ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଶୀତ ଦିନେ ଗରମ ପାଣିରେ ଗାଧୋଉଛନ୍ତି କି ? ଜାଣନ୍ତୁ ଏହା ଭଲ ନା ଖରାପ

ନୂଆଦିଲ୍ଲୀ,୦୩/୧୨: ଶୀତ ଦିନ ଆସିଲେ ପ୍ରାୟ ସମସ୍ତଙ୍କର ଗାଧୋଇବା ନେଇ ଚିନ୍ତା ବଢିଥାଏ । ଥଣ୍ଡା ପାଣିରେ ଗଧୋଇବା ମୁସ୍କିଲ ହୋଇପଡିଥାଏ । ତେଣୁ ପ୍ରାୟ ସମସ୍ତେ ଗରମ ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି । ତେବେ ଜାଣିଛନ୍ତି କି ଶୀତ ଦିନେ ଗରମ ପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପଡିଥାଏ । ଶୀତ ଦିନେ ଗରମପାଣିରେ ଗାଧୋଇଲେ ଏହା ସ୍ବାସ୍ଥ୍ୟ ପାଇଁ ଉଭୟ ଭଲ ଓ ଖରାପ ପ୍ରଭାବ ପକାଏ । ଶୀତ ଦିନେ ଗରମ ପାଣିରେ ଗାଧୋଇବା ଭଲ ନା ଖରାପ ଜାଣିବାକୁ ପଢନ୍ତୁ ଏହି ରିପୋର୍ଟ ।

ପ୍ରଥମେ ଆସନ୍ତୁ ଜାଣିବା ଶୀତ ଦିନେ ଗରମପାଣିରେ ଗାଧୋଇଲେ କଣା ଲାଭ ମିଳିଥାଏ । ଥଣ୍ଡା ପାଣି ବଦଳରେ ଶୀତ ଦିନ ଗରମ ପାଣିରେ ଗାଧୋଇଲେ ଆରାମ ମିଳେ । ଏହା ମାନସିକ ଥକାପଣ ଦୂର କରେ । ମାନସିକ ଚାପ ଥିଲେ ଗରମ ପାଣିରେ ଗାଧୋଇବା ଲାଭାଦାୟକ ହୋଇଥାଏ । ଏହା ସହ ମାଂସପେଶୀ ଚାପ ମଧ୍ୟ କମିଯାଏ । ରକ୍ତ ସଞ୍ଚାଳନ ବଢିଥାଏ । ମାଂସପେଶୀରେ ଯନ୍ତ୍ରଣା କିମ୍ବା ଷ୍ଟ୍ରେନ ସମସ୍ୟା ଥିଲେ ଗରମ ପାଣିରେ ଗାଧୋଇବା ଉପକାରୀ ହୋଇଥାଏ । ଏହା ସ୍ପା ଚିକିତ୍ସା ପରି କାର୍ଯ୍ୟ କରେ । ଉଷୁମ ପାଣି ଚର୍ମରୁ ମଇଳା ଦୂର କରିବାରେ ସହାୟକ ହୋଇଥାଏ ।

ସବୁ ଜିନିଷର ଭଲ ଓ ଖରାପ ଗୁଣ ରହିଛି । ଶୀତ ଦିନେ ଉଷୁମ ପାଣିରେ ଗାଧୋଇବା ଯଦିଓ ଭଲ ତେବେ ଏହା ଅପକାରିତା ମଧ୍ୟ ରହିଛି । ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ଚର୍ମର ଆର୍ଦ୍ରତା ନଷ୍ଟ ହୋଇଥାଏ । ସ୍କିନରେ ଡ୍ରାଏନେସ ଆସିଯାଏ । ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ ଶରୀରର ତାପମାତ୍ର ବଢିଥାଏ । ଶରୀରରେ ତାପମାତ୍ରା ବଢିଲେ ମୁଣ୍ଡ ବୁଲାଇ ଦେବାର ସମ୍ଭାବନା ରହିଥାଏ । ରକ୍ତଚାପ ବୃଦ୍ଧି ପାଇପାରେ । ତେଣୁ ସର୍ବଦା ଗରମ ପାଣିରେ ଗାଧୋଇବା  ସମୟରେ ଏହା ଯେପରି ଅଧିକ ଗରମ ହୋଇନଥିବ ସେ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.