ୍ଠି ସମସ୍ୟା ଆଶଙ୍କା କମ୍ କରାଯାଇପାରିବ । ତେଣୁ ଠିକ୍ ମୁଦ୍ରାରେ ବସିବା, ଉଠିବା, ଚାଲିବା ଓ ଶୋଇବା । ସେହିପରି ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଓ ହାଇଡ୍ରେଟ ରହିବା । ନିୟମିତ ବ୍ୟାୟାମ କରିବା କିନ୍ତୁ ଅତ୍ୟଧିକ ସମୟ ନ କରିବା । ଓମେଗା-3, ଭିଟାମିନ ଡି ଓ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇବା ।ଆରାମଦାୟକ ଚପଲ ପିନ୍ଧିବା । ବିଶେଷକରି ହାଇ ହିଲ୍ ପିନ୍ଧିବା ଉଚିତ ନୁହେଁ । ଶରୀରର ଓଜନ ନିୟନ୍ତ୍ରଣ ରଖିବା ଉଚିତ୍ । ଏଥିସହ ଯଦି ଗଣ୍ଠି ଯନ୍ତ୍ରଣା କ୍ରମାଗତ ଭାବରେ ହେଉଥିଲେ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।