ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମୁମ୍ବାଇ ଇଣ୍ଡିଆନ୍ସକୁ ଝଟ୍‌କା, IPL 2025ର ପ୍ରଥମ ମ୍ୟାଚରୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍‌

Published By : Tapas Panda | February 17, 2025 12:00 AM

Image Courtesy: indiatv

ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୪ରେ ମୁମ୍ବାଇର ନେତୃତ୍ବ ନେଇଥିଲେ । ତାଙ୍କ ନେତୃତ୍ବରେ ମୁମ୍ବାଇ ଦଳ ଆଇପିଏଲ ୨୦୨୪ରେ ଭଲ ପ୍ରଦର୍ଶନ କରିପାରି ନଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଞ୍ଚ ଥର ଆଇପିଏଲ ଟାଇଟଲ ଜିତିଥିବା ଆଗାମୀ ସିଜିନ୍‌ରେ ହାର୍ଦ୍ଦିକ ପୁଣି ଥରେ ଟାଇଟଲ ଜିତିବାକୁ ଚେଷ୍ଟା କରିବେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ସେ CSK ବିପକ୍ଷରେ ମ୍ୟାଚ୍ ଖେଳିପାରିବେ ନାହିଁ । 

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଥିଲା

ମୁମ୍ବାଇ ଦଳ ଆଇପିଏଲ ୨୦୨୪ର ଶେଷ ମ୍ୟାଚ୍ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିପକ୍ଷରେ ଖେଳିଥିଲା ଏବଂ ଏହି ମ୍ୟାଚରେ ମୁମ୍ବାଇ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା । ଇମ୍ପାକ୍ଟ ଖେଳାଳି ସମେତ ପ୍ଲେଇଂ ଇଲେଭେନର ଖେଳାଳିମାନଙ୍କୁ ୧୨ ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍ ଫିର୫୦ ପ୍ରତିଶତ ଜରିମାନା କରାଯାଇଥିଲା। ସେହିପରି, IPL 2024ରେ, ମୁମ୍ବାଇ ଦଳ ତିନିଥର ସର୍ବନିମ୍ନ ଓଭର ରେଟ୍ ବଜାୟ ରଖିବାରେ ବିଫଳ ହୋଇଥିଲା । ଏହି କାରଣରୁ ଅଧିନାୟକ ହାର୍ଦ୍ଦିକଙ୍କୁ ମଧ୍ୟ ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଥିଲା। ଗତ ସିଜିନରେ ମୁମ୍ବାଇ ଶେଷ ମ୍ୟାଚ୍‌ ଖେଳିସାରିଥିଲା । ତେଣୁ ଆଗାମି ସିଜିନ୍‌ରେ ହାର୍ଦ୍ଦିକଙ୍କ ଉପରେ ପ୍ରଥମ ମ୍ୟାଚ୍‌ରେ ଏହି ପ୍ରତିବନ୍ଧକ ଲାଗୁ ହେବ । 

ସୂର୍ଯ୍ୟକୁମାର ଯାଦବ ହୋଇପାରନ୍ତି ଅଧିନାୟକ

ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ୧୩୭ଟି IPL ମ୍ୟାଚ୍ ଖେଳି ମୋଟ ୨୫୨୫ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କ ନାମରେ ୧୦ଟି ଅର୍ଦ୍ଧଶତକ ରହିଛି । ଏହା ସହ ସେ ୬୪ଟି ୱିକେଟ ନେବାରେ ମଧ୍ୟ ସଫଳ ହୋଇଛନ୍ତି । ଏବେ IPL 2025ର ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକଙ୍କ ଅନୁପସ୍ଥିତି ଯୋଗୁଁ, ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ୱ ନେଇପାରନ୍ତି । ସେ ଭାରତୀୟ ଟି-୨୦ ଦଳର ଅଧିନାୟକ ଏବଂ ତାଙ୍କର ଅଭିଜ୍ଞତା ମୁମ୍ବାଇ ପାଇଁ ଉପଯୋଗୀ ହୋଇପାରେ।

IPL 2024 ରେ ଖରାପ ପ୍ରଦର୍ଶନ କରିଥିଲା ଏମଆଇ 

ଆଇପିଏଲ ୨୦୨୪ରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଭଲ ପ୍ରଦର୍ଶନ କରିପାରି ନଥିଲା ଏବଂ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଥିଲା। ମୁମ୍ବାଇ ମାତ୍ର ୪ଟି ମ୍ୟାଚ୍ ଜିତିଥିଲା ଏବଂ ୧୦ଟି ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.