ପ୍ରମୂଖ ଖବର
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଜ୍ଞାନବ୍ୟାପୀ ମାମଲା ନେଇ କୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୂରା ପରିସରର ହେବ ଏଏସଆଇ ସର୍ଭେ

ବାରଣାସୀ – ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିରର ନିକଟରେ ଥିବା ଜ୍ଞାନବ୍ୟାପୀ ମସଜିଦ ପରିସରର ହେବ ସର୍ଭେ। ଶୁକ୍ରବାର ବାରଣାସୀ କୋର୍ଟ ଏଏସଆଇ ସର୍ଭେ ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଉକ୍ତ ମାମଲାରେ କେବଳ ବିବାଦୀୟ ସ୍ଥଳୀକୁ ଛାଡି଼ ଜ୍ଞାନବ୍ୟାପୀର ଅନ୍ୟ ପରିସରର ଏଏସଆଇ ସର୍ଭେ କରିବାକୁ ହିନ୍ଦୁ ପକ୍ଷଙ୍କ ଦ୍ୱାରା ପିଟିସନ ଦାଏର ହୋଇଥିଲା ।  

ଏହା ପୂର୍ବରୁ  ଶିବଲିଙ୍ଗର ବୈଜ୍ଞାନିକ ସର୍ବେକ୍ଷଣର ଆଦେଶ ଉପରେ ସୁପ୍ରିମକୋର୍ଟ ଆଗାମୀ ଶୁଣାଣି ଯାଏ ରୋକ୍‌ ଲଗେଇ ସାରିଛନ୍ତି। ଏହି ସ୍ଥିତିରେ ଶିବଲଙ୍ଗ ଥିବା ସ୍ଥାନ ଅର୍ଥାତ୍‌ ବିବାଦୀୟ ସ୍ଥାନ ବ୍ୟତୀତ ଅନ୍ୟ ସବୁ ସ୍ଥାନର ସର୍ଭେ କରାଯାଇପାରେ। ଜିଲ୍ଲା ଜଜ୍‌ ଡା. ଅଜୟ କୃଷ୍ଣ ବିଶ୍ୱେଶାଙ୍କର କୋର୍ଟ ଏହି ମାମାଲାରେ ୧୪ ଜୁଲାଇରେ ଶୁଣାଣି ଶେଷ କରି ଆଦେଶ ସୁରକ୍ଷିତ ରଖିଥିଲେ। ଜ୍ଞାନବ୍ୟାପୀ ପରିସରରେ ଥିବା କଥିତ ଶିବଲିଙ୍ଗର ହେବ କାର୍ବନ ଡେଟିଂ, ହାଇକୋର୍ଟ ଜାରି କଲେ ଆଦେଶ…

{"width":652,"height":489}
Varanasi Court Asks Gyanvapi Committee, Others to File Reply on Plea  Seeking Worship of 'Shivling' on Jan 21 - News18

କୋର୍ଟ ଏଏସଆଇର ନିର୍ଦ୍ଦେଶକଙ୍କୁ ସର୍ବେକ୍ଷଣ ପାଇଁ ଆଦେଶ ଦେଇଛନ୍ତ। କୋର୍ଟ କହିଛନ୍ତି କି ବିନା କୌଣସି କ୍ଷତିରେ ସେମାନେ ବୈଜ୍ଞାନିକ ଉପାୟରେ ସର୍ବେକ୍ଷଣ କରାନ୍ତୁ । କୋର୍ଟ ଏଏସଆଇର ନିର୍ଦ୍ଦେଶକଙ୍କୁ ୪ ଅଗଷ୍ଟ ଯାଏ ସର୍ବେକ୍ଷଣ  ପାଇଁ ଟିମ୍‌ ଗଠନ କରିବାକୁ ଆଦେଶ ଦେଇଛନ୍ତି । କୋର୍ଟଙ୍କ ନିଷ୍ପତ୍ତିକୁ ହିନ୍ଦୁ ପକ୍ଷ ନିଜର ବଡ଼ ବିଜୟ ଭାବେ ଦର୍ଶାଇଛନ୍ତି । କୋର୍ଟ ହିନ୍ଦୁ ପକ୍ଷର ଦଲିଲ୍‌କୁ ଗ୍ରହଣ କରିଛନ୍ତି ଏବଂ ମୁସଲିମ୍‌ ପକ୍ଷର ଅଭିଯୋଗକୁ ଖାରଜ କରି ଦେଇଛନ୍ତି।

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁ ପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନିକଟରୁ ଆଶ୍ବସ୍ଥି

ଅନ୍ୟପଟେ ୪ ଅଗଷ୍ଟରେ ମାମଲାର ଆଗାମୀ ଶୁଣାଣି ହେବ। ସର୍ଭେ କେଉଁ ଭଳି ହେବ ଏହି ଦିନ ସ୍ଥିର ହେବ। ସର୍ଭେ ଯଦି ପ୍ରତିଦିନ ହେବ ତ ଏହାର ସମୟ ସୀମା କେତେ ରଖାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.