ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ପାଟିକୁ ଖଟା ଲାଗିଲେ ବି ସ୍ବାସ୍ଥ୍ୟ ପାଇଁ ରାମବାଣ ଅଁଳା, ଜାଣନ୍ତୁ କଣ ରହିଛି ଉପକାରିତା

Published By : Ankita S | December 1, 2024 2:32 PM

ନୂଆଦିଲ୍ଲୀ,୦୧/୧୨: ଅଁଳା ଫଳଟି ପାଟିକୁ ଖଟା ଓ କଷା ଲାଗେ । ମାତ୍ର ଏହା ଶରୀର ପାଇଁ ଉପକାରୀ । ଅଁଳାର ପତ୍ରଠୁ ନେଇ ଫଳ ଯାଏ ସବୁଥିରେ ଔଷଧୀୟ ଗୁଣ ରହିଛି । ସ୍ବାସ୍ଥ୍ୟ ପାଇଁ ମହୌଷଧି ପରି କାମ କରିଥାଏ ଅଁଳା । ତେବେ ଅଁଳାର କଣ ରହିଛି ଉପକାରିତା । ଶରୀର କେଉଁ ସମସ୍ୟା ଥିଲେ ଅଁଳା ଲାଭଦାୟକ ହେବ । ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

କେଶ ଓ ସ୍କିନ୍ ସମସ୍ୟା ଦୂର କରେ- ବର୍ତ୍ତମାନ ଚୁଟି ଝଡିବା ଶୀଘ୍ର ପାଚିଯିବା ଏକ ବଡ ସମସ୍ୟା ହୋଇଛି । ଅଁଳା ଏହି ସମସ୍ୟାକୁ ସମାଧାନ କରିଥାଏ । ଅଁଳା, ରାଶିକୁ ମହୁରେ ମିଶାଇ କେଶରେ ଲାଗାଇବା ଲାଭ ମିଳିଥାଏ । କେଶ ପୃଷ୍ଟି ହୋଇ ବୃଦ୍ଧି ହୋଇଥାଏ । ଏହାସହିତ ଅଁଳା ଓ ଗୁଡ ମିଶାଇ ପିଇଲେ କେଶ ଉପୁଡିବା ଓ ପାଚିବା ସମସ୍ୟା ଦୂର ହୁଏ । ଅଁଳା ସହ କଳାରାଶି ଓ ଭୃଙ୍ଗରାଜ ପତ୍ର ବାଟି ପାନ କଲେ କେଶ ପାଚିବା ସମସ୍ୟା କମିଥାଏ । ଅଁଳାରେ ଭିଟାମିନ ସି  ଥାଏ ଯାହା ସ୍କିନ ଓ କେଶ ପାଇଁ ଲାଭଦାୟକ ହୋଇଥାଏ ।

ହଜମଶକ୍ତି ବଢାଏ- ଅନେକ ସମୟରେ ଦେଖିବାକୁ ମିଳେ କିଛି ଲୋକଙ୍କର ହଜମ ଶକ୍ତି ନଥାଏ । କିଛି ଏପଟ ସେପଟ ଖାଇଲେ ପେଟ ସମସ୍ୟା ଦେଖାଦିଏ । ଅଁଳା ଖାଇଲେ ହଜମ ଶକ୍ତି ବଢିଥାଏ । ଏଥିରେ ଥିବା ଫାଇବର ହଜମ ଶକ୍ତି ବଢାଇବାରେ ସହାୟକ ହୁଏ ।

ହୃଦରୋଗ- ହାର୍ଟ ଆଟାକ ବା ହୃଦରୋଗ ପାଇଁ ଅଁଳା ମହୌଷଧି ପରି କାମ ଦିଏ । ଅଳ୍ପ କିଛି ଅଁଳା ଗୁଣ୍ଡକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମହୁ ସହିତ ମିଶାଇ ପିଇଲେ ଏହା ହୃଦରୋଗ ପାଇଁ ରାମବାଣ ପରି କାମ କରେ ।

ରୋଗପ୍ରତିରୋଧକ ଶକ୍ତି ବଢାଏ- ସାଧାରଣତଃ ଦେଖିବାକୁ ମିଳେ ପାଗରେ ପରବର୍ତ୍ତନ ହେଲେ ଥଣ୍ଡା ହୁଏ । ସଂକ୍ରମଣ ଶୀଘ୍ର ହୋଇଥାଏ । ଏହାର କାରଣ ରୋଗ ପ୍ରତିରୋଧ ଶକ୍ତିର ଅଭାବ । ଅଁଳା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ମଧୁମେହ ପାଇଁ ଉପକାରୀ- ବର୍ତ୍ତମାନ ଘରେ ଘରେ ଡାଇବେଟିସ୍ ରୋଗୀ ରହିଛନ୍ତି । ସେମାନଙ୍କୁ ବିଭିନ୍ନ ଜିନିଷ ଖାଇବାକୁ ବାରଣ ହୋଇଥାଏ । ଅଁଳା ଖାଇବା ଦ୍ବାରା ଡାଇବେଟିସ୍ ନିୟନ୍ତ୍ରଣକୁ ଆସିଥାଏ । ବ୍ଲଡ ସୁଗାର ଲେବଲକୁ ବାଲାନ୍ସ କଲେ ଅଁଳା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.