କଳାହାଣ୍ଡି, ୦୬/୦୯ : ଭିଜିଲାନ୍ସ ଜାଲରେ ହାଇସ୍କୁଲ ଶିକ୍ଷକ। ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କୁମାର ସାହୁ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି।
ସୂଚନାନୁଯାୟୀ, ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ କୁମାର ସାହୁ ଜଣେ ଛାତ୍ରୀଙ୍କ ଠାରୁ ଆଡମିଶନ ବାବଦକୁ ୧୦ ହଜାର ଟଙ୍କା ମାଗିଥିଲେ। ଆଜି ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଭିଜିଲାନ୍ସ ଟିମ୍ ଗୋପାଳପୁର ସ୍କୁଲରେ ତଦନ୍ତ ଚଳାଇଥିବା ସୂଚନା ମିଳିଛି।