ପ୍ରମୂଖ ଖବର
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ନବୀନ ପଟ୍ଟନାୟକଙ୍କ ଉତ୍ତମ ଆରୋଗ୍ୟ ପାଇଁ ସମୁହ ଦୀପଦାନ

Published By : Gurupada Nath | June 22, 2025 7:40 PM

ନବରଙ୍ଗପୁର,୨୨/୬ : ବିଜୁ ଜନତା ଦଳ ନବରଙ୍ଗପୁର ପକ୍ଷରୁ ଜିଲ୍ଲା ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ନେତୃତ୍ବରେ ପ୍ରାକ୍ତନ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ସମୁହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିରୋଧୀ ଦଳର ନେତା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ଥିବା ଯୋଗୁଁ ତାଙ୍କର ଉତ୍ତମ ଚିକିତ୍ସା ସଫଳ ଅସ୍ତ୍ରୋପଚାର ପାଇଁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । 

ରବିବାର ପୂର୍ବାହ୍ନରେ ମା’ ଭଣ୍ଡାରଘରଣୀଙ୍କ ମନ୍ଦିରରେ ବିଜୁ ଜନତା ଦଳର ନେତୃ ମଣ୍ଡଳୀ ତଥା କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ସମସ୍ତେ ମିଳିମିଶି ସମୁହ ଦୀପଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ନାରୀ ସଭାନେତ୍ରୀ ମଞ୍ଜୁଳା ମାଝି, କୌଶଲ୍ୟା ପ୍ରଧାନୀ, ନଗର ସଭାପତି ପ୍ରମୋଦ ରଥ, ତାପଶ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର,ଦିଲ୍ଲୁ ପଣ୍ଡା, ସୁଧୀର ମହାପାତ୍ର, ସୁମିତ ପାଳ, ନେତ୍ରା କୋଲାର, ସଞ୍ଜୟ ନାୟକ, ଲାଲୁ ତ୍ରିପାଠୀ, ସୁନୀଲ ସାହୁ, ଚନ୍ଦ୍ର ମଲ୍ଲିକ, ନନ୍ଦ ନାୟକ, ଗଲୋକ ମାଝୀ, ସୁମିତ ପୂଜାରୀ, ପ୍ରଣତୀ ତ୍ରୀପାଠୀ, କୁନା ପାଢୀଙ୍କ ସମେତ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.