ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଓଜନ ବଢାଉଛି ବାୟୁ ପ୍ରଦୂଷଣ! ସଦ୍ୟ ଅଧ୍ୟୟନରୁ ଖୁଲାସା

Published By : Krishna Priya | November 29, 2024 8:25 AM

ନୂଆଦିଲ୍ଲୀ ୨୯/୧୧:  ବାୟ ପ୍ରଦୂଷଣ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ । ସେହିପରି ହୃଦ୍‌ଘାତ ଓ ଷ୍ଟ୍ରୋକ୍‌ର ଆଶଙ୍କା ବଢାଇଥାଏ । ତା’ ସହିତ ଓଜନ ମଧ୍ୟ ବଢାଇପାରେ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ । ବାୟୁ ପ୍ରଦୂଷଣ ବିଭିନ୍ନ ଉପାୟରେ ବ୍ୟକ୍ତିକୁ ମୋଟା କରିଥାଏ ।  ଶୀତ ଋତୁରେ ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ବଢିଥାଏ । ବାୟୁ ପ୍ରଦୂଷଣ ଯୋଗୁ ବାୟୁମଣ୍ଡଳ ବିଷାକ୍ତ ହୋଇପଡେ । ଫଳରେ ବିଭିନ୍ନ ସମସ୍ୟା ଦେଖା ଦେବା ସ୍ୱାଭାବିକ । ଗବେଷଣା ଅନୁସାରେ ପାର୍ଟିକୁଲେଟ୍‌ ମ୍ୟାଟର୍‌ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ଓ କାର୍ବନ୍‌ ଡାଇଅକ୍ସାଇଡ୍‌ ସଂସ୍ପର୍ଶରେ ଅଧିକ ଦିନ ରହିବା ଦ୍ୱାରା ଇନ୍‌ଫ୍ଲାମେସନ୍‌ ଓ ମେଟାବଲିଜିମ୍‌ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳିଥାଏ । ଏହା ଓଜନ ବଢାଇବା ସହ ମୋଟା ହେବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । 

ସ୍ପେନ୍‌ରେ ୨୦୨୧ରେ ପିଲାଙ୍କ ଉପରେ କରାଯାଇଥିବା ଏକ ସର୍ଭେ ଅନୁସାରେ ବଢୁଥିବା ବାୟୁ ପ୍ରଦୂଷଣ, ସଡ଼କରେ ଯାତାୟତ ବେଳେ ହେଉଥିବା ଗହଳି ଯୋଗୁ ପିଲାମାନେ ମୋଟା ହୋଇଥାନ୍ତି । କାରଣ ପିଲା ଓ କିଶୋରମାନେ ଅଧିକ ସକ୍ରିୟ ରହିବା ସହ ବାୟୁମଣ୍ଡଳରୁ ଅଧିକ ବାୟୁ ଗ୍ରହଣ କରିଥାନ୍ତି । ତେଣୁ ବୟସ୍କଙ୍କ ତୁଳନାରେ ପିଲାମାନେ ଅଧିକ ମୋଟା ହୋଇଥାନ୍ତି । 

ବିଏମ୍‌ସି ପବ୍ଲିକ୍‌ ହେଲ୍‌ଥରେ ପ୍ରକାଶିତ ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣ ଫ୍ୟାଟ୍‌ ଟିସୁରେ ପ୍ରଦାହକୁ ପ୍ରଭାବିତ କରି ଅକ୍ସିଡେଟିଭ୍‌ ଚିନ୍ତାକୁ ବଢାଇ ଡାଏଟ୍‌ ସହ ଯୋଡ଼ି ହୋଇ ପରିବର୍ତ୍ତନ ଆଣି ମେଟାବଲିଜିମ୍‌କୁ ପ୍ରଭାବିତ କରିଥାଏ । ବିଷାକ୍ତ ବାୟୁରୁ ନିଶ୍ୱାସପ୍ରଶ୍ୱାସ ନେବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଓ ରେସ୍ପାରେଟୋରି ଟ୍ରାକ୍‌ ପ୍ରଭାବିତ ହୋଇଥାଏ । ଫଳରେ ପ୍ରଦାହ ବଢିଥାଏ । ଏହି ଗବେଷଣା ଅନୁସାରେ ପିଏମ୍‌ ୨.୫ ସମ୍ପର୍କରେ ଆସିବା ଦ୍ୱାରା ‘ଗ୍ଲୁକୋଜ୍‌ ମେଟାବଲିଜିମ୍‌ ଉପରେ ନକାରାତ୍ମକ ପ୍ରଭାବ’ ପଡିଥାଏ । ଫଳରେ ଓଜନ ବଢିଥାଏ । 

ଏନଭାର୍ମେଣ୍ଟାଲ ପ୍ରକାଶିତ ଗବେଷଣା ଅନୁସାରେ ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ଏବଂ ଫୁସ୍‌ଫୁସ୍‌ ରୋଗ ଥିଲେ ବାୟୁ ପ୍ରଦୂଷଣ ସମସ୍ୟା ବଢାଇବା ସହ ପରୋକ୍ଷ ଭାବେ ଶରୀରର ଓଜନ ଉପରେ ପ୍ରଭାବ ପକାଇଥାଏ । ବାୟୁ ପ୍ରଦୂଷଣ ମେଟାବଲିଜିମ୍‌ ଜନିତ ସମସ୍ୟାର କାରଣ ସାଜିଥାଏ । ସେହିପରି ପ୍ରଦୂଷିତ ବାୟୁଠାରୁ ଦୂରେଇ ରହିବା ପାଇଁ କିଛି ଲୋକ ଶାରୀରିକ ସକ୍ରିୟତାକୁ କମ୍‌ କରି ଦେଇଥାନ୍ତି । ଫଳରେ ଓଜନ ବଢିବା ସ୍ୱାଭାବିକ୍‌ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.