ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ଆପଣଙ୍କର ମଧ୍ୟ ଅଛି କି ଡାଇବେଟିସ୍,ଖାଆନ୍ତୁନି ଏହି ସବୁ ଫଳ...

ବର୍ତ୍ତମାନ ସମୟରେ ଗାଁ ଠାରୁ ସହର ଅଧିକାଂଶ ଲୋକ ଡାଇବେଟିସ ପୀଡିତ। ନିତିଦିନିଆ ଜୀବନଶୈଳୀ ଓ ଅସ୍ବାସ୍ଥକର ଖାଦ୍ୟପେୟ ଯୋଗୁଁ ଆଜିକାଲି ଅଧିକାଂଶ ଲୋକଙ୍କର ହେଉଛି  ଡାଇବେଟିସ। ଆଉ ଡାଇବେଟିସ ରୋଗୀମାନେ ସର୍ବଦା ନିଜର ଡାଏଟକୁ ନେଇ ଯତ୍ନବାନ ରହିବା ଆବଶ୍ୟକ । ନ ହେଲେ ବ୍ଲଡସୁଗାର ବୃଦ୍ଧି ପାଇଥାଏ।  ତେବେ ଆସନ୍ତୁ ଜାଣିବା କେଉଁସବୁ ଫଳ ଡାଇବେଟିସ ରୋଗୀ ଖାଇବା ଉଚିତ୍ ନୁହେଁ। 

ଆମ୍ବ: ସେହିପରି ଡାଇବେଟିସ ରୋଗୀ ସୀମିତ ମାତ୍ରାରେ ଆମ୍ବ ଖାଇପାରିବେ ।ଏହା ଅଧିକ ଖାଇବା କ୍ଷତିକାରକ । କାରଣ ଆମ୍ବ ଖାଇଲେ ବ୍ଲଡସୁଗାର ସ୍ତର ବଢିପାରେ । ଏଥିରେ ସୁଗାର ମାତ୍ରା ଅଧିକ ଥାଏ ଯାହାକି ସୁଗାର ସ୍ତର ବଢାଇପାରେ । ହେଲେ ଆମ୍ବରେ ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ । ଏହା ସୁଗାର ସ୍ତର ହ୍ରାସ କରିବାରେ ସହାୟକ ହୋଇପାରେ । 

ଅଙ୍ଗୁର:ଡାଇବେଟିସ ରୋଗୀଙ୍କ ପାଇଁ ଅଙ୍ଗୁର ଲାଭଦାୟକ ହୋଇପାରେ । କିନ୍ତୁ ଏଥିରେ କିଛି ସମ୍ଭାବ୍ୟ ବିପଦ ମଧ୍ୟ ରହିଛି ଯାହା ଉପରେ ବିଚାର କରାଯିବା ଉଚିତ୍ । ଅଙ୍ଗୁରରେ ପ୍ରାକୃତିକ ସୁଗାର ବିଶେଷକରି ଫ୍ରୁକ୍ଟୋଜ ମାତ୍ରା ଅଧିକ । ତେଣୁ ଏହାର ଅଧିକ ସେବନ ଡାଇବେଟିସ ରୋଗୀଙ୍କ ସ୍ବାସ୍ଥ୍ୟପ୍ରତି ହାନିକାରକ ହୋଇପାରେ । 

ପାଚିଲା କଦଳୀ: ଏଥିରେ କାର୍ବସ ଥାଏ ଯାହା ବ୍ଲଡସୁଗାର ସ୍ତର ବୃଦ୍ଧି କରେ । ଯଦି ଆପଣ ଡାଇବେଟିସରେ ପିଡୀତ ତେବେ ନିଜ ଖାଦ୍ୟରେ କାର୍ବସ ପରିମାଣ ପ୍ରତି ଧ୍ୟାନ ରଖିବା ଜରୁରୀ । ଅନ୍ୟ ପୋଷକ ତତ୍ତ୍ବ ତୁଳନାରେ କାର୍ବସ ରକ୍ତରେ ସୁଗାର ସ୍ତରକୁ ଅଧିକ ବଢାଇଥାଏ । ଗୋଟିଏ କଦଳୀରେ ପ୍ରାୟ ୧୫ ଗ୍ରାମ ଚିନି ଥାଏ ଯାହା ଡାଇବେଟିସ ରୋଗୀ ପାଇଁ ହାନିକରକ ।

ସପୁରୀ:ପାଟିକୁ ଅତି ସୁଆଦିଆ ଲାଗୁଥିବା ସପୁରୀ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ହାନିକାରକ ହୋଇପାରେ । ଏହି ଫଳ ଯଦିଓ ଭିଟାମିନ ଓ ବ୍ରୋମେଲାଇନ ଭଳି ଏନଜାଇମରେ ଭରପୁର ମାତ୍ର ଏହାର ସୁଗାର ପରିମାଣ ଅଧିକ । ଗୋଟିଏ କପ୍ କଟା ସପୁରୀରେ ୧୬ ଗ୍ରାମ ଚିନି ଥାଏ । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.