ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଜିଏସଟି ଚଢାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ, ଜୟପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ

Published By : Harapriya Sethi | November 2, 2024 7:41 AM

ଜୟପୁର,୦୨/୧୧: ଶନିବାର ୧୨ ଘଣ୍ଟା ପାଇଁ ଜୟପୁର ସହରର ବଜାର ବନ୍ଦ ପାଳନ କାରଯାଉଛି । ଏଥିରେ ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ସାମିଲ ହୋଇଛନ୍ତି । ଜୟପୁର ଚାମ୍ବର ଅଫ୍ କମର୍ସ ଏହି ବନ୍ଦ ଡାକରା ଦେଇଛି । ସକାଳ ୬ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଗତ ୨୯ ତାରିଖ ଦିନ ସହରର ମୁଖ୍ୟ ରାସ୍ତା କଡରେ ଥିବା ନ୍ୟୁ ବାସବୀ ଜ୍ବେଲର୍ସ ଦୋକାନ ଉପରେ ଜିଏସଟି ବିଭାଗ ତରଫରୁ ଚଢାଉ କରାଯାଇଥିଲା । ସେହି ସମୟରେ ହିଁ ଦୋକାନର ମାଲିକ ପେଣ୍ଟା ହର ପ୍ରସାଦ ଅସୁସ୍ଥତା ଅନୁଭବ କରିଥିଲେ । ପରିବାର ଲୋକ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ଏହି ମୃତ୍ୟୁ ପଛରେ ପରିବାର ଲୋକ ଓ ଜୟପୁର ଚାମ୍ବର ଅଫ୍ କମର୍ସ ଜିଏସଟି ବିଭାଗକୁ ଦାୟୀ କରିଛନ୍ତି ।

ଜଏସ୍‌ଟି ଚଢ଼ଉ ପରେ ସ୍ଥାନୀୟ  ନ୍ୟୁ ବାସ୍‌ବୀ ଜୁଏଲର୍ସର  ମାଲିକ ପି. ହରିପ୍ରସାଦଙ୍କ ହୃଦ୍‌ଘାତରେ ଦେହାନ୍ତ ହୋଇଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।  ଜିଏସ୍‌ଟି ଚଢ଼ଉ ପରେ ସେ ମାନସିକ ଚାପରେ ରହିଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ସମାନ ଅଭିଯୋଗ ଆଣିଛି ଚାମ୍ବର ଅଫ୍‌ କମର୍ସ । ଶନିବାର ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନେଇଛି ।  ଆଜି ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାମ୍ବର ଅଫ୍‌  କମର୍ସର ସଭାପତି ଭି. ପ୍ରଭାକର, ସମ୍ପାଦକ ଡି. ମାଧବା, ଉପସଭାପତି ଆର୍‌. ଶ୍ରୀନିବାସ ରାଓ ଓ  ନରି ବେହେରା ପ୍ରମୁଖ ଯୋଗଦେଇ ଧନ୍‌ତେରସରେ ସୁନା ଅଳଙ୍କାର  ଦୋକାନରେ ଜିଏସ୍‌ଟି ଚଢ଼ଉକୁ ନିନ୍ଦା କରିଛନ୍ତି । 

ସେମାନେ ଅଭିଯୋଗ କରିଛନ୍ତି ଯେ, ଗତ ୩ ବର୍ଷ ହେବ ବିଭାଗ ପକ୍ଷରୁ ଏଭଳି ହଇରାଣ କରାଯାଉଛି । ଜିଏସ୍‌ଟି ଯାଞ୍ଚ୍‌କୁ  ବିରୋଧ କରାଯାଉନି । ଯେଉଁମାନେ  କାଗଜପତ୍ର ଠିକ୍‌ ରଖୁନାହାନ୍ତି କିମ୍ବା ବ୍ୟବସାୟ ସମ୍ପର୍କରେ କୌଣସି ତଥ୍ୟ ଦେଉନାହାନ୍ତି, ସେମାନଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନିଆଯାଉ । ଅଥଚ ବ୍ୟବସାୟ ଚାଲିଥିବା ସମୟରେ ଚଢ଼ଉ ନ କରାଯାଉ । ଧନତେରସ୍‌ ଦିନ  ହରିପ୍ରସାଦଙ୍କ ଦୋକାନରେ ୫ରୁ ୬ ଘଣ୍ଟା ଧରି  ଜିଏସ୍‌ଟି ଅଧିକାରୀ ଚଢ଼ଉ କରିଥିଲେ । ଏମିତିକି ତାଙ୍କ ଘରେ ପଶି ଟିକିନିଖି ଯାଞ୍ଚ୍‌ କରିଥିଲେ । ବ୍ୟବସାୟ ଚାଲିଥିବା ସମୟରେ ଏଭଳି ହଇରାଣ କରାଯାଇଥିବାରୁ ଚାପଗ୍ରସ୍ତ ଥିଲେ ହରି । ଏଥିଯୋଗୁ ହୃଦ୍‌ଘାତରେ ତାଙ୍କ ଦେହାନ୍ତ ହୋଇଗଲା । ସେ ଜଣେ ଦକ୍ଷ ଯୁବ ବ୍ୟବସାୟୀ ଥିଲେ । ଜିଏସ୍‌ଟି ଅଧିକାରୀମାନେ ଏଭଳି ହଇରାଣ କଲେ ଯୁବ ବ୍ୟବସାୟୀମାନେ  ନିରୁତ୍ସାହିତ ହେବେ । ହରିପ୍ରସାଦଙ୍କ ମୃତ୍ୟୁର ପ୍ରତିବାଦରେ ଶନିବାର  ସହରରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ରଖାଯିବ । ପୂର୍ବାହ୍ନ ସାଢ଼େ ୧୦ଟାରେ ମୁଖ୍ୟରାସ୍ତାରେ ଥିବା ସ୍ୱର୍ଗତ ହରିପ୍ରସାଦଙ୍କ ବାସଭବନରୁ  ଜିଏସ୍‌ଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରିବ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.