ନୂଆଦିଲ୍ଲୀ : ଆଖପାଖର ମାହୋଲ,ଲୋକଙ୍କ ବ୍ୟବହାର ଓ ଜୀବନରେ କ୍ଷଣ କ୍ଷଣକରେ ବଦଳୁଥିବା ସ୍ଥିତି ନକରାତ୍ମକ ବିଚାର କାରଣରୁ ହୋଇଥାଏ । କିନ୍ତୁ ଏହି ନେଗେଟିଭ୍ ଭାବନା ମଣିଷର ମାନସିକ ସ୍ୱାସ୍ଥ୍ୟକୁ ଖୁବ୍ ପ୍ରଭାବିତ କରିଥାଏ। ଏଥିରେ ଜୀବନର ଲକ୍ଷ୍ୟ ହାସଲ କରିବାରେ ନାନା ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ଏବଂ ବ୍ୟକ୍ତି ମାନସିକ ସ୍ୱାସ୍ଥ୍ୟ ସହ ଜଡ଼ିତ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇଥାଏ।
ନ୍ୟାସନାଲ ହେଲଥ୍ ସର୍ଭେର ଏକ ରିପୋର୍ଟ ଅନୁସାରେ , ଭାରତରେ ପ୍ରତି ୨୦ଜଣରେ ଜଣେ ବ୍ୟକ୍ତି ମାନସିକ ସମସ୍ୟାର ଶିକାର ହୋଇଥାନ୍ତି। ୧୫ ବର୍ଷ ବୟସରୁ ନେଇ ୪୯ ବୟସ ଯାଏ ଅଧିକାଂଶ ଲୋକ ଏହି ସମସ୍ୟାରେ ପୀଡ଼ିତ। ମନୋବୈଜ୍ଞାନିକଙ୍କ ମୁତାବିକ, ଜୀବନରେ ବ୍ୟକ୍ତି ସତକୁ ସ୍ୱୀକାର କରି ପାରେ ନାହିଁ । ଫଳରେ ନକରାତ୍ମକତାକୁ ଆପଣାଇବାକୁ ଲାଗେ। ନେଗେଟିଭ୍ ବିଚାରଧାରାର ବ୍ୟକ୍ତି ଛୋଟ ଛୋଟ କଥାରେ ପ୍ରତିକ୍ରିୟାଶୀଳ ହୋଇଥାନ୍ତି । ଏକୁଟିଆ ରୁହନ୍ତି , ଅନ୍ୟସହ ନିଜର ତୁଳନା କରନ୍ତି ଏବଂ ନିଜର ଯତ୍ନ ନେବାରେ ବି ଅବହେଳା କରନ୍ତି।
ନେଗେଟିଭ୍ ବିଚାରରୁ ଏମିତି ପାଆନ୍ତୁ ମୁକ୍ତି –
୧-ସନ୍ତୁଷ୍ଟ ରହିବା ଶିଖ – ପ୍ରତି ବ୍ୟକ୍ତିର ଜୀବନ ପରସ୍ପର ଠାରୁ ଅଲଗା । ତାର ସୁଖ ଓ ଶୋକ ମଧ୍ୟ ଅନ୍ୟ ବ୍ୟକ୍ତି ଠାରୁ ଅଲଗା ହିଁ ହେବ। ଏଥିରେ ବ୍ୟକ୍ତିର ତୁଳନାତ୍ମକ ବ୍ୟବହାର ଏହାର ଜୀବନରେ ନକରାତ୍ମକତା କାରଣରୁ ହିଁ ହୋଇଥାଏ। ନିଜକୁ ଖୁସି ରଖିବା ପାଇଁ ଯାହା ବି ଅଛି, ଏଥିରେ ସନ୍ତୁଷ୍ଟ ରହିବାକୁ ପ୍ରୟାସ କରନ୍ତୁ। ଏହା ବ୍ୟତୀତ ନିଜକୁ ବ୍ୟସ୍ତ ରଖିବାକୁ ମଧ୍ୟ ଚେଷ୍ଟା କରନ୍ତୁ।
୨- ଉତ୍ତମ କରିବା ପଛରେ ଦୌଡ଼ିବା ବନ୍ଦ କରନ୍ତୁ – ଅନେକ ସମୟରେ କୌଣସି କାମକୁ ପରଫେକ୍ଟ କରିବାରେ ବ୍ୟକ୍ତିଙ୍କର ଆବଶ୍ୟକତା ଠାରୁ ଅଧିକ ସମୟ ନଷ୍ଟ ହେବାରେ ଲାଗେ । ଏଥିରେ ମନରେ ଗୋଟେପଟେ ଚିଡିଚିଡା ତ ଆଉ ଗୋଟେ ପଟେ ନକରାତ୍ମକ ଭାବନା ବଢିବାକୁ ଲାଗେ। ଏଥିପାଇଁ ପ୍ରତି ପରିସ୍ଥିତିରେ ନିଜକୁ ଖୁସି ରହିବାର ପ୍ରୟାସ କରିବା ଉଚିତ୍।
୩- ଅନ୍ୟମାନଙ୍କର ଭାବନାକୁ ନିଜ ଭିତରକୁ ଆଣନ୍ତୁ ନାହିଁ – ପରିବାର, ସଂପର୍କୀୟ ବା ବନ୍ଧୁଙ୍କ ଅନୁସାରେ ଜୀବନ ଜିଇଁବା ଛାଡି ନିଜ ଜୀବନର ଦାୟିତ୍ୱ ନିଜେ ହିଁ ନିଅନ୍ତୁ । ଅନ୍ୟ ଲୋକଙ୍କ ବିଚାରଧାରା ଓ ଦୃଷ୍ଟିକୋଣର ପ୍ରଭାବ ନିଜ ଉପରେ ପକାଇବାକୁ ଦିଅନ୍ତୁ ନାହିଁ। ତାଙ୍କର ପସନ୍ତ ଓ ନାପସନ୍ଦକୁ ଏଡେଇ ନିଜ ଅନୁସାରେ ଜୀବନ ଜିଅନ୍ତୁ ଏବଂ ତାଙ୍କର କହିବାନୁସାରେ ନିଷ୍ପତ୍ତି ନେବାରୁ ନିବୃତ ରୁହନ୍ତୁ । ଅନ୍ୟର କଥାକୁ ଅଣଦେଖା କରି ଜୀବନରେ ଆଗେଇ ଚାଲନ୍ତୁ। ଏଥିରେ ନକରାତ୍ମକତା ଠାରୁ ଦୂରେଇ ପାରିବେ।
୪- ଅନ୍ୟ ସହ ତୁଳନା କରନ୍ତୁ ନାହିଁ – ଆପଣଙ୍କ ପାଖରେ ଯାହା ବି ଅଛି , ଏଥିପାଇଁ କୃତଜ୍ଞ ରୁହନ୍ତୁ । ନିଜର ତୁଳନା ଅନ୍ୟ ଜଣ କରିବାରେ ମନ ନେଗେଟିଭ୍ ବିଚାରରେ ଭରି ଯାଏ। ଏଥିପାଇଁ ନିଜର ଆବଶ୍ୟକତା ଉପରେ ଦୃଷ୍ଟି ଦେଇ ଅନ୍ୟର ନକଲ କରିବାକୁ ତ୍ୟାଗ କରନ୍ତୁ।
୫- ନିଜକୁ ଭଲ ପାଇବା ଶିଖନ୍ତୁ – ନିଜର ଧ୍ୟାନ ନିଜେ ରଖନ୍ତୁ। ପ୍ରତିଦିନ ଏକ୍ସରସାଇଜ୍ କରନ୍ତୁ , ସମୟାନୁସାରେ ଶୁଅନ୍ତୁ। ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ସଂପର୍କୀୟ ଓ ପରିବାର ସହ ସମୟ ବିତାନ୍ତୁ। ଏସବୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ସକରାତ୍ମକତା ଆସିବ।
୬- ନେଗେଟିଭ୍ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ – ଯେବେ ଆମେ ନେଗେଟିଭ୍ ଲୋକଙ୍କ ନିକଟତର ହୋଇ ଥାଉ ତ ନଚାହିଁ ବି ଆମ ଭିତରେ ନକରାତ୍ମକ ବିଚାର ଘର କରିବାକୁ ଲାଗେ। ଏଥିପାଇଁ ଏମିତି ଲୋକଙ୍କ ସହ ରୁହନ୍ତୁ , ଯିଏ ଆପଣଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି।
୭- ନିଜର କ୍ଷମତା ଅନୁସାରେ ଲକ୍ଷ୍ୟ ସ୍ଥିର କରନ୍ତୁ – ଅନେକ ଥର ନିଜର କ୍ଷମତା ଠାରୁ ଅଧିକ ଲକ୍ଷ୍ୟ ସ୍ଥିର କରିବା ଦ୍ୱାରା ବ୍ୟକ୍ତି ଏସବୁକୁ ପୂରା କରି ପାରେନାହିଁ । ଏଥିରେ ନକରାତ୍ମକତା ଆଡ଼କୁ ବଢିବାକୁ ଲାଗେ । ଅନ୍ୟକୁ ଦେଖି ଭବିଷ୍ୟତର ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ । ନିଜର ଆବଶ୍ୟକତା ଗୁଡ଼ିକୁ ଧ୍ୟାନରେ ରଖି ଏହି ଅନୁସାରେ କୌଣସି ବି ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ।