ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୬ଘଣ୍ଟାରୁ କମ୍ ଶୋଉଛନ୍ତି କି ? ମଧୁମେହରେ ହୋଇପାରନ୍ତି ଆକ୍ରାନ୍ତ

Published By : Ankita S | November 29, 2024 2:19 PM

ନୂଆଦିଲ୍ଲୀ,୨୯/୧୧: ବର୍ତ୍ତମାନ ଘରେ ଘରେ ମଧୁମେହ ବା ଡାଇବେଟିସ ରୋଗୀ । ବ୍ୟସ୍ତବହୁଳ ଜୀବନଚର୍ଯ୍ୟା, ଅବସାଦ ଏହି ରୋଗର ପ୍ରମୁଖ କାରଣ ହୋଇଛି । ତେବେ କମ୍ ସମୟ ଶୋଇବା ମଧୁମେହ ଆଶଙ୍କା ହୋଇପାରେ ବୋଲି ରିପୋର୍ଟରୁ ଜଣାପଡିଛି । ଯଦି ଜଣେ ବ୍ୟକ୍ତି ୬ ଘଣ୍ଟାରୁ କମ୍ ସମୟ ଶୋଉଛନ୍ତି ତେବେ ତାଙ୍କୁ ଡାଇବେଟିସ୍ ହେବା ଆଶଙ୍କା ରହିଛି । ଏହି ରୋଗ ଜେନେଟିକ୍ କାରଣରୁ ମଧ୍ୟ ହୋଇଥାଏ ।

ବିଗତ କିଛି ବର୍ଷ ହେବ ଟାଇପ-୨ ମଧୁମେହ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । କମ୍ ଶୋଇବା କାରଣରୁ ଏହାର ସଂଖ୍ୟା ବଢୁଛି ବୋଲି ଅନୁମାନ କରାଯାଉଛି । ଦିନକୁ ଜଣେ ବ୍ୟକ୍ତି ୬ ଘଣ୍ଟାକୁ କମ୍ ଶୋଇଲେ ମଧୁମେହ ଆଶଙ୍କା ବଢିଥାଏ । କମ୍ ଶୋଇବା ଦ୍ବାରା କର୍ଟିସୋଲ ହରମୋନ୍ ବୃଦ୍ଧିପାଏ । ଏହାର ସିଧା ପ୍ରଭାବ ରକ୍ତ ଶର୍କରା ଉପରେ ପଡିଥାଏ । ରକ୍ତ ଶର୍କରା ସ୍ତର ବଢିଥାଏ । ଏହି ସମସ୍ୟା ଅଧିକ  ଲାଗି ରହିଲେ ମଧୁମେହ ଆଶଙ୍କା ଉପୁଜିଥାଏ ।

ଏହି ସମସ୍ୟାରୁ ମୁ୍କ୍ତି ପାଇବାକୁ ହେଲେ ରାତିରେ ଶୋଇବା ପୂର୍ବରୁ ୨ ଘଣ୍ଟା ପୂର୍ବରୁ ରାତ୍ରୀ ଭୋଜନ ଖାଆନ୍ତୁ । ରାତିରେ ଚାହା, କଫି ଇତ୍ୟାଦି ପିଅନ୍ତୁ ନାହିଁ । ଏକ ନିର୍ଦ୍ଧିଷ୍ଟ ସମୟରେ ଶୋଇବା ଅଭ୍ୟାସ କରନ୍ତୁ । ଅଧିକ ସମୟ ମୋବାଇଲ ବ୍ୟବହାର କରନ୍ତୁ ନାହିଁ । ରାତିରେ ୭ରୁ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ତେବେ ମଧୁମେହ ଆଶଙ୍କାକୁ ଏଡାଇପାରିବେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.