ପ୍ରମୂଖ ଖବର
  • ନବରଙ୍ଗପୁର : ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡ଼ିଲା ବସ୍‌, ୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ସରକାରୀ ଅଧିକାରୀଙ୍କୁ ଶେଷ ସୁଯୋଗ, ନଭେମ୍ବର ସୁଦ୍ଧା ସମ୍ପତ୍ତି ତାଲିକା ଦିଅ..

Published By : Prameya | September 12, 2024 2:07 PM

ଭୁବନେଶ୍ୱର,୧୨/୦୯: ସରକାରୀ ଅଧିକାରୀ କେତେ ସମ୍ପତ୍ତିର ମାଲିକ । ତାର ହିସାବ ରାଜ୍ୟ ସରକାର  ମାଗିଥିଲେ । ହେଲେ ଏହାକୁ ଫୁରେ ଉଡାଇ ଦେଇଥିଲେ ବାବୁ । ୨ ଥର ଧାର୍ଯ୍ୟ ସମୟ ଗଡିବା ପରେ ଏଥର ସରକାର  କଠୋର ହୋଇଛନ୍ତି । ନିର୍ଦ୍ଦେଶନାମା ଜାରି କରାଯାଇଛି ।  କୁହାଯାଇଛି, ଏଥର ଶେଷ ସୁଯୋଗ । ନଭେମ୍ବର ମାସ ଶେଷ ସୁଦ୍ଧା ଯଦି ଏଚ୍‌ଆରଏମ୍‌ସି ପୋର୍ଟଲରେ ସରକାରୀ ଅଧିକାରୀ ଓ କର୍ମଚାରୀ ନିଜର ସମ୍ପତ୍ତି ତାଲିକା ଦାଖଲ ନ କରନ୍ତି, ତାହାଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।  

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ  ନାମା ଜାରି କରାଯାଇଥିଲା । ରାଜ୍ୟ ସରକାରଙ୍କ ନିୟମ  ଅନୁସାରେ ଗ୍ରୁପ-ଏ ରୁ ଗ୍ରୁପ-ଡି ସବୁ କର୍ମଚାରୀ ଏଚ୍‌ଏମ୍‌ ଆରସି ପୋର୍ଟାଲରେ ସେମାନଙ୍କ ସମ୍ପତ୍ତି ତାଲିକା  ଦାଖଲ କରିବେ । ସବୁ ସ୍ଥାବର ଓ ଅସ୍ଥାବର ସମ୍ପତି  ତାଲିକା ଦେବାକୁ କୁହାଯାଇଥିଲା । ୨୦୨୩ ଜାନୁଆରୀରୁ  ଡିସେମ୍ବର ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦେବାକୁ  ଏଥିରେ ଉଲ୍ଲେଖ ଥିଲା । ଜାନୁଆରୀ ମାସ ଶେଷ ସୁଦ୍ଧା  ଦେବାକୁ ଧାର୍ଯ୍ୟ ହୋଇଥିଲା । ହେଲେ କେହି ଦାଖଲ ନ  କରିବାକୁ ଏହାକୁ ଫେବୃଆରୀ ମାସ ୨୯ ଓ ପରେ ମାର୍ଚ୍ଚ  ୧୬ ତାରିଖ ପର୍ଯ୍ୟନ୍ତ ବଢାଇଥିଲେ । ତେଣୁ ଏବେ ସୁଦ୍ଧା  ମାତ୍ର କିଛି ଜଣଙ୍କୁ ଛାଡିଲେ ଅଧିକାଂଶ ଅଧିକାରୀ ଦାଖଲ  କରିନାହାନ୍ତି । ନୂଆ ସରକାର ଆସିବା ପରେ ଏବେ  ସିଧା ଅଧିକାରୀଙ୍କୁ ଟାର୍ଗେଟ କରାଯାଇଛି । ନଭେମ୍ବର  ସୁଦ୍ଧା ତାଲିକା ଦାଖଲ କରିବାକୁ ଶେଷ ତାରିଖ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.